ମୋଦୀ ଦେଲେ ୨୦୦୦ ଟଙ୍କା ଚାନ୍ଦା
ରାଷ୍ଟ୍ର ନିର୍ମାଣରେ ବିଜେପିକୁ ସହଯୋଗ କରିବାକୁ ଅପିଲ୍
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିକୁ ୨୦୦୦ ଟଙ୍କା ଚାନ୍ଦା ଦେଇଛନ୍ତି । ନିର୍ବାଚନ ପୂର୍ବରୁ ଦଳକୁ ଆର୍ଥିକ ରୂପରେ ଅଧିକ ସଶକ୍ତି କରିବାକୁ ମୋଦୀ ନମୋ ଆପ୍ ଜରିଆରରେ ‘ଡୋନେସନ୍ ଫର୍ ନେସନ୍ ବିଲ୍ଡିଂ’ ନାମରେ ଏକ କ୍ୟାମ୍ପେନ ଆରମ୍ଭ କରିଛନ୍ତି । ଏଥିରେ ପ୍ରଥମେ ମୋଦୀ ନିଜ ଦଳକୁ ଚାନ୍ଦା ଦେଇ ଏହାର ରସିଦ୍ ସୋସିଆଲ ମିଡ଼ିଆ ଏକ୍ସରେ ସେୟାର କରିଛନ୍ତି । ପୋଷ୍ଟରେ ମୋଦୀ ଲେଖିଛନ୍ତି ଯେ ବିଜେପିକୁ ଏହି ଯୋଗଦାନ ଦେଇ ଏକ ବିକଶିତ ଭାରତ ନିର୍ମାଣ ପ୍ରୟାସକୁ ଅଧିକ ମଜବୁତ କରିଥିବାରୁ ଖୁସି ଲାଗୁଛି । ସମସ୍ତେ ଏହା ମାଧ୍ୟମରେ ରାଷ୍ଟ୍ର ନିର୍ମାଣ ପାଇଁ ଏହି ଯୋଗଦାନର ଅଂଶୀଦାର ହେବାକୁ ପିଏମ୍ ମୋଦୀ ଆହ୍ୱାନ ଦେଇଛନ୍ତି ।
I am happy to contribute to @BJP4India and strengthen our efforts to build a Viksit Bharat.
I also urge everyone to be a part of #DonationForNationBuilding through the NaMoApp! https://t.co/hIoP3guBcL pic.twitter.com/Yz36LOutLU
— Narendra Modi (@narendramodi) March 3, 2024
Comments are closed.