www.samajalive.in
Sunday, December 7, 2025
14.1 C
Bhubaneswar

ପ୍ଲାନେଟାରିୟମ କମ୍ପ୍ୟୁଟର ଖରାପ, ଦୁଇଦିନ ହେଲା ‘ଶୋ’ ବନ୍ଦ

ଭୁବନେଶ୍ବର : ପଠାଣି ସାମନ୍ତ ପ୍ଲାନେଟାରିୟମ ‘ଶୋ’ କମ୍ପ୍ୟୁଟରରେ ବୈଷୟିକ ତ୍ରୁଟି ଯୋଗୁଁ ଦୁଇଦିନ ହେଲା କାର୍ଯ୍ୟକ୍ରମ ବନ୍ଦ ରହିଛି। ଗ୍ରୀଷ୍ମ ଛୁଟିରେ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ପର୍ଯ୍ୟଟକ ଶୋ ଦେଖିବାରୁ ବଞ୍ଚିତ ହେଉଛନ୍ତି। ଖରାରେ ଲୋକେ ‘ଶୋ’ ନ ଦେଖି ନିରାଶ ହୋଇ ଫେରୁଥିବା ଅଭିଯୋଗ ହୋଇଛି।
ଶନିବାର ପ୍ରଥମ ‘ଶୋ’ ଚାଲି ଥିବାବେଳେ ହଠାତ୍‌ କମ୍ପ୍ୟୁଟର‌‌େ‌ର ବୈଷୟିକ ତ୍ରୁଟି ଦେଖାଦେବାରୁ ଅଧାରୁ ଏହାକୁ ବନ୍ଦ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ତ୍ରୁଟି ସୁଧାର କରାଯାଇ ପାରିଲା ନାହିଁ। ଫଳରେ ସମସ୍ତ ଶୋ’କୁ ବନ୍ଦ କରି ଦିଆଗଲା। ରବିବାର ପ୍ଲାନେଟାରିୟମକୁ ଅଧିକ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ଆସିଥାନ୍ତି; କିନ୍ତୁ ବୈଷୟିକ ତ୍ରୁଟି କାରଣରୁ ସମସ୍ତ ଶୋ’କୁ ବନ୍ଦ କରି ଦିଆଯାଇଛି। କମ୍ପ୍ୟୁଟର ସଜାଡିବା ପାଇଁ ଏଠାରେ ଇଞ୍ଜିନିୟର ନିଯୁକ୍ତ ହୋଇଥିଲେ ମଧ୍ୟ ସେମାନେ ତ୍ରୁଟି ଧରି ପାରୁନାହାନ୍ତି। ଦୁଇଦିନ ପରେ ରଜ ଆସୁଛି। ଏହି ସମୟରେ ପ୍ଲାନେଟାରିୟମକୁ ଅଧିକ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକ ଆସିଥାନ୍ତି। କମ୍ପ୍ୟୁଟର ନ ସଜାଡ଼ିଲେ ପ୍ଲାନେଟାରିୟମ କର୍ତ୍ତୃପକ୍ଷ ଲକ୍ଷାଧିକ ଟଙ୍କା ଆୟ କରିବାକୁ ବଞ୍ଚିତ ହେବେ।
କାର୍ଯ୍ୟାଳୟ ପକ୍ଷରୁ ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକଙ୍କ ନିମନ୍ତେ ବୈଷୟିକ ତ୍ରୁଟି ଯୋଗୁଁ ଶୋ’ ବନ୍ଦ ଥିବା ନେଇ ଆଗୁଆ ସୂଚନା ଦିଆଯାଉ ନାହିଁ। ଛାତ୍ରଛାତ୍ରୀ ଏବଂ ପର୍ଯ୍ୟଟକ ଆସି ଶୋ’ ନ ଦେଖି ଅଯଥାରେ ଖରାରେ ନିରାଶ ହୋଇ ଫେରୁଛନ୍ତି। ଏ ସଂକ୍ରାନ୍ତରେ ପ୍ଲାନେଟାରିୟମ ନିର୍ଦେଶିକା ସଞ୍ଜୁଲତା ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ସେ କୌଣସି ପ୍ରତିକ୍ରିୟା ରଖି ନ ଥିଲେ।

Hot this week

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

Related Articles

Popular Categories