www.samajalive.in
Saturday, December 6, 2025
23.1 C
Bhubaneswar

ଧରାପଡ଼ିଲା କୁଖ୍ୟାତ ମୋବାଇଲ ଲୁଟେରା -୨୫ଟି ଫୋନ ଜବତ

କଟକ,   (ସ.ପ୍ର)) : ଜଣେ କୁଖ୍ୟାତ ଲୁଟିଆକୁ ଶନିବାର ଧରିବାରେ ସଫଳ ହୋଇଛି କ୍ୟାଣ୍ଟନମେଣ୍ଟ ପୁଲିସ। ଅଭିଯୁକ୍ତ ଜଣକହେଲା ଲାଲବାଗ ଥାନା ଅନ୍ତର୍ଗତ ଜଗନ୍ନାଥ ବଲ୍ଲଭ ଅଞ୍ଚଳର ଶକ୍ତି ଆଚାର୍ଯ୍ୟ ଓରଫ ବଣ୍ଟି। ତା’ ନିକଟରୁ ୨୫ଟି ଦାମୀ ମୋବାଇଲ, ନଗଦ ଟଙ୍କା ଜବତ କରାଯାଇଥିବା ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ର କହିଛନ୍ତି।

କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ରହୁଥିବା ସଚ୍ଚିକାନ୍ତ ବିଶ୍ୱାଳ ଶୁକ୍ରବାର ରାତି ପ୍ରାୟ ୮ଟାରେ ନିଜର କାର୍ଯ୍ୟସ୍ଥଳରୁ ଘରକୁ ଫେରୁଥିଲେ। ଦୟାଶ୍ରମ ନିକଟରେ ଜଣେ ଦୁର୍ବୃତ୍ତ ତାଙ୍କୁ ଅଟକାଇ ମୋବାଇଲ ଫୋନ ଝାମ୍ପି ନେଇଥିଲା। ଏ ନେଇ ସଚ୍ଚିକାନ୍ତ କ୍ୟାଣ୍ଟନମେଣ୍ଟ ଥାନାରେ ଏତଲା ଦେଇଥିଲେ। ପାଖରେ ଲାଗିଥିବା ସିସିଟିଭି ଚିତ୍ର ଓ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଆଧାରରେ ଅଭିଯୁକ୍ତ ବଣ୍ଟିକୁ ପୁଲିସ ଚିହ୍ନଟ କରିବାରେ ସକ୍ଷମ ହୋଇଥିଲା। ଥାନାଧିକାରୀ ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ପୁଲିସ ଦଳ ଜଗନ୍ନାଥ ବଲ୍ଲଭସ୍ଥିତ ଘରେ ଚଢ଼ଉ କରି ବଣ୍ଟିକୁ ଗିରଫ କରିଥିଲେ। ଜେରା କରିବା ପରେ ସେ ଜଣେ କୁଖ୍ୟାତ ଲୁଟିଆ ହୋଇଥିବା ଜଣାପଡିଥିଲା। ନିର୍ଜନ ସ୍ଥାନରେ ସୁଯୋଗ ଦେଖି ବାଇକ ଚାଳକ ଓ ପଥଚାରୀଙ୍କୁ ଅଟକାଇ ମୋବାଇଲ ଲୁଟିନେବାରେ ସଫଳ ହୋଇଥାଏ ବୋଲି କହିଥିଲା। ସୂଚନା ଅନୁଯାୟୀ ପୁଲିସ ତା’ ଘରୁ ବିଭିନ୍ନ ନାମୀଦାମୀ କମ୍ପାନୀର ୨୫ଟି ମୋବାଇଲ ଫୋନ ଜବତ କରିଛି। ଅଭିଯୁକ୍ତକୁ ଅଦାଲତ ଚାଲାଣ ପରେ କାରାଗାରକୁ ପଠାଇ ଦିଆଯାଇଛି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories