www.samajalive.in
Monday, December 15, 2025
16.1 C
Bhubaneswar

ଦେଶରେ ବୃଦ୍ଧି ପାଉଛି ଡିଜିଟାଲ କାରବାର ସଂସ୍କୃତି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ ଡିଜିଟାଲ କାରବାରକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ଭାରତରେ ଡିଜିଟାଲ କାରବାର ସଂସ୍କୃତି ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି । ଆକାଶବାଣୀର  ‘ମନ କୀ ବାତ’ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ମତ ବିନିମୟ କରି  ଶ୍ରୀ ମୋଦୀ କହିଛନ୍ତି ଯେ ୟୁପିଆଇ ମାଧ୍ୟମରେ ଦ୍ରୁତ ଗତିରେ ତଥା ଛୋଟ ସହରରେ ମଧ୍ୟ କାରବାର କରୁଥିବାରୁ ଦେଶର ଅର୍ଥନୀତିର ଏକ ଅଂଶ ହୋଇପାରିଛି । ସେ କହିଛନ୍ତି ଯେ ଦେଶରେ ପ୍ରତିଦିନ ୨୦ ହଜାର କୋଟି ଟଙ୍କାର ଡିଜିଟାଲ କାରବାର କରାଯାଉଛି । ଗତ ମାର୍ଚ୍ଚ ମାସରେ ୟୁପିଆଇ କାରବାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା।

ଗତ କିଛିବର୍ଷ ଭିତରେ ଭୀମ ୟୁପିଆଇ ବହୁତ ଶୀଘ୍ର ଆମର ଅର୍ଥନୀତି ଓ ଅଭ୍ୟାସର ଅଙ୍ଗ ହୋଇସାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏବେ  ଛୋଟ ଛୋଟ ସହରରେ ଏବଂ ଅଧିକାଂଶ ଗାଁରେ ମଧ୍ୟ ଲୋକେ ୟୁପିଆଇରେ ଦେଣନେଣ କରୁଛନ୍ତି । ଡିଜିଟାଲ୍ ଅର୍ଥବ୍ୟବସ୍ଥା  ଦ୍ୱାରା ଦେଶରେ ଏକ ସଂସ୍କୃତି ମଧ୍ୟ ସୃଷ୍ଟି ହେଉଛି । ଗଳିକନ୍ଦିରେ ଥିବା ଛୋଟ ଦୋକାନରେ ଡିଜିଟାଲ କାରବାର ହେବାଦ୍ୱାରା ସେମାନଙ୍କୁ ଅଧିକରୁ ଅଧିକ ଗ୍ରାହକଙ୍କୁ ସେବା ଦେବା ସହଜ ହେଉଛି । ସେମାନଙ୍କୁ ଏବେ ଖୁଚୁରା ପଇସାର ମଧ୍ୟ ଅସୁବିଧା ନାହିଁ । ସମସ୍ତେ ମଧ୍ୟ ୟୁପିଆଇର ସୁବିଧାକୁ ଦୈନନ୍ଦିନ ଜୀବନରେ ଅନୁଭବ କରିପାରୁଛନ୍ତି। ଯୁଆଡ଼େ ଗଲେ ନଗଦ ଟଙ୍କା ନେଇ ଯିବାର, ବ୍ୟାଙ୍କ ଯିବାର, ଏଟିଏମ୍ ଖୋଜିବାର ଜଞ୍ଜାଳ ନାହିଁ । ମୋବାଇଲରୁ ହିଁ ସବୁ ଦେୟ ହୋଇଯାଉଛି ; କିନ୍ତୁ ଏହି ଛୋଟ ଛୋଟ ଅନଲାଇନ ଦେୟ ଦ୍ୱାରା ଦେଶରେ କେତେ ବଡ ଡିଜିଟାଲ୍ ଅର୍ଥବ୍ୟବସ୍ଥା ଗଢ଼ିଉଠିଛି । ବର୍ତ୍ତମାନ ଆମ ଦେଶରେ ପ୍ରତିଦିନ ପ୍ରାୟ ୨୦ ହଜାର କୋଟି ଟଙ୍କାର କାରବାର ହେଉଛି। ଗତ ମାର୍ଚ୍ଚ ମାସରେ ୟୁପିଆଇ କାରବାର ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ପହଂଚିଯାଇଥିଲା। ଏହାଦ୍ୱାରା ଦେଶରେ ସୁବିଧା ମଧ୍ୟ ବଢ଼ୁଛି ଏବଂ ସାଧୁତାର ଏକ ପରିବେଶ ମଧ୍ୟ ସୃଷ୍ଟି ହେଉଛି। ଏବେ ତ ଦେଶରେ ଫିନ୍-ଟେକ୍ ସହିତ ସଂପୃକ୍ତ କେତେକ ନୂଆ ଷ୍ଟାର୍ଟ-ଅପ୍ ମଧ୍ୟ ଆଗକୁ ବଢ଼ୁଛି । ସମସ୍ତେ ଡିଜିଟାଲ କାରବାରରେ ନିଜକୁ ସାମିଲ କରିବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories