www.samajalive.in
Friday, December 5, 2025
26.1 C
Bhubaneswar

୨ରୁ ସବୁ ରାଜ୍ୟରେ ଟିକାକରଣ ଡ୍ରାଏ ରନ୍‌

ନୂଆଦିଲ୍ଲୀ: ଆସନ୍ତା ୨ ତାରିଖରୁ ଦେଶର ସବୁ ରାଜ୍ୟରେ କରୋନା ଟିକାକରଣ ପାଇଁ ଡ୍ରାଏ ରନ୍‌ ଅର୍ଥାତ୍‌ ମକ୍‌ଡ୍ରିଲ ଅନୁଷ୍ଠିତ ହେବ। ୪ଟି ରାଜ୍ୟରେ ଏହା ସଫଳ ହେବା ପରେ କେନ୍ଦ୍ର ସରକାର ସମସ୍ତ ରାଜ୍ୟରେ ଏହିପରି ଡ୍ରାଏରନ୍‌ କରିବାକୁ ଯୋଜନା କରିଛନ୍ତି। ଦେଶରେ ଟିକାକୁ ମଞ୍ଜୁରୀ ମିଳିବା ପରେ ଏକ ବଡ଼ ଅଭିଯାନକୁ ସୁରୁଖୁରୁରେ ଚଳାଇବା ଲାଗି ଏହି ଡ୍ରାଏ ରନ୍‌ କରାଯାଉଛି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ସମସ୍ତ ରାଜ୍ୟର ରାଜଧାନୀର ୩ଟି ସ୍ଥାନରେ ଏହି ଅଭ୍ୟାସ କରାଯିବ। କିଛି ରାଜ୍ୟର ଦୂରବର୍ତ୍ତୀ ଜିଲା, ଯେଉଁ ଅଞ୍ଚଳକୁ ପରିବହନ ବ୍ୟବସ୍ଥା ଅତ୍ୟନ୍ତ ଖରାପ ସେହି ଜିଲାକୁ ମଧ୍ୟ ଏହି ଡ୍ରାଏ ରନ୍‌ରେ ସାମିଲ କରାଯିବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ସମସ୍ତ ରାଜ୍ୟର ପ୍ରତିନିଧିମାନଙ୍କ ସହିତ ଅନୁଷ୍ଠିତ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

- Advertisement -

ସୂଚନା ଅନୁସାରେ, ଗତ ୨୮ ଏବଂ ୨୯ ଡିସେମ୍ବରରେ ଦେଶର ୪ଟି ରାଜ୍ୟରେ ଟିକାକରଣର ଡ୍ରାଏ ରନ୍‌ କରାଯାଇଥିଲା। ଏସବୁ ରାଜ୍ୟ ହେଲେ ପଞ୍ଜାବ, ଆସାମ, ଗୁଜରାଟ ଏବଂ ଆନ୍ଧ୍ରପ୍ରଦେଶ। ୪ଟି ଯାକ ରାଜ୍ୟରେ ଏହା ଫଳପ୍ରଦ ହୋଇଛି। ଟିକାକରଣ ଅଭିଯାନ ସମୟରେ କୋଲ୍ଡ ଚେନଠାରୁ ଆରମ୍ଭ କରି ଟିକାର ସଂରକ୍ଷଣ, ସ୍ଥାନାନ୍ତରଣ, ଆବଣ୍ଟନ ଏବଂ ପରିବହନ ବ୍ୟବସ୍ଥା କିପରି ଠିକ୍‌ ଭାବେ ସମ୍ପନ୍ନ ହୋଇପାରିବ ସେଥିଲାଗି ଡ୍ରାଏ ରନ୍‌ କରାଯାଇଥାଏ।

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories