www.samajalive.in
Saturday, December 6, 2025
15.1 C
Bhubaneswar

ବ୍ରାଜିଲରେ ବିମାନ ଦୁର୍ଘଟଣା: ୬୨ ମୃତ

ବ୍ରାସିଲିଆ: ବ୍ରାଜିଲର ସାଓ ପାଓଲୋ ପ୍ରଦେଶରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୬୨ ଜଣଙ୍କର ମୃ୍ତ୍ୟୁ ହୋଇଥିବା ସୂଚନା ମିଳିଛି। ଭୋଓପାସ୍ ଲିନହାସ ଏୟାରସ୍ ଦ୍ଵାରା ପରିଚାଳିତ ଏଟିଆରି-୭୨ ବିମାନ କାସକାଭେଲରୁ ସାଓ ପାଓଲୋ ପ୍ରଦେଶର ଗୁଆରୁଲହୋସ୍ ଅଭିମୁଖେ ଉଡାଣ କରିଥିଲା। ତେବେ ଯାନ୍ତ୍ରିକ ତ୍ରୃଟି ଯୋଗୁଁ ବିମାନଟି ସାଓ ପାଓଲୋ ପ୍ରଦେଶରେ ତଳେ ଖସି ପଡି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ସାଓ ପୈଲେ ରାଜ୍ୟ ଅଗ୍ନିଶମ ବିମାନ ଦୁର୍ଘଟଣା ହେବା ନେଇ ସ୍ପଷ୍ଟ କରିଛି। ମାତ୍ର ବିମାନ ଯାତ୍ରୀ ଓ କର୍ମଚାରୀଙ୍କ ମୃତଦେହ ଉଦ୍ଧାର ହୋଇନଥିବା ଜଣାପଡିଛି। ବିମାନ ଦୁର୍ଘଟଣା ହେବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରି ହୋଇଛି। ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପାଇଁ ଏକ ମିନିଟ୍ ନିରବ ପ୍ରାର୍ଥନା କରିବାକୁ ଦେଶବାସୀଙ୍କୁ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories