www.samajalive.in
Sunday, December 14, 2025
16.1 C
Bhubaneswar

ଭବାନୀପାଟଣା କ୍ଷେତ୍ର ଜନସମ୍ପର୍କ ବ୍ୟୁରୋ ପକ୍ଷରୁ ସମ୍ବିଧାନ ଦିବସ ପାଳିତ

ଭାରତର ସମ୍ବିଧାନ ଦିବସ ଉପଲକ୍ଷେ ଏହାର ଗଠନ, ଭୂମିକା ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ବବୋଧ ସମ୍ପର୍କରେ ଏକ ଓ୍ବେବିନାର କେନ୍ଦ୍ର ସରକାରଙ୍କ କ୍ଷେତ୍ର ଜନ ସମ୍ପର୍କ ବ୍ୟୁରୋ ଭବାନୀପାଟଣା ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି ଓ୍ବେବିନାରରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସମ୍ବିଧାନ ନିର୍ମାତା ଡ଼ା. ଆମ୍ବେଦକରଙ୍କ ଅବଦାନ ସମାଜରେ ବ୍ୟକ୍ତିର ମର୍ଯ୍ୟାଦା, ରାଷ୍ଟ୍ରର ଐକ ଓ ସଂହତି ନିଶ୍ଚିତ କରେ। ଭାତ୍ରୁଭାବ ଉତ୍ସାହିତ କରିବାକୁ ସମ୍ବିଧାନ ଦ୍ବାରା ସୁବିଧା ସୁଯୋଗର ସମାନତାର ସୁରକ୍ଷା ପ୍ରଦାନ ସମ୍ପର୍କରେ ଆଲୋଚନା କରିଥିଲେ। ବକ୍ତା ଭାବରେ ଜେପି ମହାବିଦ୍ୟାଳୟ, ଭବାନୀପାଟଣାର ଅଧ୍ୟକ୍ଷ ଛବିଲତା ସାହୁ ଯୋଗଦେଇ ବାବା ସାହେବ ଆମ୍ବେଦକରଙ୍କ ସଂଙ୍ଘର୍ଷମୟ ଜୀବନ ସମାଜସେବା ରାଜନୈତିକ ଜୀବନ ସମ୍ବିଧାନ ପ୍ରଣୟନର ତାଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ ।


ଅନ୍ୟବକ୍ତା ଭାବରେ ଭବାନୀପଟଣା ସରକାରୀ ସ୍ବଂୟଶାସିତ ମହାବିଦ୍ୟାଳୟର ପ୍ରଫେସର ମହେଶ୍ବର ଦୁରିୟା, ଟିଟିଲାଗଡ଼ ଡିଏଭି ସ୍ବଂୟଶାସିତ ମହାବିଦ୍ୟାଳୟର ରାଜନୈତିକ ବିଜ୍ଞାନର ମୁଖ୍ୟ ଡା. ରମାକାନ୍ତ ବେହେରା, ଭାରତ ସରକାରଙ୍କ ଆଞ୍ଚଳିକ ଜନସମ୍ପର୍କ ବ୍ୟୁରୋ ତଥା ପ୍ରତ୍ର ସୂଚନା ବ୍ୟୁରୋ, ଭୁବନେଶ୍ବରର ମହାନିର୍ଦ୍ଦେଶକ ଶୈଳେସ ମାଲବ୍ୟ, ନିର୍ଦେଶକ ଅଖିଳ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଏକ ରାଷ୍ଟ୍ର ଏକ ସମ୍ବିଧାନ, ରାଷ୍ଟ୍ରିୟ ଧ୍ବଜା ଏବଂ ସଙ୍ଗୀତକୁ ସମ୍ମାନ ଦେବା, ଦେଶର ପ୍ରାକୃତିକ ସମ୍ପଦକୁ ସୁରକ୍ଷା, ଶିଶୁମାନଙ୍କୁ ଶିକ୍ଷାର ସୁଯୋଗ ଦେବା, ସାମ୍ପ୍ରଦାୟିକ ସଦଭାବନା ବଜାୟ ରଖିବା ତଥା ଭାରତର ବହୁଭାଷା, ଜାତି, ବିଧି ବିଧାନକୁ ଆମର ସମ୍ବିଧାନ ଏକତା ସୂତ୍ରରେ ବନ୍ଧନ କରିଥିବା ସମ୍ପର୍କରେ ଆଲୋକପତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଭାରତ ସରକାରଙ୍କ କ୍ଷେତ୍ର ଜନସମ୍ପର୍କ ବ୍ୟୁରୋର ଅଧିକାରୀ ବିଷ୍ଣୁ ଚରଣ ସାହୁ ପରିଚାଳନା କରିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories