www.samajalive.in
Friday, November 14, 2025
25.1 C
Bhubaneswar

ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ ଲାଗି ଟିମ୍ ଇଣ୍ଡିଆ ଭାବେ କାର୍ଯ୍ୟ କରିବାକୁ ମୋଦୀଙ୍କ ଅନୁରୋଧ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଶନିବାର ନୀତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକରେ ଅଧ୍ୟକ୍ଷତା କରିଥିଲେ। ନୂଆଦିଲ୍ଲୀର ପ୍ରଗତି ମଇଦାନ ସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ୧୯ ଟି ରାଜ୍ୟ ଏବଂ ୬ ଟି କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଓ ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ଯୋଗ ଦେଇଥିଲେ ।

ପ୍ରଧାନମନ୍ତ୍ରୀ, କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ @ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଏବଂ ଆକାଂକ୍ଷା ପୂରଣ କରିବା ଉଚିତ ବୋଲି ଗୁରୁତ୍ବାରୋପ କରିଛନ୍ତି । ସେ କହିଛନ୍ତି ଯେ ପରବର୍ତ୍ତୀ ୨୫ବର୍ଷ ପାଇଁ ଜାତୀୟ ବିକାଶ ଏଜେଣ୍ଡା ସହିତ ସମାନ୍ତରାଳ ଭାବେ ରଣନୀତି ପ୍ରସ୍ତୁତ କରିବାରେ ନୀତି ଆୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ। ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ନୀତି ଆୟୋଗ ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି ଯାହା ଦ୍ୱାରା ଦେଶ ଅମୃତ କାଳର ଦୃଷ୍ଟିଭଙ୍ଗୀ ହାସଲ କରିବା ଦିଗରେ ବଡ ଲମ୍ଫ ଦେଇପାରିବ ।

- Advertisement -

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଏବଂ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ(ଏବିପି) ଭଳି ସହଯୋଗୀ ତଥା ପ୍ରତିଯୋଗୀ ସଂଘୀୟବ୍ୟବସ୍ଥାକୁ ଦୃଢ କରିବା ପାଇଁ ନୀତି ଆୟୋଗ ଏକାଧିକ ପଦକ୍ଷେପ ନେଉଛନ୍ତି। ଏହି ଉଭୟ କାର୍ଯ୍ୟକ୍ରମ କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲା ମିଳିତ ଭାବରେ କାର୍ଯ୍ୟ କରିବାର ଶକ୍ତି ଏବଂ ତୃଣମୂଳ ସ୍ତରରେ ସାଧାରଣ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବାରେ ତଥ୍ୟ ଆଧାରିତ ଶାସନର ପ୍ରଭାବ ପ୍ରଦର୍ଶନ କରିଥାଏ ।

ଅନ୍ତର୍ଜାତୀୟ ମିଲେଟ ବର୍ଷରେ ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଅମୃତ ସରୋବର କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ ।

ରାଜ୍ୟ ସ୍ତରରେ ଆର୍ଥିକ ଅନୁଶାସନକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ । କେବଳ ଭିତ୍ତିଭୂମି ଏବଂ ଲଜିଷ୍ଟିକ ପାଇଁ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସାମାଜିକ ଭିତ୍ତିଭୂମି ସୃଷ୍ଟି ପାଇଁ ମଧ୍ୟ ସକ୍ରିୟ ଭାବେ ଗତି ଶକ୍ତି ପୋର୍ଟାଲକୁ ବ୍ୟବହାର କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ ।

ଦେଶରେ ଅନୁଷ୍ଠିତ ହେଉଥିବା ଜି -୨୦ ବୈଠକ ବିଷୟରେ ସେ କହିଛନ୍ତି ଯେ ବିଶ୍ ସ୍ତରରେ ଜି -୨୦ ଭାରତ ପାଇଁ ଗୌରବ ଆଣିଥିବା ବେଳେ ଏହା ରାଜ୍ୟମାନଙ୍କୁ ବିଶ୍ୱସ୍ତରୀୟ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛି ।

ବିଶ୍ୱ ସ୍ତରୀୟ ଆବଶ୍ୟକତା ପୂରଣ କରିବା, ଏମଏସଏମଇକୁ ସମର୍ଥନ କରିବା, ଦେଶର ପର୍ଯ୍ୟଟନ ସମ୍ଭାବନାକୁ ବିକଶିତ କରିବା, ରାଜ୍ୟ ସ୍ତରରେ ନିୟମ ହ୍ରାସ କରିବା ସହିତ ଛୋଟ ଛୋଟ ଅପରାଧକୁ କମ୍‍ କରିବା, ଏକତା ମଲ ଗଠନ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ ଦକ୍ଷ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ନାରୀ ଶକ୍ତି ଉପରେ ଆଲୋଚନା କରି ସେ ମହିଳା ନେତୃତ୍ୱାଧୀନ ବିକାଶର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ସମାପ୍ତ କରିବା ବିଷୟରେ  କହିଥିଲେ ।

ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳମାନେ ବିଭିନ୍ନ ନୀତି ସ୍ତରୀୟ ପରାମର୍ଶ ଦେଇଥିଲେ । ସେମାନେ ରାଜ୍ୟଗୁଡିକ ସମ୍ବନ୍ଧୀୟ ର୍ନିଦ୍ଦିଷ୍ଟ ପ୍ରସଙ୍ଗଗୁଡିକ ବିଷୟରେ ଉଲ୍ଲେଖ କରିଛନ୍ତି ଯାହା କେନ୍ଦ୍ର-ରାଜ୍ୟ ସହଯୋଗ ଆବଶ୍ୟକ କରେ । ସେଗୁଡିକ ମଧ୍ୟରେ ସବୁଜ ରଣନୀତି ବାଛିବା, ଜୋନ୍ ୱାରୀ ଯୋଜନା କରିବା, ପର୍ଯ୍ୟଟନ, ସହରୀ ଯୋଜନା, କୃଷି, କାର୍ଯ୍ୟର ଗୁଣବତ୍ତା, ଲଜିଷ୍ଟିକ୍ସ ଭଳି କ୍ଷେତ୍ରଗୁଡିକରେ ସେମାନଙ୍କ କେତେକ ପ୍ରମୁଖ ପରାମର୍ଶ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ କହିଥିଲେ ।

ବୈଠକରେ ଅଂଶଗ୍ରହଣ କରି ସେମାନଙ୍କର ମତ ଏବଂ ଅଭିଜ୍ଞତା ଦେଇଥିବାରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଏବଂ ଉପ-ରାଜ୍ୟପାଳ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି ଯେ ନୀତି ଆୟୋଗ ରାଜ୍ୟଗୁଡିକର ଚିନ୍ତା, ଆହ୍ୱାନ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ ଅଧ୍ୟୟନ କରିବେ ଏବଂ ପରବର୍ତ୍ତୀ ସମୟରେ ଯୋଜନା ପ୍ରସ୍ତୁତ କରିବେ ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories