www.samajalive.in
Sunday, December 14, 2025
17.1 C
Bhubaneswar

ରାଜ୍ୟରେ ପ୍ରଥମ ; କରୋନା ମୁକାବିଲା ପାଇଁ ଅଟୋରେ ପ୍ଲାଷ୍ଟିକ ଟ୍ରାନ୍ସପରେଣ୍ଟ ପରଦା

ସମ୍ବଲପୁର : କରୋନା ମହାମାରୀ ଯୋଗୁଁ ଦେଶ ଲକ ଡାଉନ ରହିଛି। କରୋନାକୁ ପ୍ରତିହିତ କରିବା ପାଇଁ ସାମାଜିକ ଦୂରତା ରକ୍ଷା, ମାସ୍କ ପରିଧାନ ଓ ହାତକୁ ବାରମ୍ବାର ସାନିଟାଇଜ କରିବାକୁ ପ୍ରମୁଖ ପ୍ରତିଷେଧକ ବ୍ୟବସ୍ଥା ଭାବରେ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ସାର୍ବଜନୀନ ଯାତ୍ରା ଉପରେ ପ୍ରତିବନ୍ଧ ଲଗାଯାଇଥିବା ବେଳେ ତୃତୀୟ ପର୍ୟ୍ୟାୟ ଲକ ଡାଉନ ସମୟରେ ଗ୍ରୀନ ଜୋନରେ ରହିଥିବା ଜିଲା ଗୁଡିକରେ ସର୍ତ୍ତମୂଳକ ଭାବରେ ଯାନବାହାନ ଚଳାଚଳ କରିବା ପାଇଁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଏଣୁ ଗ୍ରୀନ ଜୋନରେ ରହିଥିବା ସମ୍ବଲପୁର ଜିଲାରେ ଏବେ ଆଂଶିକ ଭାବରେ ସ୍ଥାନୀୟ ସ୍ତରରେ କିଛି ଯାନବାହାନ ଚଳାଚଳ କରୁଛି। ଏଭଳି ଘଡସନ୍ଧି ମୁହୁର୍ତ୍ତରେ ଜନତାଙ୍କୁ ସେବା ଯୋଗାଇ ଦେଉଥିବା ସମ୍ବଲପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ସ୍ୱଇଚ୍ଛା’ର ସଦସ୍ୟ ତଥା ପେଶାରେ ଅଟୋ ଚାଳକ ରଞ୍ଜନ ପୋଢ଼ କରୋନା ମୁକାବିଲା ପାଇଁ ନିଜ ଅଟୋରେ ଅଭିନବ ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ପ୍ରଥମ ଅଟୋ ଚାଳକ ଭାବରେ କରୋନା ମୁକାବିଲା ପାଇଁ ରଞ୍ଜନ ନିଜ ଅଟୋରେ ଚାଳକ ଓ ଯାତ୍ରୀ ସିଟ ମଧ୍ୟରେ ଏକ ପ୍ଲାଷ୍ଟିକ ଟ୍ରାନ୍ସପରେଣ୍ଟ ପରଦା ଲଗାଇଛନ୍ତି।

କରୋନା ମୁକାବିଲା ପାଇଁ କରିଥିବା ସରୁକ୍ଷା ବ୍ୟବସ୍ଥା ସର୍ମ୍ପକରେ ରଞ୍ଜନ କହିଛନ୍ତି ଯେ, ଏବେ ସରକାରଙ୍କ ନିୟମ ମାନି ଚଳିବା ହିଁ ସମସ୍ତଙ୍କ ପାଇଁ ହିତକର। ଏଣୁ ନିଜ ଅଟୋରେ ଯାତ୍ରୀ ଓ ଚାଳକ ମଧ୍ୟରେ ସାମାଜିକ ଦରତ୍ୱ ରକ୍ଷା କରିବା ପାଇଁ ଏହି ବ୍ୟବସ୍ଥା କରିଛନ୍ତି। ବିନା ମାସ୍କ ପରିଧାନ କରୁଥିବା ଯାତ୍ରୀମାନଙ୍କୁ ସେ ଅଟୋରେ ବସାଉ ନାହାନ୍ତି। ଅଟୋରେ ବସିବା ପୂର୍ବରୁ ସାନିଟାଇଜର ଦ୍ୱାରା ଯାତ୍ରୀ ମାନଙ୍କୁ ସାନିଟାଇଜ କରୁଛନ୍ତି ଏବଂ ସେମାନଙ୍କ ଠାରୁ ଟଙ୍କା ଗ୍ରହଣ ପୂର୍ବରୁ ସାନିଟାଇଜ କରି ଗ୍ରହଣ କରୁଛନ୍ତି। ଆସନ୍ତା କିଛି ଦିନ ମଧ୍ୟରେ ଅଟୋର ଭଡା ନେବା ପାଇଁ ସେ ଅନଲାଇନ ସୁବିଧାର ବ୍ୟବସ୍ଥା ମଧ୍ୟ କରିବେ ବୋଲି କହିଛନ୍ତି। ସେ ତାଙ୍କର ଅଟୋରେ ସରକାରୀ ନିୟମାନୁଯାୟୀ ଗୋଟିଏ ସମୟରେ କେବଳ ଦୁଇ ଜଣ ଯାତ୍ରୀଙ୍କୁ ହିଁ ନେଉଛନ୍ତି। ନିଜର, ପରିବାର ଓ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଉପାୟ ଖୋଜୁଥିବା ବେଳେ ଏହି ଉପାୟ ତାଙ୍କୁ ଜୁଟି ଥିଲା ଏବଂ ସେ ଏହାକୁ ନିଜ ଅଟୋରେ କାର୍ୟ୍ୟକାରୀ କରିଛନ୍ତି ବୋଲି ରଞ୍ଜନ କହିଛନ୍ତି। ସ୍ଥାନୀୟ ମୋଦିପଡାର ମାନିକମୁଣ୍ଡା ଅଞ୍ଚଳର ନିବାସୀ ରଞ୍ଜନ ଲକ ଡାଉନ ଆରମ୍ଭ ଦିନଠାରୁ ସାଥି ସଦସ୍ୟଙ୍କ ସହିତ ଜନସେବାରେ ଲାଗିଥିବା ବେଳେ ଇତି ମଧ୍ୟରେ ବହୁ ଅସହାୟ ବ୍ୟକ୍ତିଙ୍କୁ ଜିଲା ଭିତରେ ତଥା ବାହାରେ ସେମାନଙ୍କର ଘରେ ନେଇ ପହଞ୍ଚାଇଛନ୍ତି। ରଞ୍ଜନଙ୍କ ଏଭଳି ସଚେତନତାଧର୍ମୀ ଓ ସରୁକ୍ଷାତ୍ମକ କାର୍ୟ୍ୟ ପାଇଁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories