ଗୋପବନ୍ଧୁ କନିଷ୍ଠ ମହିଳା କଲେଜରେ ଚାରାରୋପଣ

ଆଠଗଡ : ଆଠଗଡସ୍ଥିତ ଗୋପବନ୍ଧୁ କନିଷ୍ଠ ମହିଳା ଲେଜର ଏନଏସଏସ ଆନୁକୁଲ୍ୟରେ ବନ ମହୋତ୍ସବ ପାଳନ ଅବସରରେ କଲେଜ ପରିସରରେ ସୋମବାର ବହୁ କିସମର ଚାରାରୋପଣ କରାଯାଇଛି । ଏନଏସଏସ ଯୋଜନା ଅଧିକାରିଣୀ ଅଧ୍ୟାପିକା ସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଲେଜ ଅଧ୍ୟକ୍ଷା ସଂଯୁକ୍ତ ମହାପାତ୍ର ମୁଖ୍ୟଅତିଥି ଓ ଯୁବ ରେଡକ୍ରସ ପରାମର୍ଶଦାତ୍ରୀ ବରିଷ୍ଠ ଅଧ୍ୟାପିକା ପୁଷ୍ପମଞ୍ଜରୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବନ ମହୋତ୍ସବ ପାଳନର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସଂପର୍କରେ ଆଲୋକପାତ କରିଥିଲେ । ସଂପ୍ରତି ବିଶ୍ୱରେ ବ୍ୟାପକ ଜଙ୍ଗଲ ସଂପଦ କ୍ଷୟ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟା ବିଶେଷ କରି ବିଶ୍ୱତାପମାତ୍ରାରେ ଅହେତୁକ ବୃଦ୍ଧି ଏବଂ ଜଳବାୟୁ ଓ ଋତୁଚକ୍ରରେ ଅସ୍ୱଭାବିକ ପରିବର୍ତ୍ତନ ଜୀବଜଗତ ପାଇଁ ଘୋର ବିପଦ ସୃଷ୍ଟି କରିବ । ତେଣୁ ପ୍ରତ୍ୟକ ବ୍ୟକ୍ତି ସଚେତନ ହୋଇ ଜଙ୍ଗଲ ସଂପଦର ସୁରକ୍ଷା ସହିତ ବ୍ୟାପକ ସବୁଜ ବଳୟ ସୃଷ୍ଟି କରିବା ପାଇଁ ଆଗେଇ ଆସିବା ଉଚିତ୍‍ ବୋଲି ଅତିଥି ମତ ପ୍ରକାଶ କରିଥିଲେ । ଏହି ଅବସରରେ ଏନଏସଏସ ସ୍ୱେଚ୍ଛାସେବୀ ଛାତ୍ରୀ, ସମସ୍ତ ଅଧ୍ୟାପିକା-ଅଧ୍ୟାପକ ଓ କ୍ରମଚାରୀ କଲେଜ ପରିସରରେ ବିଭିନ୍ନ କିସମର ବହୁ ଫଳ, ଫୁଲ ଓ ଜଙ୍ଗଲ ଜାତୀୟ ବୃକ୍ଷର ଚାରା ରୋପଣ କରିଥିଲେ।

Comments are closed.