ନୂଆଦିଲ୍ଲୀ: କରୋନା ସଂକ୍ରମଣ ସମୟରେ ଯେଉଁ ପିଲାମାନେ ପିତାମାତାଙ୍କୁ ହରାଇଛନ୍ତି ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍ କେୟାର୍ସ ଚିଲ୍ଡ୍ରେନ୍ ଯୋଜନା ଘୋଷଣା କରିଛନ୍ତି। ଅନ୍ଲାଇନ୍ ମାଧ୍ୟମରେ ଏହି ଯୋଜନାର ସୁଫଳ ଲାଭ କରାଯାଇ ପାରିବ। ଏହାର ଠିକଣା ହେଉଛି–pm cares for children.in। ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହା ଜଣାଇଛନ୍ତି।
ସେ କହିଛନ୍ତି, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ଦ୍ୱାରା ସେଭଳି ପିଲାମାନଙ୍କ ଆବେଦନ ଅପଲୋଡ଼ କରାଯାଉଛି। ଗତ ୧୪ ତାରିଖ ସୁଦ୍ଧା ୮ ହଜାର ୯୭୩ଟି ଆବେଦନ ଅପଲୋଡ୍ ହୋଇଛି। ତାହା ମଧ୍ୟରୁ ୪ହଜାର ୩୦୨ଟି ଆବେଦନ ଜିଲ୍ଲା ମାଜିଷ୍ଟ୍ରେଟ୍ମାନଙ୍କ ଦ୍ୱାରା ଅନୁମୋଦିତ ହୋଇଛି। ସେ କହିଛନ୍ତି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ଶିଶୁ ସୁରକ୍ଷା ସେବା ଯୋଜନା – ମିଶନ୍ ବତ୍ସ୍ୟାଳୟ ନାମକ ଏକ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରୁଛି। ଏହି ଯୋଜନା ଅଧୀନରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସହାୟତା ପ୍ରଦାନ କରାଯିବ। ଅସୁବିଧାର ସମ୍ମୁଖୀନ ହେଉଥିବା ପିଲାମାନଙ୍କ ପାଇଁ ସେହି ସହାୟତା ଦିଆଯିବ।



