www.samajalive.in
Friday, December 5, 2025
20.1 C
Bhubaneswar

ଚିନ୍ତାକଳ୍ପ: ମୋହାତିଶଯ୍ୟ

ପ୍ରତ୍ୟେକ ମଣିଷ କେବେ ବି ସ୍ବୟଂସମ୍ପୂର୍ଣ୍ଣ ନୁହନ୍ତି। ସ୍ବୟଂସମ୍ପୂର୍ଣ୍ଣ ହେବା ପାଇଁ, ସଂସାରର ପିଚ୍ଛିଳ ପଥରେ ଚାଲିବା ପାଇଁ କାହାରି ନା କାହାରି ସହାୟତା ଆବଶ୍ୟକ ପଡ଼ିଥାଏ। ଯଶ, ଖ୍ୟାତି, ଅର୍ଥ, ପଦ-ପଦବୀ ପ୍ରାପ୍ତିର ଲାଳସା ଅନେକଙ୍କ ଆଖିରେ ଅନ୍ଧପୁଟୁଳି ବାନ୍ଧି ଦେଇଥାଏ। ସତ୍ୟ ଏହା ଯେ ଅନ୍ୟର ହାତ ଧରି ଆଗକୁ ଆଗେଇବା ପାଇଁ ସହାୟତାକାରୀର କେବେ କେମିତି ଆବଶ୍ୟକ ପଡ଼ିଥାଏ। ନିଜକୁ ବିଭିନ୍ନ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ନିଆରା ବୋଲି ପ୍ରତିପାଦିତ କରିବାର ମୋହ, ସକଳ ପ୍ରକାର ଅପଯଶକୁ ହଜମ କରିବା ନିମନ୍ତେ ବାଧ୍ୟ କରିଥାଏ। କହିବା ବାହୁଲ୍ୟ ଯେ ଦୁର୍ବଳତା ମଣିଷର ସହଜାତ ପ୍ରବୃତ୍ତି। ଧନ-ସମ୍ପଦ, ପଦ-ପଦବୀ, ଯଶ-ଖ୍ୟାତି ଲାଭ ନିମନ୍ତେ ଏ ଯେଉଁ ଦୁର୍ବଳତା ତାହା ନୀତି-ଅନୀତି, ପାପ-ପୁଣ୍ୟର ବିଚାରଧାରାକୁ ଲୋପ କରିଦେଇଥାଏ। ଏହି ଦୁର୍ବଳତା ବା ମୋହର ଆତିଶଯ୍ୟ ଅନେକ କ୍ଷେତ୍ରରେ ଭୟଙ୍କର ବିପଦର କାରଣ ହୋଇ ଉଭା ହୋଇଥାଏ। ଦ୍ୟୂତକ୍ରୀଡ଼ା ପ୍ରତି ଅହେତୁକ ଦୁର୍ବଳତା ଧର୍ମଜ୍ଞ ଯୁଧିଷ୍ଠିରଙ୍କ ଜୀବନକୁ କିପରି ଦୁର୍ବିସହ କରିଦେଇଥିଲା ଊଣାଅଧିକେ ସମସ୍ତେ ତାହା ଜାଣନ୍ତି। ଏହି ଦୁର୍ବଳତା କାରଣରୁ ଧର୍ମାତ୍ମା ପତ୍ନୀ ଦ୍ରୌପଦୀଙ୍କ ସହ ଭାଇମାନଙ୍କୁ, ରାଜ୍ୟ, ରାଜସିଂହାସନ ପଣ ସ୍ବରୂପ ରଖି ହାରି ଯାଇଥିଲେ।

ଜନ୍ମାନ୍ଧ ଧୃତରାଷ୍ଟ୍ରଙ୍କର ପୁଅ ଦୁର୍ଯ୍ୟୋଧନଙ୍କ ପ୍ରତି ଥିଲା ମାତ୍ରାଧିକ ଦୁର୍ବଳତା। ଦୁର୍ଯ୍ୟୋଧନଙ୍କର ସକଳ ପ୍ରକାର ଅନୀତି, ଦୁରାଚାର ପ୍ରତି ଆଖିବୁଜି ଦେଇ ଏହାକୁ ଅନ୍ଧ ଭାବରେ ସମର୍ଥନ କରିଥିଲେ। ପରିଣାମରେ ଆଖି ଆଗରେ ବଂଶଧ୍ବଂସ ହୋଇଯାଇଥିଲା। ଦୁ‌େର୍ଯାଧନଙ୍କର ଶକୁନିଙ୍କ ପ୍ରତି ଦୁର୍ବଳତା ଥିଲା ଢ଼େର ଅଧିକ। ପ୍ରତିଶୋଧ ନେବା ଉଦ୍ଦେଶ୍ୟରେ ଶକୁନିଙ୍କ କଥାରେ ପରିଚାଳିତ ହୋଇ ନୀତି-ଅନୀତି ଭୁଲି ଯାଇଥିଲେ କୁରୁଶ୍ରେଷ୍ଠ ଯାହାର ପରିଣାମ ଆମନ୍ତ୍ରଣ କରିଆଣିଥିଲା ମହାଭାରତ ଯୁଦ୍ଧକୁ। ବଂଶନାଶର ମହାଯଜ୍ଞରେ ଆହୁତି ଦେଇ ଚାଲିଥିଲେ ଶକୁନି ଦୁର୍ଯ୍ୟୋଧନଙ୍କର ତାଙ୍କ ପ୍ରତି ଦୁର୍ବଳତାର ସୁଯୋଗ ନେଇ। ​‌େ​ଶଷ ପର୍ଯ୍ୟନ୍ତ ଦୁ‌େର୍ଯ୍ୟାଧନ ଏହା ଜାଣିପାରି ନଥିଲେ। ମଧ୍ୟମ ପାଣ୍ଡବଙ୍କ ପ୍ରତି ଅତ୍ୟଧିକ ମୋହ, ତାଙ୍କୁ ଶ୍ରେଷ୍ଠ ଧନୁର୍ଦ୍ଧାରୀ କରିବାର ଦୁର୍ବଳତା କାରଣରୁ ଏକଲବ୍ୟଙ୍କ ବୃଦ୍ଧାଙ୍ଗୁଳି ଗୁରୁଦକ୍ଷିଣା ନେଇ ଦ୍ରୋଣାଚାର୍ଯ୍ୟ ଗୁରୁ ପରମ୍ପରାରେ କଳଙ୍କର କାଳିମା ଲେପି ଦେଇଥି​‌େ​‌ଲ। ଆଉ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର ସବୁଠାରୁ ବଡ଼ ଦୁର୍ବଳତା ଥିଲା ତାଙ୍କର ଅପତ୍ୟ ସ୍ନେହ। ପୁତ୍ର ଅଶ୍ବତ୍‌ଥମା ପ୍ରତି ମୋହାତିଶଯ୍ୟ ତାଙ୍କ ଭଳି ଜଣେ ଅଦମନୀୟ ଦୁର୍ଜୟ ଯୋଦ୍ଧାଙ୍କୁ ଯୁଦ୍ଧଭୂମିରେ ବିବଶ କରିଦେଇଥିଲା। ପୁତ୍ରର ବୀରଗତି ସମ୍ବାଦ ଶୁଣି ଏହାର ସତ୍ୟତା ନ ଜାଣି ଯୁଦ୍ଧଭୂମିରେ ଅସ୍ତ୍ରତ୍ୟାଗ କରିବା କାରଣରୁ ବିନା ଯୁ‌େ‌ଦ୍ଧ ବୀରଗତି ପ୍ରାପ୍ତ ହୋଇଥିଲେ। ଅସ୍ତ୍ରହୀନ ଏହି ମହାନ୍‌ ଯୋଦ୍ଧାଙ୍କ ଶିରଚ୍ଛେଦ କରିଥିଲେ ଧୃଷ୍ଟଦ୍ୟୁମ୍ନ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories