www.samajalive.in
Saturday, December 6, 2025
14.1 C
Bhubaneswar

+୨ ପରୀକ୍ଷା ଦେବେ ୩ ଲକ୍ଷ ୧୦ ହଜାର- ଆଜିଠାରୁ ବିଭିନ୍ନ ବର୍ଗର ମତ ଲୋଡ଼ିବ ପରିଷଦ

ଭୁବନେଶ୍ବର,(ନି.ପ୍ର):ରାଜ୍ୟରେ ଚଳିତ ମାସ ୭ରୁ ଅଷ୍ଟମରୁ ଦ୍ୱାଦଶ(+୨) ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହୋଇଛି। ତେବେ ଏଥର +୨(ଦ୍ବାଦଶ) ଶ୍ରେଣୀ ପରୀକ୍ଷା ଦେବାକୁ ପ୍ରାୟ ୩ ଲକ୍ଷ ୧୦ ହଜାର ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ଚଳିତ ବର୍ଷ ରାଜ୍ୟରେ ପୂର୍ବ ବର୍ଷମାନଙ୍କ ତୁଳନାରେ କମ୍‌ ଛାତ୍ରଛାତ୍ରୀ ଫର୍ମପୂରଣ କରିଛନ୍ତି। ଅନ୍ୟପକ୍ଷରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆସନ୍ତାକାଲିଠାରୁ ବିଭିନ୍ନ ବର୍ଗର ମତ ଲୋଡ଼ାଯିବ ବୋଲି ଜଣାପଡ଼ିଛି। ପରିଷଦର ଉପାଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ଆଭାସି ବୈଠକରେ ମତ ନିଆଯିବ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କନିଷ୍ଠ ମହାବିଦ୍ୟାଳୟ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ବର୍ଷ ପରୀକ୍ଷା ହୋଇ ନଥିଲା। ଗତବର୍ଷ ବିନା ପରୀକ୍ଷାରେ ଫଳ ପ୍ରକାଶ ପାଇଥିବାବେଳେ ଉତ୍ତୀର୍ଣ୍ଣ(ପାସ୍‌)ହାର ଶୀର୍ଷରେ ରହିଥିଲା। ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ ପାଇଥିଲା। ସେଥିଯୋଗୁଁ ଚଳିତ ବର୍ଷ +୨ ଫର୍ମପୂରଣ ସଂଖ୍ୟା ବଢିଥିବା ଜଣାପଡ଼ିଛି। କନିଷ୍ଠ ମହାବିଦ୍ୟାଳୟ ଖୋଲିବା ସହ ଅଫ୍‌ଲାଇନ୍(ଶ୍ରେଣୀଗୃହ) ଓ ଅନ୍‌ଲାଇନ୍(ସଞ୍ଚାର ଜରିଆରେ) ପାଠପଢା ଚାଲିଛି। ଆସନ୍ତାକାଲିଠାରୁ ପରୀକ୍ଷା ସମ୍ବନ୍ଧରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦ୍ବାଦଶ(+୨) ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାବଦରେ ବିଭିନ୍ନ ବର୍ଗର ଅଂଶୀଦାରଙ୍କ ମତ ସଂଗ୍ରହ କରାଯିବ। ଛାତ୍ରଛାତ୍ରୀ, ଶିକ୍ଷକ/ଶିକ୍ଷୟିତ୍ରୀ ,ଅଭିଭାବକ, ଶିକ୍ଷାବିତ୍ ଏବଂ ବିଶେଷଜ୍ଞଙ୍କ ସହ ଆଭାସି ବୈଠକ ପର୍ଯ୍ୟାୟକ୍ରମେ ବିସ୍ତୃତ ଭାବେ ଆଲୋଚନା ପୂର୍ବକ ଏହି ଅଂଶୀଦାରଙ୍କ ମତାମତ ନିଆଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ମିଳିଥିବା ମତାମତ ଆଧାରରେ ପରୀକ୍ଷା ପରିଚାଳନା ଏବଂ ମୂଲ୍ୟାୟନ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।

- Advertisement -

ଫର୍ମପୂରଣ କରିଥିବା ଛାତ୍ରଛାତ୍ରୀଙ୍କ ପ୍ରବେଶପତ୍ର(ଆଡମିଟ୍‌କାର୍ଡ) ଓ ପ୍ରଶ୍ନପତ୍ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କରୋନା କଟକଣାରେ ପରୀକ୍ଷା କରିବାକୁ ଯୋଜନା କରାଯାଇଛି। କରୋନା ଯୋଗୁଁ ଚଳିତ ବର୍ଷ ପରୀକ୍ଷା କେନ୍ଦ୍ର ସଂଖ୍ୟା ବଢାଇବାକୁ ଲକ୍ଷ୍ୟ ରଖଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories