www.samajalive.in
Saturday, December 6, 2025
23.1 C
Bhubaneswar

ଆମେରିକା​‌ରେ ପ୍ରଧାନମନ୍ତ୍ରୀ ମୋଦୀ: ଆଜି ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ : ଦୁଇ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓ୍ବାଶିଂଟନ୍ ଡିସିରେ ପହଞ୍ଚିଛନ୍ତି ଭାରତର ପ୍ରଧାନମନ୍ତ୍ରୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି। ବ୍ଲେୟାର୍ ହାଉସରେ ପ୍ରବାସୀ ଭାରତୀଙ୍କୁ ଭେଟିଛନ୍ତି। ଫ୍ରାନ୍ସ ଗସ୍ତ ସାରି ଆମେରିକାରେ ପହଞ୍ଚିଥିବା ମୋଦୀ ଆଜି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆଲୋଚନା ବେଳେ ପ୍ରତିରକ୍ଷା, ବାଣିଜ୍ୟ ସମ୍ପର୍କ ବୃଦ୍ଧି, ଅନୁପ୍ରବେଶକାରୀଙ୍କୁ ଦେଶରୁ ବିତାଡିତ ପ୍ରସଙ୍ଗ ଉଠାଇପାରେ ଭାରତ। ଭାରତ ଆମେରିକା କୂଟନୀତି ସମ୍ପର୍କକୁ ଅଧିକ ମଜବୁତ୍ କରିବା ଦିଗରେ ମୋଦୀଙ୍କର ଏହି ଗସ୍ତ ବେଶ୍ ଗୁରୁତ୍ଵ ବହନ କରୁଛି। ସେପଟେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଆମେରିକାରେ ରହୁଥିବା ଭାରତୀୟ ସମୁଦାୟ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories