ବିଜୁ ଛାତ୍ର ଜନତାଦଳ ପକ୍ଷରୁ ଚାରା ରୋପଣ

ଗୁରୁଡିଝାଟିଆ : ପରିବେଶକୁ ସନ୍ତୁଳିତ କରି ଗଢି ତୋଳିବା ନିମନ୍ତେ ବୃକ୍ଷ ହିଁ ଏକମାତ୍ର ବିକଳ୍ପ । ଚାରା ରୋପଣକୁ ଏକ ଆନ୍ଦୋଳନରେ ପରିଣତ କରି ସୁସ୍ଥ ଓ ସବୁଜ ସନ୍ତୁଳିତ ପରିବେଶ ଗଠନ କରିବାକୁ ବିଜୁ ଛାତ୍ର ଜନତା ଦଳ ଏକ ମିଶନ ଭାବରେ ଗ୍ରହଣ କରିବା ଏକ ସୁନ୍ଦର ପ୍ରୟାସ । ଏଥିରେ ସମସ୍ତ ଜନସାଧାରଣ ଓ ବିଦ୍ୟାର୍ଥୀ ସାମିଲ ହେବା ପାଇଁ ବିଜୁ ଜନତା ଦଳର ୨୫ବର୍ଷ ପୂର୍ତ୍ତ ଉପଲକ୍ଷେ ଗୋବରା ପଞ୍ଚାୟତର ଗୋବରା ଠାରେ ଆୟୋଜିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଦିତ୍ୟ ପ୍ରତାପ ସ୍ୱାଇଁ ଉପରୋକ୍ତ ମତପ୍ରକାଶ କରିବା ସହ ଚାରା ରୋପଣ କରିଥିଲେ । ଆଠଗଡ ବିଜୁ ଛାତ୍ର ଜନତା ଦଳର ସଭାପତି ସତ୍ୟପ୍ରିୟ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଦିପ୍ତିମୟୀ ଥାଟୋଇ , ସମିତି ସଭ୍ୟା ବସୁମତୀ ଦିଗି ,ପ୍ରଭାତ କୁମାର ଥାଟୋଇ, ପଞ୍ଚାୟତ ବିଜୁ ଛାତ୍ର ଜନତା ଦଳର ସଭାପତି, ଦିପ୍ତି ରଞ୍ଜନ ବେହେରା, ଶରତ ଚନ୍ଦ୍ର ରାଉତ, ସୁରେଶ କୁମାର ଥାଟୋଇ, ପ୍ରଶାନ୍ତ କୁମାର ଜେନା,ଅରୁଣ ପାତ୍ର, ପ୍ରବୋଧ ଜେନା ପ୍ରମୁଖ ବିଜୁ ଛାତ୍ର ଜନତା ଦଳର ସଦସ୍ୟମାନେ ଉପସ୍ଥିତ ରହି ଚାରା ରୋପଣ କରିଥିଲେ।

Comments are closed.