www.samajalive.in
Sunday, December 7, 2025
26.1 C
Bhubaneswar

ପୁଣି ପ୍ଲାଷ୍ଟିକ ଅଣ୍ଡା ଅଭିଯୋଗ ; କେଶର ବଦଳରେ ବାହାରୁଛି ପଦାର୍ଥ !

ଲଖନପୁର : କିଛି ଦିନର ବ୍ୟବଧାନ ପରେ ପୁଣି ବଜାରରେ ପ୍ଲାଷ୍ଟିକ ଅଣ୍ଡା ମିଳୁଥିବା ଅଭିଯୋଗ ହୋଇଛି। ଏହି ଅଭି​‌ଯୋଗ ଆସିଛି ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଭଉଁରଖୋଲ ପଞ୍ଚାୟତ ଅନ୍ତର୍ଗତ ଠେବରା ଗ୍ରାମରୁ। ଅଙ୍ଗନବାଡ଼ି ପକ୍ଷରୁ ବିତରଣ କରାଯାଇଥିବା କୁକୁଡ଼ା ଅଣ୍ଡାରୁ କେଶର ବଦଳରେ ପ୍ଲାଷ୍ଟିକ ଭଳି ପଦାର୍ଥ ବାହାରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।

ଅଭିଯୋଗ ମୁତାବକ ଗର୍ଭବତୀ ମହିଳା ଏବଂ ଅଙ୍ଗନବାଡ଼ି କେନ୍ଦ୍ରରେ ପଞ୍ଜିକୃତ ଶିଶୁଙ୍କୁ ପ୍ରତି ସପ୍ତାହରେ ୩ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଇଥାଏ। ଏହି କ୍ରମରେ ଗତ ଶନିବାର ଠେବରା ଅଙ୍ଗନବାଡ଼ି କେନ୍ଦ୍ର ପକ୍ଷରୁ ଅଣ୍ଡା ବିତରଣ କରାଯାଇଥିଲା। ଠେବରାର ଅନୁପମା ଜାମଡୁଲିଆଙ୍କ ସହିତ ତାଙ୍କ ଝିଅ ସ୍ମାଇଲ, ସୁଧାରାମ ଜାମଡୁଲିଆଙ୍କ ଝିଅ ଅନମୋଲ ଜାମଡୁଲିଆଙ୍କ ପାଇଁ ମଧ୍ୟ କୁକୁଡ଼ା ଅଣ୍ଡା ପ୍ରଦାନ କରାଯାଇଥିଲା। ରବିବାର ସକାଳେ ଅଙ୍ଗନବାଡ଼ି କେନ୍ଦ୍ରରୁ ଆଣିଥିବା ଅଣ୍ଡାକୁ ଠେବରା ଗ୍ରାମର କେତେକଙ୍କ ଘରେ ଆମ୍ଲେଟ ପ୍ରସ୍ତୁତ କରିବା ସମୟରେ ସେଥିରୁ ସାଧାରଣ କୁକୁଡ଼ା ଅଣ୍ଡା ଭିତରୁ ବାହାରୁଥିବା କେଶର ପରିବର୍ତ୍ତେ ପ୍ଲାଷ୍ଟିକ ଭଳି କିଛି ବାହାରିଥିବା ଲୋକେ ଅଭିଯୋଗ କରିଛନ୍ତି। ସେହିଭଳି ଅଣ୍ଡା ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ସିଝିନଥିଲା। ସେମାନେ ତୁରନ୍ତ ଆଖପାଖର ଲୋକଙ୍କୁ ଏନେଇ ଅବଗତ କରାଇଥିଲେ। ଏହି ଖବର ଅଞ୍ଚଳରେ ପ୍ରଚାରିତ ହେବା ମାତ୍ରେ ସାଧାରଣରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି। ଏନେଇ ଅଧିକ ସୂଚନା ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ହେଁ ତାହା ସମ୍ଭବ ହୋଇପାରିନଥିଲା।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories