ହରଭଙ୍ଗା: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନାଗାର୍ଜ୍ଜୁନ ବେଶପାଇଁ ବିନକାରୁ ପୂରୀ ଅଭିମୁଖେ ଯାତ୍ରା କରୁଥିବା ତୁଳସୀ ରଥକୁ ହରଭଙ୍ଗା ବ୍ଲକର ପୁରୁଣାକଟକ, ଚାରିଛକରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପୁରୁଣାକଟକ ଏବଂ ଚାରିଛକରେ ନାଗରିକ କମିଟି ଓ ଜଗନ୍ନାଥ ପ୍ରେମୀଙ୍କ ତୁଳସୀ ରଥକୁ ଦର୍ଶନ କରିବା ସହ ଭବ୍ୟ ସ୍ୱାଗତ ଜଣାଇଥିଲେ। ଏଥିସହ ମହାପ୍ରଭୁଙ୍କ ନାଗାର୍ଜ୍ଜୁନ ବେଶ ପାଇଁ ତୁଳସୀ ସେବା ନିମନ୍ତେ ସମସ୍ତେ ତୁଳସୀ ଏବଂ ଗେଣ୍ଡୁ ଫୁଲ ପ୍ରଦାନ କରି ଠାକୁରଙ୍କ କୃପା ଲାଭ କରିଥିଲେ।ଏଭଳି ଏକ ଭକ୍ତିମୟ ପରିବେଶରେ ମହିଳା, ପୁରୁଷ ଏକତ୍ରୀତ ହୋଇ ଘଣ୍ଟ, ଶଙ୍ଖ, ହୁଳହୁଳି ଦେଇ ସ୍ୱାଗତ ବେଳେ ସେଠାରେ ଏକ ଜଗନ୍ନାଥମୟ ପରିବେଶ ସୃଷ୍ଟି ହୋଇଥିଲା
Popular Categories



