www.samajalive.in
Friday, December 5, 2025
26.1 C
Bhubaneswar

କଟକରେ କର୍ଫ୍ୟୁ କୋହଳ

ସମାଜ ଡିଜିଟାଲ ଡେସ୍କ: ୩୬ଘଣ୍ଟା ପରେ କଟକରେ କର୍ଫ୍ୟୁ କୋହଳ କରାଯାଇଛି । ରବିବାର ରାତିରୁ କଟକଣା ଲାଗୁ ହୋଇଥିବା ବେଳେ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ଥିଲା କର୍ଫ୍ୟୁ କଟକଣା। ୧୦ଟା ପୂର୍ବରୁ ପୁଲିସ ପକ୍ଷରୁ କଟକଣା ନେଇ କୌଣସି ସୂଚନା ନଆସିବା ପରେ କର୍ଫ୍ୟୁ କୋହଳ କରାଯାଇଛି । ଦରଘାବଜାର ସମେତ ୧୩ଟି ଥାନା ଅଞ୍ଚଳରେ ଲାଗିଥିଲା କର୍ଫ୍ୟୁ ଲାଗିଥିଲା । କର୍ଫ୍ୟୁ ହଟିବା ପରେ ସହରରେ ଜୀବନଯାତ୍ରା ସ୍ୱାଭାବିକ ହେଉଛି । ମଙ୍ଗଳାବାଗ, କ୍ୟାଣ୍ଟନ୍‍ମେଣ୍ଟ, ପୁରୀଘାଟ, ବାଦାମବାଡି, ଲାଲବାଗ୍‍, ବିଡାନାସୀ, ମର୍କତନଗର, ସିଡିଏ ଫେଜ୍‍-୨, ମାଲଗୋଦାମ, ଜଗତପୁର, ବୟାଳିଶି ମୌଜା, ସଦର ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗିଥିଲା ।

ଭାଇଚାରାର ସହର କଟକରେ ଦୀର୍ଘ ୩୪ ବର୍ଷ ପରେ ଗୋଷ୍ଠୀହିଂସା ଜନିତ କର୍ଫ୍ୟୁ ଫେରିଥିବାବେଳେ ଶାନ୍ତି ବଜାୟ ରଖିବା ପାଇଁ ଉଦ୍ୟମ ଜୋରଦାର ହୋଇଛି। ହିଂସାକାଣ୍ଡ ଘଟଣାରେ ୨୦୦ ଜଣଙ୍କ ନଁାରେ ମାମଲା ରୁଜୁ ହୋଇଥିବାବେଳେ ୪୨ରୁ ଊର୍ଦ୍ଧ୍ବ ଅଭିଯୁକ୍ତଙ୍କୁ ପୁଲିସ ଚୌଦ୍ବାର, ସିଡିଏ ଫେଜ୍‌-୨, ନନ୍ଦନକାନନ ଓ ବାରଙ୍ଗ ଥାନାରେ ଅଟକ ରଖିଛି। ଇତିମଧ୍ୟରେ ୩ଟି ମାମଲା ରୁଜୁ କରାଯାଇ ୮ଜଣଙ୍କୁ ଗିରଫ କରାଯାଇଛି। ସିସିଟିଭି ଓ ଗଣମାଧ୍ୟମରେ ପ୍ରକାଶିତ ତଥା ପ୍ରସାରିତ ଭିଡ଼ିଓ ଫୁଟେଜ ଆଧାରରେ ପୁଲିସ ଗଣ୍ଡଗୋଳକାରୀଙ୍କୁ ଚିହ୍ନଟ କରିବା ପ୍ରକ୍ରିୟା ଆରମ୍ଭ କରିଛି।

Hot this week

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

Related Articles

Popular Categories