www.samajalive.in
Friday, December 5, 2025
23.1 C
Bhubaneswar

ଚିନ୍ତାକଳ୍ପ: ମୋହାତିଶଯ୍ୟ

ପ୍ରତ୍ୟେକ ମଣିଷ କେବେ ବି ସ୍ବୟଂସମ୍ପୂର୍ଣ୍ଣ ନୁହନ୍ତି। ସ୍ବୟଂସମ୍ପୂର୍ଣ୍ଣ ହେବା ପାଇଁ, ସଂସାରର ପିଚ୍ଛିଳ ପଥରେ ଚାଲିବା ପାଇଁ କାହାରି ନା କାହାରି ସହାୟତା ଆବଶ୍ୟକ ପଡ଼ିଥାଏ। ଯଶ, ଖ୍ୟାତି, ଅର୍ଥ, ପଦ-ପଦବୀ ପ୍ରାପ୍ତିର ଲାଳସା ଅନେକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଥାଏ। ସତ୍ୟ ଏହା ଯେ ଅନ୍ୟର ହାତ ଧରି ଆଗକୁ ଆଗେଇବା ପାଇଁ ସହାୟତାକାରୀର କେବେ କେମିତି ଆବଶ୍ୟକ ପଡ଼ିଥାଏ। ନିଜକୁ ବିଭିନ୍ନ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ନିଆରା ବୋଲି ପ୍ରତିପାଦିତ କରିବାର ମୋହ, ସକଳ ପ୍ରକାର ଅପଯଶକୁ ହଜମ କରିବା ନିମନ୍ତେ ବାଧ୍ୟ କରିଥାଏ। କହିବା ବାହୁଲ୍ୟ ଯେ ଦୁର୍ବଳତା ମଣିଷର ସହଜାତ ପ୍ରବୃତ୍ତି। ଧନ-ସମ୍ପଦ, ପଦ-ପଦବୀ, ଯଶ-ଖ୍ୟାତି ଲାଭ ନିମନ୍ତେ ଏ ଯେଉଁ ଦୁର୍ବଳତା ତାହା ନୀତି-ଅନୀତି, ପାପ-ପୁଣ୍ୟର ବିଚାରଧାରାକୁ ଲୋପ କରିଦେଇଥାଏ। ଏହି ଦୁର୍ବଳତା ବା ମୋହର ଆତିଶଯ୍ୟ ଅନେକ କ୍ଷେତ୍ରରେ ଭୟଙ୍କର ବିପଦର କାରଣ ହୋଇ ଉଭା ହୋଇଥାଏ। ଦ୍ୟୂତକ୍ରୀଡ଼ା ପ୍ରତି ଅହେତୁକ ଦୁର୍ବଳତା ଧର୍ମଜ୍ଞ ଯୁଧିଷ୍ଠିରଙ୍କ ଜୀବନକୁ କିପରି ଦୁର୍ବିସହ କରିଦେଇଥିଲା ଊଣାଅଧିକେ ସମସ୍ତେ ତାହା ଜାଣନ୍ତି। ଏହି ଦୁର୍ବଳତା କାରଣରୁ ଧର୍ମାତ୍ମା ପତ୍ନୀ ଦ୍ରୌପଦୀଙ୍କ ସହ ଭାଇମାନଙ୍କୁ, ରାଜ୍ୟ, ରାଜସିଂହାସନ ପଣ ସ୍ବରୂପ ରଖି ହାରି ଯାଇଥିଲେ।

ଜନ୍ମାନ୍ଧ ଧୃତରାଷ୍ଟ୍ରଙ୍କର ପୁଅ ଦୁର୍ଯ୍ୟୋଧନଙ୍କ ପ୍ରତି ଥିଲା ମାତ୍ରାଧିକ ଦୁର୍ବଳତା। ଦୁର୍ଯ୍ୟୋଧନଙ୍କର ସକଳ ପ୍ରକାର ଅନୀତି, ଦୁରାଚାର ପ୍ରତି ଆଖିବୁଜି ଦେଇ ଏହାକୁ ଅନ୍ଧ ଭାବରେ ସମର୍ଥନ କରିଥିଲେ। ପରିଣାମରେ ଆଖି ଆଗରେ ବଂଶଧ୍ବଂସ ହୋଇଯାଇଥିଲା। ଦୁ‌େର୍ଯାଧନଙ୍କର ଶକୁନିଙ୍କ ପ୍ରତି ଦୁର୍ବଳତା ଥିଲା ଢ଼େର ଅଧିକ। ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଶକୁନିଙ୍କ କଥାରେ ପରିଚାଳିତ ହୋଇ ନୀତି-ଅନୀତି ଭୁଲି ଯାଇଥିଲେ କୁରୁଶ୍ରେଷ୍ଠ ଯାହାର ପରିଣାମ ଆମନ୍ତ୍ରଣ କରିଆଣିଥିଲା ମହାଭାରତ ଯୁଦ୍ଧକୁ। ବଂଶନାଶର ମହାଯଜ୍ଞରେ ଆହୁତି ଦେଇ ଚାଲିଥିଲେ ଶକୁନି ଦୁର୍ଯ୍ୟୋଧନଙ୍କର ତାଙ୍କ ପ୍ରତି ଦୁର୍ବଳତାର ସୁଯୋଗ ନେଇ। ​‌େ​ଶଷ ପର୍ଯ୍ୟନ୍ତ ଦୁ‌େର୍ଯ୍ୟାଧନ ଏହା ଜାଣିପାରି ନଥିଲେ। ମଧ୍ୟମ ପାଣ୍ଡବଙ୍କ ପ୍ରତି ଅତ୍ୟଧିକ ମୋହ, ତାଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧାରୀ କରିବାର ଦୁର୍ବଳତା କାରଣରୁ ଏକଲବ୍ୟଙ୍କ ବୃଦ୍ଧାଙ୍ଗୁଳି ଗୁରୁଦକ୍ଷିଣା ନେଇ ଦ୍ରୋଣାଚାର୍ଯ୍ୟ ଗୁରୁ ପରମ୍ପରାରେ କଳଙ୍କର କାଳିମା ଲେପି ଦେଇଥି​‌େ​‌ଲ। ଆଉ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ସବୁଠାରୁ ବଡ଼ ଦୁର୍ବଳତା ଥିଲା ତାଙ୍କର ଅପତ୍ୟ ସ୍ନେହ। ପୁତ୍ର ଅଶ୍ବତ୍‌ଥମା ପ୍ରତି ମୋହାତିଶଯ୍ୟ ତାଙ୍କ ଭଳି ଜଣେ ଅଦମନୀୟ ଦୁର୍ଜୟ ଯୋଦ୍ଧାଙ୍କୁ ଯୁଦ୍ଧଭୂମିରେ ବିବଶ କରିଦେଇଥିଲା। ପୁତ୍ରର ବୀରଗତି ସମ୍ବାଦ ଶୁଣି ଏହାର ସତ୍ୟତା ନ ଜାଣି ଯୁଦ୍ଧଭୂମିରେ ଅସ୍ତ୍ରତ୍ୟାଗ କରିବା କାରଣରୁ ବିନା ଯୁ‌େ‌ଦ୍ଧ ବୀରଗତି ପ୍ରାପ୍ତ ହୋଇଥିଲେ। ଅସ୍ତ୍ରହୀନ ଏହି ମହାନ୍‌ ଯୋଦ୍ଧାଙ୍କ ଶିରଚ୍ଛେଦ କରିଥିଲେ ଧୃଷ୍ଟଦ୍ୟୁମ୍ନ।

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories