ସୋମବାରର ରାଶିଫଳ- ସମସ୍ତ ରାଶିର ଶୁଭାଶୁଭ ଫଳ
ମେଷ- ଧର୍ମୀୟ ବିଚାରରେ ଉଦାର ମନୋବୃତ୍ତିର ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ବିକଶିତ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ସୁସ୍ଥ ରହିବେ। ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି।
ବୃଷ-ସାଧନା ଫଳବତୀ ହେବ। ମନ ପ୍ରସନ୍ନ ରହିବ। ଈଶ୍ବର ଭକ୍ତିରେ ଶକ୍ତିସମ୍ପନ୍ନ ହେବେ। ଭାଷା ଓ ବ୍ୟବହାର ମାର୍ଜିତ ହେବ। ପ୍ରେମୀ ଓ ସାହସୀ ହୋଇପାରନ୍ତି। ଭ୍ରାତୃଭାବ ସ୍ନେହପୂର୍ଣ୍ଣ ହେବ।
ମିଥୁନ-ଭାଗ୍ୟବଳରେ ବଳୀୟାନ ହୋଇପାରନ୍ତି। ଆଦର୍ଶ ବ୍ୟକ୍ତିତ୍ବ ସମ୍ପନ୍ନ ହେବେ। ମଧୁର ଭାଷୀ ଓ ସହନଶୀଳ ହେବେ। ବିଦ୍ୟାପ୍ରେମୀ ହେବେ। ଧନାଗମ ହେବ। ଦାମ୍ପତ୍ୟ ସୁଖ ମିଳିବ।
ସିଂହ-କର୍ମଚଞ୍ଚଳ ରହିବେ। ସାଧନାର ପ୍ରଥମ ସୋପାନ ଏକାନ୍ତ ବାସକୁ ଆଦରି ନେଇପାରନ୍ତି। ଭାଷା ଓ ବ୍ୟବହାରର ମାଧୁରୀମାରେ ପରକୁ ଆପଣାର କରିପାରନ୍ତି। ରାଜଯୋଗ ପ୍ରାପ୍ତିର ସୂଚନା ମିଳୁଛି।
କନ୍ୟା-ଉଚ୍ଚ ସମ୍ମାନରେ ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ରହିବେ। ଲୋକପ୍ରିୟତା ଅର୍ଜନ କରିପାରନ୍ତି। କର୍ମଚଞ୍ଚଳ ରହିବେ। ଅପୂର୍ଣ୍ଣତାରୁ ପୂର୍ଣ୍ଣତା ଦିଗରେ ଅଗ୍ରସର ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତ ହେବେ।
ତୁଳା-କର୍ତ୍ତବ୍ୟନିଷ୍ଠା ଆପଣଙ୍କୁ ମହାନ୍ କରିପାରେ। ବଂଶ ମର୍ଯ୍ୟାଦା ରକ୍ଷା କରିବେ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ଶ୍ରମ ସାର୍ଥକ ହେବ।
ବିଚ୍ଛା-ଆତ୍ମବଳରେ ବଳୀୟାନ ହେବେ। ଦିନଟି ସୁଖ-ସମୃଦ୍ଧିପୂର୍ଣ୍ଣ ହେବ। ବିଦ୍ବାନ୍, ସାହସୀ ଓ ସମ୍ପତ୍ତିବାନ୍ ହେବେ। ଉଦ୍ୟୋଗୀ ହେବେ। ପାରିବାରିକ ସୁଖ ମିଳିବ। ନମ୍ରତା ଆପଣଙ୍କୁ ମହାନ୍ କରିପାରେ।
ଧନୁ-ସ୍ବାଭିମାନୀ ହୋଇପାରନ୍ତି। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଧୈର୍ଯ୍ୟ ଓ ଅଧ୍ୟବସାୟ ବଳରେ ସଙ୍କଟରୁ ଉଧୁରି ଯାଇପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ସାରାଦିନ ସତର୍କରେ ଚଳିବେ।
ମକର-ବନ୍ଧୁ ସହାୟତା ପାଇବେ। ବ୍ୟବସାୟ ଲାଭଜନକ ହେବ। ପୁଣ୍ୟପ୍ରଭା ପତ୍ନୀଙ୍କ ଉପଦେଶ ଲାଭ ଓ ଶୁଭପ୍ରଦ ହେବ। ସମାଜସେବାରେ ମନ ବଳାଇ ପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ଅହଂଭାବର ହେବେ।
କୁମ୍ଭ-ଭ୍ରାତୃଭାବ ଅତୁଟ ରହିବ। ସୁସ୍ଥ ଓ ନିରାମୟ ରହିବେ। କୌଶଳୀ ଓ ଶତ୍ରୁହନ୍ତା ହୋଇପାରନ୍ତି। ବିଦ୍ୟାବାନ୍, ଗୁଣବାନ୍ ଓ ଚତୁର ହେବେ। ବିଭୁଦତ୍ତ ଗୁଣ ଯୋଗଁୁ ସେବା କାର୍ଯ୍ୟରେ ନିୟୋଜିତ ହେବେ।
ମୀନ-କର୍ମଚଞ୍ଚଳ ରହିବେ। କନ୍ୟା ସନ୍ତାନ ପାଇଁ ମାନ-ମର୍ଯ୍ୟାଦାର ଅଧିକାରୀ ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବ୍ୟବସାୟାଦି ବିଭିନ୍ନ ଦିଗରୁ ଆସିବ। ତେଜସ୍ବୀ ବ୍ୟକ୍ତିତ୍ବଯୁକ୍ତ ହେବେ।
Comments are closed.