www.samajalive.in
Saturday, December 13, 2025
18.1 C
Bhubaneswar

ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ପ୍ରତି ଲୋକମାନଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଆଜି ପ୍ରିଜାଇଡିଙ୍ଗ୍‍ ଅଫିସର୍ସ କନ୍‍ଫରେନ୍ସର ଉଦ୍‍ଯାପନୀ ଅଧିବେଶନରେ ଉଦବୋଧନ ଦେବା ଅବସରରେ ନଭେମ୍ବର ୨୬ ମୁମ୍ବାଇ ସନ୍ତ୍ରାସବାଦୀ ଆକ୍ରମଣର ଶହୀଦ୍‍ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସେ କହିଛନ୍ତି, ସମାଜର ତିନୋଟିଯାକ ମୁଖ୍ୟ ସ୍ତମ୍ଭ ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଅପରିହାର୍ଯ୍ୟ। ପ୍ରଧାନମନ୍ତ୍ରୀ କହିଛନ୍ତି, ନ୍ୟାୟପାଳିକାର ଯଦିଓ ଏକ ସ୍ୱତନ୍ତ୍ର ଭୂମିକା ରହିଛି, କିନ୍ତୁ ବାଚସ୍ପତି ଆଇନ ପ୍ରଣୟନରେ ମୁଖ୍ୟ ଭୂମିକା ନିର୍ବାହ କରିଥା’ନ୍ତି। ସମସ୍ତ ନିୟମ ସମ୍ବିଧାନ ମଧ୍ୟରେ ରହିଥିବାର ପ୍ରଧାନମନ୍ତ୍ରୀ ତାଙ୍କର ଭାଷଣରେ ଉଲ୍ଲେଖ କରିଛନ୍ତି। ବିଗତ ୭ ବର୍ଷ ଭିତରେ ବ୍ୟବସ୍ଥାପିକା, ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ଅଧିକ ମଜବୁତ୍‍ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ଏଗୁଡ଼ିକ ପ୍ରତି ଲୋକମାନଙ୍କ ମନରେ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସମୟରେ ମଧ୍ୟ ସଂସଦରେ ଅଧିକ କାର୍ଯ୍ୟ ହୋଇପାରିଛି। ଆତ୍ମନିର୍ଭର ଭାରତ ଦିଗରେ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପମାନ ଗ୍ରହଣ କରିଛନ୍ତି। ସଂସଦର ଦୁଇ ସଭାର ସଦସ୍ୟମାନେ କରୋନା ପାଇଁ ସେମାନଙ୍କର ବେତନ ଦେଇଥିବାରୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, କରୋନା ସମୟରେ ମଧ୍ୟ ସଫଳତାର ସହ ନିର୍ବାଚନ କରାଯାଇଛି ଓ ନୂଆ ସରକାର ଗଠନ କରାଯାଇଛି। ବିଭିନ୍ନ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଏ କ୍ଷେତ୍ରରେ ସରକାର ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରି ଦେଖାଇଛନ୍ତି।

- Advertisement -

ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁଜରାଟର କେବାଡ଼ିଆଠାରେ ପ୍ରିଜାଇଡିଙ୍ଗ୍‍ ଅଫିସର୍ସ୍‍ କନ୍‍ଫରେନ୍ସକୁ ଉଦ୍‍ଘାଟନ କରିଥିଲେ। ସେ କହିଥିଲେ, ଲୋକପ୍ରତିନିଧି ଓ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ସମ୍ମୁଖରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ସର୍ବସାଧାରଣଙ୍କର ଆଶା ଓ ଆକାଂକ୍ଷାର ପୂରଣ କରିବା। ଲୋକପ୍ରତିନିଧିମାନଙ୍କୁ ସର୍ବଦା ଜନସାଧାରଣଙ୍କ ପ୍ରତି ସଚ୍ଚୋଟ ରହିବାକୁ ସେ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି କହିଥିଲେ, ବିଶ୍ୱର ଅନ୍ୟାନ୍ୟ ଭାଗରେ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକ ଉପରେ ପ୍ରଶ୍ନବାଚୀ ଉଠାଯାଉଥିବା ବେଳେ ଭାରତର ଅନୁଷ୍ଠାନଗୁଡ଼ିକ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ଭାରତର ପୁରାତନ ଗ୍ରନ୍ଥଗୁଡ଼ିକରେ ଗଣତାନ୍ତ୍ରିକ ମୂଲ୍ୟବୋଧ ବିଷୟରେ ଉଲ୍ଲେଖ ଥିବାର ଦର୍ଶାଇ ରାଷ୍ଟ୍ରପତି କହିଥିଲେ, ଦେଶର ନିର୍ମାତାମାନେ ସମ୍ବିଧାନ ପ୍ରଣୟନ କରିବା ସମୟରେ ଏହି ମୂଲ୍ୟବୋଧକୁ ବିବେଚନା କରିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories