www.samajalive.in
Sunday, November 16, 2025
15.1 C
Bhubaneswar

ଅଗଷ୍ଟରେ ଆଇଆଇଟି ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର/ଜଟଣୀ : ରଥଯାତ୍ରା ଅବସରରେ ତୋଷାଳି ଭବନ ଠାରେ ଥିବା ଆଇଆଇଟି ଭୁବନେଶ୍ୱର କେନ୍ଦ୍ରୀୟ ପ୍ରଶାସନିକ କାର୍ଯ୍ୟାଳୟ ଅରୁଗୁଳସ୍ଥିତ ଏହାର ସ୍ଥାୟୀ କ୍ୟାମ୍ପସ୍‍କୁ ସ୍ଥାନାନ୍ତର ହୋଇଛି। ଏହି ସ୍ଥାନାନ୍ତର ସହ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସ୍‍ର ସମସ୍ତ କାର୍ଯ୍ୟାଳୟ ଏହାର ସ୍ଥାୟୀ କ୍ୟାମ୍ପସ୍‍କୁ ସ୍ଥାନାନ୍ତର ଉଠିଯାଉଛି। କେନ୍ଦ୍ର ସରକାରଙ୍କ ଅନୁଦାନରେ ବର୍ତ୍ତମାନ କ୍ୟାମ୍ପସ୍‍ରେ ହଷ୍ଟେଲ, ସମ୍ମିଳନୀ କକ୍ଷ, ବିଦ୍ୟାଳୟ ଗୃହ, କର୍ମଚାରୀଙ୍କ ପାଇଁ କ୍ୱାର୍ଟର୍ସ, କେନ୍ଦ୍ରୀୟ ଗବେଷଣା କେନ୍ଦ୍ର, ୧୫୦୦ ସିଟ୍‍ ବିଶିଷ୍ଟ ପ୍ରେକ୍ଷାଳୟ ମାଷ୍ଟର ପ୍ଲାନ୍‍ ଅନୁସାରେ ନିର୍ମାଣ କରାଯାଉଛି। କ୍ୟାମ୍ପସ୍‍ରେ ନୂତନ କୋଠାକୁ ଲୋକାର୍ପିତ କରିବା ପାଇଁ ପ୍ରଧାନମନ୍ତ୍ରୀ ସହମତି ଦେଇଛନ୍ତି ଏବଂ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର ଗସ୍ତରେ ଆସିବେ ବୋଲି ଜଣାପଡ଼ିଛି। ଆଇଆଇଟି ଭୁବନେଶ୍ୱର ନିର୍ଦେଶକ ପ୍ରଫେସର ଆର.ଭି ରାଜାକୁମାରଙ୍କ ପୌରୋହିତ୍ୟରେ ନୂଆ କୋଠାରେ ଆଜି ପୂଜାର୍ଚ୍ଚନା ସହ ବିଧିବଦ୍ଧ ଭାବେ କେନ୍ଦ୍ରୀୟ ପ୍ରଶାସନିକ କାର୍ଯ୍ୟଳୟ ପ୍ରତିଷ୍ଠା ହୋଇଛି। ପ୍ରଫେସର ରାଜାକୁମାର କହିଛନ୍ତି, ମାତ୍ର ୩ ବର୍ଷ ମଧ୍ୟରେ ଆଇଆଇଟି ଭୁବନେଶ୍ୱର ସ୍ୱୟଂସମ୍ପୂର୍ଣ୍ଣ ହୋଇପାରିଛି। ଏହି କ୍ୟାମ୍ପସ୍‍ର ବିକାଶ ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ଦ୍ୱିତୀୟ ପର୍ଯ୍ୟାୟରେ ୮୫୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପାଣ୍ଠିର ସଦୁପଯୋଗ ସହିତ ଆଇଆଇଟି ଭୁବନେଶ୍ୱରକୁ ଦେଶର ଏକ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନରେ ପରିଣତ କରିବା ପାଇଁ ଆମର ଉଦ୍ୟମ ଜାରି ରହିବ। ରାଜ୍ୟ ସରକାରଙ୍କ ସହଯୋଗ ମଧ୍ୟ ପ୍ରଶଂସନୀୟ ବୋଲି ସେ କହିଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories