www.samajalive.in
Sunday, December 14, 2025
15.1 C
Bhubaneswar

ପ୍ରତି ଘରେ ଟିକା ପହଞ୍ଚାଇବାକୁ ଚାଲିଛି ଜୋରଦାର ପ୍ରସ୍ତୁତି: ପ୍ରଧାନମନ୍ତ୍ରୀ

ରାଜକୋଟ: କରୋନା ଟିକାକରଣ ଅଭିଯାନକୁ ନେଇ ଦେଶରେ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ସମସ୍ତ ପ୍ରକାର ଆବଶ୍ୟକ ପ୍ରସ୍ତୁତି କରାଯାଉଛି। ଭାରତରେ ନିର୍ମିତ ସ୍ବଦେଶୀ ଟିକା ପ୍ରତି ଘର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଉଦ୍ୟମ ଶେଷ ପର୍ଯ୍ୟାୟରେ ରହିଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପ୍ରଧାନମନ୍ତ୍ରୀ ଗୁରୁବାର ରାଜକୋଟଠାରେ ଏମ୍‌ସର ଶିଳାନ୍ୟାସ କରିବା ପରେ କହିଛନ୍ତି, କରୋନା ସଂକ୍ରମଣ ରୋକିବାକୁ ଦେଶ ଯେପରି ଏକଜୁଟ ହେଲା, ସେହିପରି ଟିକାକରଣ ଅଭିଯାନକୁ ସଫଳ କରିବା ପାଇଁ ପୂରା ଭାରତ ଏକଜୁଟ ହୋଇ ଆଗକୁ ବଢ଼ିବ। ଭିଡିଓ କନ୍‌ପରେନ୍ସ ଜରିଆରେ ଆୟୋଜିତ ଏହି ସମାରୋହରେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନ ଉପସ୍ଥିତ ଥିଲେ।

- Advertisement -

ମୋଦୀ କହିଥିଲେ, ୨୦୨୦ରେ ସଂକ୍ରମଣକୁ ନେଇ ନିରାଶା ଥିଲା, ଚିନ୍ତା ଥିଲା, ଚାରିଆଡ଼େ ଲୋକଙ୍କ ମନରେ ପ୍ରଶ୍ନ ଥିଲା। କିନ୍ତୁ ୨୦୨୧ ଚିକିତ୍ସା ଆଶାକୁ ନେଇ ଆସିଛି। ବିଶ୍ଵର ସବୁଠୁ ବଡ଼ ଟିକାକରଣ ଅଭିଯାନ ଚଳାଇବା ପାଇଁ ଭାରତର ପ୍ରସ୍ତୁତି ଜୋରସୋରରେ ଚାଲିଛି। ଦେଶରେ କରୋନାର ନୂଆ ମାମଲା ହ୍ରାସ ପାଇବାରେ ଲାଗିଛି। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଲୋକମାନେ ଅବହେଳା କରନ୍ତୁ। ଔଷଧ ମିଳିଯାଇଛି, ଏହାର ଅର୍ଥ ନୁହେଁ ଯେ ନିସ୍ତାର ମିଳିଗଲା। ତେଣୁ ଔଷଧ ସହିତ ସଚେତନତା ବି ଜରୁରୀ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ପ୍ରଧାନମନ୍ତ୍ରୀ ବର୍ଷର ଶେଷ ଦିନରେ କରୋନା ବିରୋଧୀ ଲଢ଼େଇରେ ଯୋଗଦେଇଥିବା ଦେଶର ଲକ୍ଷ ଲକ୍ଷ ଚିକିତ୍ସକ, ସ୍ବାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ, ଔଷଧ ଦୋକାନୀ ଏବଂ ଅନ୍ୟ ଆଗଧାଡ଼ିର ଯୋଦ୍ଧାମାନଙ୍କୁ ସ୍ମରଣ କରିବା ସହିତ ସେମାନଙ୍କୁ ପ୍ରଣାମ ଜଣାଇଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories