www.samajalive.in
Wednesday, December 10, 2025
16.1 C
Bhubaneswar

ଶ୍ରମିକ କଲ୍ୟାଣ ସରକାରଙ୍କ ପ୍ରାଥମିକତା : କେନ୍ଦ୍ର ଶ୍ରମ ମନ୍ତ୍ରୀ

ଭୁବନେଶ୍ବର: ମଙ୍ଗଳବାର ଭୁବନେଶ୍ୱରରେ ଆଂଚଳିକ ଶ୍ରମ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଉଦବୋଧନ ଦେଇ କେନ୍ଦ୍ର ଶ୍ରମ ଏବଂ ନିୟୋଜନ ରାଷ୍ଟ୍ରମନ୍ତ୍ରୀ ସନ୍ତୋଷ କୁମାର ଗଙ୍ଗୱାର କହିଛନ୍ତି ଯେ ‘ଶ୍ରମିକ’ମାନେ ଯୁଗ୍ମ ତାଲିକାରେ ଆସୁଛନ୍ତି ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶ୍ରମିକଙ୍କ କଲ୍ୟାଣ ପାଇଁ ସମନ୍ୱିତ ପ୍ରୟାସ କରୁଛନ୍ତି। ଏହି ସମ୍ମିଳନୀରେ ଓଡିଶା, ଛତିଶଗଡ଼, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଓ ଆଣ୍ଡାମାନ ନିକୋବର ଆଦି ୬ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ଶ୍ରମ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ପ୍ରତିଷ୍ଠା ଲାଗି ଆଂଚଳିକ ସମ୍ମିଳନୀ ସହାୟକ ହୋଇଥାଏ। କେନ୍ଦ୍ର ସରକାରଙ୍କ ଦ୍ୱାରା କେନ୍ଦ୍ରୀୟ ଶ୍ରମ ଆଇନ ପ୍ରଣୟନ କରାଯାଇଥାଏ କିନ୍ତୁ ରାଜ୍ୟ ସରକାର ଏହାକୁ ଲାଗୁ କରିଥାନ୍ତି ଏବଂ ସମ୍ପୃକ୍ତ ରାଜ୍ୟର ଭୌଗଳିକ ଓ ଜନସଂଖ୍ୟା ସ୍ଥିତିକୁ ଦେଖି କେନ୍ଦ୍ର ସରକାରଙ୍କ ସହିତ ଆବଶ୍ୟକ ପରାମର୍ଶ କରିବା ପରେ ସେଥିରେ ପରିବର୍ତ୍ତନ ଆଣିଥାନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ କୌଣସି ଆଇନ ସଠିକ ଭାବେ ଲାଗୁ ହେଲେ ଯାଇ ଏହାର ଉଦ୍ଦେଶ୍ୟ ସାଧିତ ହୋଇପାରିଥାଏ। ରାଜ୍ୟ ସରକାର ହିଁ ଆଇନକୁ ତୃଣମୂଳସ୍ତରରେ କାର୍ଯ୍ୟକାରି କରିଥାନ୍ତି। ଶ୍ରୀ ଗଙ୍ଗୱାର କହିଥିଲେ ଯେ ନିକଟରେ ଭାରତ ସରକାର ଦେଶରେ ଶ୍ରମଶକ୍ତିଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନେଇଛନ୍ତି। ଚଳିତ ବର୍ଷ ଅଗଷ୍ଟ ମାସରେ ସଂସଦରେ ମଜୁରି ସଂହିତା ଅନୁମୋଦନ ଲାଭ କରିଥିଲା। ବର୍ତମାନ ରାଜ୍ୟ ସରକାର ଏହାକୁ ଲାଗୁ କରିବା ପାଇଁ ନିୟମ ପ୍ରଣୟନ କରିବା ସହ ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ କରିବା ଉଚିତ। ଏଥିସହିତ ଅଧିକ ସଂଖ୍ୟକ ଅସଂଗଠିତ କ୍ଷେତ୍ରର ଶ୍ରମଜୀବୀଙ୍କୁ ଏହାଦ୍ୱାରା ଲାଭାନ୍ୱିତ କରିବା ଲାଗି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବା ଆବଶ୍ୟକ। ବୃତିଗତ ନିରାପତା, ସ୍ୱାସ୍ଥ୍ୟ ଓ କାର୍ୟ୍ୟ କରିବାର ସ୍ଥିତି ସଂହିତା ଲୋକସଭାରେ ଉପସ୍ଥାପନ କରାଯିବା ପରେ ସଂସଦୀୟ ଷ୍ଟାଣ୍ଡିଂ କମିଟିକୁ ପଠାଇ ଦିଆଯାଇଛି। ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଆଇନ ଯେଉଁଥିରେ ୧୩ଟି କେନ୍ଦ୍ର ଆଇନ ଅନ୍ତର୍ଭୂକ୍ତ ରହିଛି ଏବଂ ଏହା ମଧ୍ୟ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟ, ନିରାପତା ଓ କାର୍ୟ୍ୟ କରିବାର ସ୍ଥିତିକୁ ଜାହିର କରୁଛି। ଶ୍ରମ ଆଇନକୁ ସରଳୀକରଣ କରିବା ସହିତ, କେନ୍ଦ୍ର ସରକାର ଅସଂଗଠିତ କ୍ଷେତ୍ରର ଶ୍ରମିକ, କ୍ଷୁଦ୍ର ବ୍ୟବସାୟୀ ଓ ସ୍ୱାବଲମ୍ବୀ ଲୋକଙ୍କ ପାଇଁ ପେନସନ ଯୋଜନାର ଶୁଭାରମ୍ଭ କରିଛନ୍ତି। ପାଖାପାଖି ୩୩ ଲକ୍ଷ ଅସଂଗଠିତ କ୍ଷେତ୍ରର ଶ୍ରମିକ ପେନସନ ଯୋଜନାରେ ପଞ୍ଜିକୃତ ହୋଇଛନ୍ତି। କିନ୍ତୁ, ଏହି ଯୋଜନାରେ ପ୍ରାୟ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କୁ ଯୋଡ଼ିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗ ଜରୁରି ବୋଲି ମନ୍ତ୍ରୀ କହିଥିଲେ। ସେ ଆହୁରି କହିଥିଲେ ଯେ ଇପିଏଫଓ ଏବଂ ଇଏସଆଇସି ସେବାରେ ଉନ୍ନତି ଆଣିବା ଲାଗି ଆମେ ସୂଚନା ପ୍ରଯୁକ୍ତିର ପ୍ରୟୋଗ କରୁଛୁ ଏବଂ ଏଥିରେ ଅଧିକ ସ୍ୱଚ୍ଛତା ଓ ଉତରଦାୟିତ୍ୱ ଆଣିବା ପାଇଁ ପ୍ରୟାସ କରୁଛୁ। ଏହି ସମ୍ମିଳନୀ ରାଜ୍ୟ ସରକାରଙ୍କ ସହ ଉନ୍ନତ ସମନ୍ୱୟ ପ୍ରତିଷ୍ଠା ଦିଗରେ ସହାୟକ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ।

Hot this week

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

Related Articles

Popular Categories