www.samajalive.in
Saturday, December 13, 2025
26.1 C
Bhubaneswar

ଅଟୋରେ ୧ ବିଏଚକେ ଘର, ଖର୍ଚ୍ଚ ହୋଇଛି ୧ ଲକ୍ଷ

ଅଟୋରେ ୧ ବିଏଚକେ ଘର। କଥାଟା ଟିକେ ଅଡୁଆ ଲାଗୁଥିଲେ ବି ଏପରି ଏକ ଫଟୋ ଭାଇରାଲ ହେଉଛି ସୋସିଆଲ ମିଡିଆରେ। ପୁଣି ଏହାକୁ ତିଆରି କରିବାରେ ଖର୍ଚ୍ଚ ହୋଇଛି ୧ ଲକ୍ଷ ଟଙ୍କା। ଆଉ ଏକ ସ୍ବତନ୍ତ୍ରତା ହେଉଛି ଏହା ଏକ ମୁଭେବୁଲ ହୋମ୍‌ ଅର୍ଥାତ୍‌ ଅଟୋରେ ଘରଟିକୁ ଯେକୌଣସି ସ୍ଥାନକୁ ସ୍ଥାନାନ୍ତର କରାଯାଇ ପାରିବ।

Image Courtesy: Aajtak

ପ୍ରକୃତରେ କଥା ହେଲା ଏହି ଘରକୁ ଏକ ଅଟୋ ରିକ୍ସାରେ ତିଆରି କରାଯାଇଛି। ଏହାକୁ ତିଆରି କରିଛନ୍ତି ତାମିଲନାଡୁର ବାସିନ୍ଦା ୨୩ ବର୍ଷୀୟ ଅରୁଣ ପ୍ରଭୁ। ଏହି ଘରେ ଗୋଟିଏ ବେଡ୍‌ରୁମ୍‌, ଲିଭିଂ ରୁମ୍‌, ରୋଷେଇଘର ସହିତ ଶୌଚାଳୟ ବି ରହିଛି। ଏହି ଘରେ ୨ ଜଣ ବ୍ୟକ୍ତି ଆରାମରେ ରହିପାରିବେ। ଏହା ସହିତ ଅଟୋର ଛାତ ଉପରେ ଏକ ଆରାମ ଦାୟକ ଚୌକି ମଧ୍ୟ ରହିଛି। ସେଠାରେ ବସି ଖୋଲା ହାୱାର ମଜା ନେଇପାରିବେ।

- Advertisement -
Image Courtesy: Aajtak

୩୬ ବର୍ଗ ଫୁଟରେ ତିଆରି ହୋଇଥିବା ଏହି ଘରେ ପାଣି ପାଇଁ ୨୫୦ ଲିଟର ଏକ ପାଣି ଟାଙ୍କି ରହିଛି। ବିଦ୍ୟୁତ୍‌ ପାଇଁ ୬୦୦ ୱାଟ୍‌ର ସୋଲାର ପ୍ୟାନେଲ ଖଞ୍ଜାଯାଇଛି। ଘରର କବାଟ ଥିବାବେଳେ ଛାତ ଉପରକୁ ଯିବାକୁ ସିଡି ବି ରହିଛି।

Image Courtesy: Aajtak

ପୁରୁଣା ଜିନିଷକୁ ରିସାଇକଲ କରି ଏହାକୁ ତିଆରି କରିଛନ୍ତି ଅରୁଣ। ଏଥିପାଇଁ ତାଙ୍କୁ ୫ ମାସ ସମୟ ଲାଗିଛି। ଅରୁଣ ବେଙ୍ଗାଲୁରୁର ଡିଜାଇନ ଆଣ୍ଡ ଆର୍କିଟେକ୍ଟ କମ୍ପାନୀ ବିଲ୍‌ବୋର୍ଡ ସହିତ ମିଶି ଏହାକୁ ନିର୍ମାଣ କରିଛନ୍ତି।

Image Courtesy: Aajtak

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories