www.samajalive.in
Friday, December 12, 2025
14.1 C
Bhubaneswar

ୱାୟନାଡ ସ୍ଥିତି ଦେଖିଲେ ମୋଦୀ; ହୋଇପାରେ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା

ସମାଜ ଡିଜିଟାଲ ଡେସ୍କ: କେରଳର ୱାୟନାଡ ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ପରିଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଶନିବାର ଆକାଶମାର୍ଗରୁ ନୀରିକ୍ଷଣ କରିବା ସହ ଭୂସ୍ଖଳନ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଅଞ୍ଚଳରେ ପହଞ୍ଚି ସମୀକ୍ଷା କରିଛନ୍ତି। ଏହି ସମୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଉପସ୍ଥିତ ରହିଥିଲେ। ଏହି ବିପର୍ଯ୍ୟୟକୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରିବାକୁ କେରଳର ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି। ଏହାସହିତ ୨ହଜାର କୋଟି ଟଙ୍କାର ସହାୟତା ମାଗିଛନ୍ତି ମୁଖ୍ୟମନ୍ତ୍ରୀ। ମୋଦୀଙ୍କ ସମୀକ୍ଷା ପରେ ପୀଡିତଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିପାରନ୍ତି କେନ୍ଦ୍ର ସରକାର। ୩୦ଜୁଲାଇରେ କେରଳରେ ପ୍ରବଳ ବର୍ଷା ଯୋଗୁ ୱାୟନାଡ ଜିଲାରେ ଭୂସ୍ଖଳନ ଘଟିଥିଲା। ଏଯାଏଁ ଏହି ଅଘଟଣରେ ୩୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଏବେବି ନିଖୋଜ ଅଛନ୍ତି।

Hot this week

ଆଜିର : ରାଶିଫଳ,ଆପଣଙ୍କ ଅଶାନ୍ତିର ଅବସାନ ଘଟିବ

ମେଷ : ଅଶ୍ବିନୀ ଓ ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତି ବିପଦମୁକ୍ତ ହୋଇପାରନ୍ତି।...

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

Related Articles

Popular Categories