www.samajalive.in
Monday, December 15, 2025
26.1 C
Bhubaneswar

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟର ଦ୍ଵିତୀୟ ‘ଓଡିଶା ଆଚିଭର୍ସ ଆୱାର୍ଡ-୨୦୨୪’

ସମାଜ ଡିଜିଟାଲ ଡେସ୍କ: ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟର ଦ୍ଵିତୀୟ ଆଚିଭର୍ସ ଆୱାର୍ଡ-୨୦୨୪ ଉତ୍ସବ ସ୍ଥାନୀୟ ଭୁବନେଶ୍ଵରର ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ଓଡିଶାର ୩୦ ଜଣ ପ୍ରତିଭାଧାରୀଙ୍କୁ ଅତିଥିମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା। ଉତ୍ସବରେ ସ୍ୱତନ୍ତ୍ର ମୁଖ୍ୟ ଅତିଥିଭାବେ ଡାକ୍ତର ଗୌରଭ ରଲହାନ, ମୁଖ୍ୟ ଅତିଥିଭାବେ ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥିଭାବେ ବିଧାୟକ ଅଗସ୍ତି ବେହେରା, ଡାକ୍ତର ପାର୍ଥ ସାରଥି ମିଶ୍ର,  ଡଃ ପ୍ରସନ୍ନ କୁମାର ପଟ୍ଟଶାଣୀ, କମଳା କାନ୍ତ ସାହୁ, ସମାଜସେବୀ ନମ୍ରତା ଚଢା, ଶଶିକାନ୍ତ ବାରିକ ଏବଂ ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ମୁଖ୍ୟ ଭରତ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

ନିର୍ବାଣ ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ବସ୍ତିର ୧୦ ଜଣ ଶିଶୁଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। ଟ୍ରଷ୍ଟ ଆଗକୁ ବସ୍ତିରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନିଷ୍ପତ୍ତି ନେଇଥିବା କୁହାଯାଇଥିଲା। ଅନୁଷ୍ଠାନର ମୁଖ୍ୟ ଭରତ ପ୍ରଧାନ ସ୍ୱାଗତ ଭାଷଣରେ କହିଥିଲେ, ଗରିବ ଶିଶୁମାନଙ୍କ ପାଇଁ ଯେତିକି ସାଧନ ହୋଇପାରିବ ଆମ ଟ୍ରଷ୍ଟ ଏଥିପାଇଁ ସଦା ସର୍ବଦା କାର୍ଯ୍ୟରତ। ଏହି କାର୍ଯ୍ୟକ୍ରମକୁ ଶୁଭୋଜିତ୍‌‌ ପଣ୍ଡା ପରିଚାଳନା କରିଥିଲେ। ଏହା ପୂର୍ବରୁ ରାଜ୍ୟର ବିଶିଷ୍ଟ ଶିଳ୍ପପତି ତଥା ଉଦ୍ୟୋଗପତିଙ୍କୁ ନେଇ ଟ୍ରଷ୍ଟ ପକ୍ଷରୁ ‘ଓଡିଶା ଷ୍ଟେଟ୍‌‌ ବିଜନେସ୍‌‌ ଆୱାର୍ଡ’ ଆରମ୍ଭ କରିଥିଲା।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories