www.samajalive.in
Wednesday, December 10, 2025
23.1 C
Bhubaneswar

ବିଶ୍ୱସ୍ତରୀୟ ମାନକ ହାସଲ ପାଇଁ ଭିତ୍ତିଭୂମି, ସ୍ୱାସ୍ଥ୍ୟ ଓ ଶିକ୍ଷାଦାନକୁ ଗୁରୁତ୍ୱ – ମୋଦୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜେପି ମୋର୍ଗାନ ଅନ୍ତର୍ଜାତୀୟ ପରିଷଦର ସଦସ୍ୟମାନଙ୍କୁ ସାକ୍ଷାତ କରିଛନ୍ତି। ୨୦୦୭ ପରେ ପ୍ରଥମ ଥର ଲାଗି ଭାରତରେ ଅନ୍ତର୍ଜାତୀୟ ପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ଏହି ଅନ୍ତର୍ଜାତୀୟ ପରିଷଦରେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଟୋନିବ୍ଲେୟାର, ପୂର୍ବତନ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଜନ ହାୱାର୍ଡ, ପୂର୍ବତନ ଆମେରିକୀୟ ପରରାଷ୍ଟ୍ର ସଚିବ ହେନେରୀ କିସିଙ୍ଗର ଓ କଣ୍ଡୋଲିଜା ରାଇସ, ପୂର୍ବତନ ପ୍ରତିରକ୍ଷା ସଚିବ ରବର୍ଟ ଗେଟ୍ସ ଏବଂ ପ୍ରମୁଖ ବିଶ୍ୱସ୍ତରର ରାଷ୍ଟ୍ରନେତା ସାମିଲ ରହିଛନ୍ତି।ଏମାନଙ୍କ ବ୍ୟତୀତ ବିଶ୍ୱ ବ୍ୟବସାୟ ଓ ଆର୍ଥିକ ଜଗତର ଅଗ୍ରଣୀ ବ୍ୟକ୍ତିବିଶେଷ ଜେପି ମୋର୍ଗାନ ଚେଜର ଜେମିଡି ମୋନ, ଟାଟା ଗ୍ରୁପର ରତନ ଟାଟା ଏବଂ ନେସଲେ, ଆଲିବାବା, ଆଲଫା, ଇବର ଡୋଲା, କ୍ରାଫ୍ଟ ହେଞ୍ଜ ଭଳି କମ୍ପାନୀର ଅଗ୍ରଣୀ ପ୍ରତିନିଧିମାନେ ସାମିଲ ଥିଲେ।

- Advertisement -

ଭାରତରେଏହି ପରିଷଦକୁ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ୨୦୨୪ ସୁଦ୍ଧା ଭାରତକୁ ୫ ଲକ୍ଷ କୋଟି ଆମେରିକୀୟ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବା ଲାଗି ତାଙ୍କର ସଂକଳ୍ପ ବିଷୟରେ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିଶ୍ୱସ୍ତରୀୟ ଭୌତିକ ଭିତ୍ତିଭୂମି, ସୁଲଭ ସ୍ୱାସ୍ଥ୍ୟ ସେବାରେ ଉନ୍ନତିଏବଂ ଉନ୍ନତ ମାନର ଶିକ୍ଷାଦାନ ଆଦି ତାଙ୍କ ସରକାରଙ୍କ ପ୍ରମୁଖ ନୀତିଗତ ପ୍ରାଥମିକତା। ସରକାରଙ୍କ ନୀତି ପ୍ରଣୟନରେ ଜନସାଧାରଣଙ୍କ ଭାଗିଦାରୀ ଏକ ମାର୍ଗଦର୍ଶୀ ସିଦ୍ଧାନ୍ତ ହୋଇ ରହି ଆସିଛି। ବୈଦେଶିକ ନୀତି କ୍ଷେତ୍ରରେ ଭାରତ ନୈତିକ ସହଭାଗୀ ଏବଂ ନିବିଡ଼ ପଡ଼ୋଶୀମାନଙ୍କ ସହିତ ଏକ ସ୍ୱଚ୍ଛ ବହୁପକ୍ଷୀୟ ବୈଶ୍ୱିକ ବ୍ୟବସ୍ଥା ନିର୍ମାଣ କରିବା ଦିଗରେ କାର୍ଯ୍ୟ କରିଆସୁଛି।

Hot this week

ଚିନ୍ତାକଳ୍ପ : ଦୃଷ୍ଟିକୋଣ

ଦୃଷ୍ଟିକୋଣ (ଆଭିମୁଖ୍ୟ)ରେ ପରିବର୍ତ୍ତନ ସବୁଠାରୁ ବଡ଼ ପରିବର୍ତ୍ତନ ବୋଲି କୁହାଯାଇଥାଏ। ଆପଣାର...

ସମ୍ପାଦକୀୟ : ଭୂମିକମ୍ପ ବିପତ୍ତି

ଭାରତର ସହରାଞ୍ଚଳ ପାଇଁ ସତର୍କ ଘଣ୍ଟି ଜାପାନରେ ଗତ ୮ ତାରିଖ ଦିନ...

ସମ୍ପାଦକୀୟ : ଯଥା ପୂର୍ବଂ, ତଥା ପରମ୍‌

ସରକାର ବଦଳିଲେ ଧାରା ବଦଳୁ ନାହିଁ ନଭେମ୍ବର ୨୭ରେ ଭାରତର ରାଷ୍ଟ୍ରପତିଙ୍କ ଅଭିଭାଷଣରୁ...

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

Related Articles

Popular Categories