www.samajalive.in
Sunday, December 14, 2025
16.1 C
Bhubaneswar

୨୦ରୁ ଦ୍ବାଦଶ ପରୀକ୍ଷା ଲାଗି ଫର୍ମପୂରଣ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପରିଚାଳିତ ଦ୍ବାଦଶ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ଶିକ୍ଷା ସମେତ କରେସପଣ୍ଡେନ୍ସ ପାଠ୍ୟକ୍ରମର ଦ୍ବାଦଶ ଛାତ୍ରଛାତ୍ରୀଙ୍କ ଫର୍ମ ପୂରଣ କରାଯିବ। ସିଏଚ୍‌ଏସ୍‌ଇ ଅନୁବନ୍ଧିତ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଗୁଲାର ଏବଂ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀଙ୍କ ଫର୍ମପୂରଣ କରିବାକୁ ବିଦ୍ୟାଳୟ ଗୁଡ଼ିକର ଅଧ୍ୟକ୍ଷଙ୍କୁ କୁହାଯାଇଛି। ଏନେଇ ସିଏଚ୍‌ଏସ୍‌ଇ ପରୀକ୍ଷା ନିୟନ୍ତ୍ରକ ଡ. ପ୍ରଶାନ୍ତ କୁମାର ପରିଡ଼ା ଚିଠି ଲେଖିଛନ୍ତି।

ଆସନ୍ତା ୨୦ରୁ ଦ୍ବାଦଶ ପରୀକ୍ଷା ପାଇଁ ଫର୍ମ ପୂରଣ ହେବ। ନଭେମ୍ବର ୬ ତାରିଖ ପର୍ଯ୍ୟନ୍ତ ବିନା ଜୋରିମାନାରେ ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରିବେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ନଭେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୦୦ ଟଙ୍କା ଜୋରିମାନା ଦେଇ ଛାତ୍ରଛାତ୍ରୀ ଫର୍ମ ପୂରଣ କରିବେ। ତୃତୀୟ ପର୍ଯ୍ୟାୟରେ ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ଫର୍ମପୂରଣ ହେବ। ହେଲେ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଜୋରିମାନା ବାବଦ ୬୦୦ ଟଙ୍କା ଦେବାକୁ ପଡ଼ିବ। ଏକ୍ସ-ରେଗୁଲାର ପିଲାଙ୍କ ଫର୍ମ ପୂରଣ ଆସନ୍ତା ୧୩ରୁ ଆରମ୍ଭ ହେବ। ୨୫ ତାରିଖ ପର୍ଯ୍ୟନ୍ତ ଫର୍ମ ପୂରଣ ପାଇଁ ଜୋରିମାନା ପଡ଼ିବନି। ଏହାପରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ପୂରଣ କଲେ ୨୦୦ ଟଙ୍କା ଜୋରିମାନା ଲାଗିବ। ନଭେମ୍ବର ୧୭ରୁ ୧୯ ତାରିଖ ପର୍ଯ୍ୟନ୍ତ ୬୦୦ ଟଙ୍କା ଜୋରିମାନା ଦେଇ ଫର୍ମ ପୂରଣ କରିହେବ।

- Advertisement -

ଏହି ଅବଧି ଆଉ ପରବର୍ତ୍ତୀ ସମୟରେ ବଢ଼ିବନି। ଛୁଟି ଦିନ ପଡ଼ିଲେ ପରବର୍ତ୍ତୀ ଦିନକୁ ଶେଷ ତାରିଖ ଭାବେ ଧରି ନିଆଯିବ। ପରୀକ୍ଷାର୍ଥୀଙ୍କ ପିଛା ୬୦୦ ଟଙ୍କା ଲେଖାଏଁ ଫର୍ମ ପୂରଣ ଫି’ ଧାର୍ଯ୍ୟ କରାଯାଇଥିବାବେଳେ ମାଇଗ୍ରେସନ୍ ସାର୍ଟିଫିକେଟ୍ ଫି’ ୧୦୦ ଟଙ୍କା ଏବଂ ପାସ୍‌ ସାର୍ଟିଫିକେଟ୍‌ ଫି’ ୧୦୦ ଟଙ୍କା ରହିଛି। ସମସ୍ତ ବାଣିଜ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରୋଜେକ୍ଟ ୱାର୍କ/ମୂଲ୍ୟାୟନ ଏବଂ ଅପଡେସନ ଫି’ ପେପର୍‌ ପିଛା ୪୦ ଟଙ୍କା ରଖାଯାଇଛି। ପ୍ରାକ୍ଟିକାଲ ପରୀକ୍ଷା ଫି’/ମୂଲ୍ୟାୟନ ଫି’ ପେପର୍‌ ପିଛା ୪୦ ଟଙ୍କା ରହିଛି। ସମସ୍ତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଇଣ୍ଟରନାଲ ପରୀକ୍ଷା/ମୂଲ୍ୟାୟନ/ଅପଡେସନ୍‌ ଫି’ ପେପର୍‌ ପିଛା ୪୦ ଟଙ୍କା ଧାର୍ଯ୍ୟ ହୋଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories