www.samajalive.in
Saturday, December 6, 2025
14.1 C
Bhubaneswar

ପଡ଼ିଆକୁ ଖସିପଡ଼ିଲା ବିମାନ, ୧୫୭ ମୃତ

ନୂଆଦିଲ୍ଲୀ: ଇଥିଓପିଆରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୪୯ ଯାତ୍ରୀ ଏବଂ ୮ ବିମାନ କର୍ମଚାରୀଙ୍କୁ ମିଶାଇ ମୋଟ ୧୫୭ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୪ ଭାରତୀୟ ଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଥିଲା। ସେମାନଙ୍କ ମଧ୍ୟରେ ଜାତିସଂଘ ପରାମର୍ଶଦାତା ଶିଖା ଗର୍ଗ ରହିଛନ୍ତି। ଏହି ୪ ଜଣ ଭାରତୀୟ ପରିବେଶ ମନ୍ତ୍ରଣାଳୟ ସହ ଜଡ଼ିତ ଥିଲେ।

ଇଥିଓପିଆ ଏୟାରଲାଇନ୍ସ ସୂଚନା ମୁତାବକ, ବିମାନଟି ରବିବାର ସକାଳ ସାଢ଼େ ୮ଟାରେ ଆଡିସ ଆବାବାର ବୋଲେ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିଲା। ଏଥିରେ ୮ ବିମାନ କର୍ମଚାରୀଙ୍କ ସହିତ ୩୫ ଦେଶର ୧୪୯ ଯାତ୍ରୀ ଥିଲେ। ଏହାର ୬ ମିନିଟ ପରେ ବିମାନ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା। ବିମାନଟି ବିସୋଫୁ ସହର ଉପକଣ୍ଠର ଏକ ଗ୍ରାମର ଖୋଲା ପଡ଼ିଆରେ ଖସିପଡ଼ିଥିବା ପରେ ଜଣାପଡ଼ିଥିଲା।

- Advertisement -

ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଘଟଣାକୁ ନେଇ ଅତ୍ୟନ୍ତ ଦୁଃଖିତ ଥିବା କହିବା ସହ ଆମେ ୪ ଭାରତୀୟଙ୍କୁ ହରାଇଛୁ ବୋଲି କହିଛନ୍ତି। ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଭାରତୀୟ ହେଲେ ବୈଦ୍ୟ ପନ୍ନାଗେଶ ଭାସ୍କର, ବୈଦ୍ୟ ହାନ୍‌ସିନ୍‌ ଅନ୍ନାଗେଶ, କୁକାଭାରାପୁ ମନିଶା ଏବଂ ଶିଖା ଗର୍ଗ। ନାଇରୋବିରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ସେମାନେ ଯାଉଥିଲେ। ସେମାନଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ଇଥିଓପିଆରେ ଥିରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ କୁହାଯାଇଥିବା ସୁଷମା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories