www.samajalive.in
Saturday, December 6, 2025
16.1 C
Bhubaneswar

ତିନିକୋଶିଆ ଜଙ୍ଗଲରେ ଯାତ୍ରୀବାହୀ ବସରୁ ଡକାୟତି ଉଦ୍ୟମ !

ନୀଳଗିରି : ନିଶାଣ ରଖିଥିଲେ ଯାତ୍ରୀବାହୀ ବସକୁ । କେବଳ ବନବିଭାଗର ଉପସ୍ଥିତ ବୁଦ୍ଧି ଯୋଗୁ ବସରେ ଥିବା ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଡକାୟତମାନେ କୌଶଳକ୍ରମେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି ।
ନୀଳଗିରି-ଉଦଳା ପୂର୍ତ୍ତ ରାସ୍ତାର ସଜନାଗଡ଼ସ୍ଥିତ ତିନିକୋଶିଆ ଜଙ୍ଗଲରେ ଡକାୟତ ଦଳ ବିଜୟା ନାମକ ଏକ ଯାତ୍ରୀବାହୀ ବସରୁ ଡକାୟତି କରିବା ଉଦେଶ୍ୟରେ ଏକ ବିଶାଳ ଶାଳଗଛକୁ କାଟି ରାସ୍ତା ଅବରୋଧ କରିଥିଲେ । ଏହି ଦଳର କେତେକ ସଦସ୍ୟ ରାସ୍ତା ଅବରୋଧ ସ୍ଥଳରେ ରହିଥିବା ବେଳେ ଏକ ପଲସର ମୋଟର ସାଇକଲରେ ୨ଜଣ ଦୁର୍ବୃତ୍ତ କିଛି ବାଟ ଆଗକୁ ଯାଇ ରାସ୍ତା ଉପରେ ଛିଡ଼ା ହୋଇଥିଲେ । ମାତ୍ର ୫ମିନିଟ ମଧ୍ୟରେ ସେହି ରାସ୍ତାରେ ଉଦଳା ପଟୁ ଆସୁଥିବା ଏହି ଯାତ୍ରୀବାହୀ ବସକୁ ଅଟକାଇ ‘ଆଗରେ ରାସ୍ତା ଉପରେ ଗଛ ପଡ଼ିଛି, ଆମକୁ ୨ଶହ ଟଙ୍କା ଦେଲେ ଅନ୍ୟ ଏକ ଗଳାରାସ୍ତା ଦେଖାଇ ଦେବୁ’ ବୋଲି କହିଥିଲେ । ଏହି କଥା ଶୁଣି ବସର କଣ୍ଡକ୍ଟର, ହେଲପର ଓ ଚାଳକ ତଟସ୍ଥ ହୋଇ ପଡ଼ିଥିଲେ । କିନ୍ତୁ ରାତି ପ୍ରାୟ ସାଢ଼େ ୧୧ଟା ପରେ ଏହି ଘଟଣା ଘଟିଥିବା ବେଳେ ପଇଁତରାରେ ଯାଇଥିବା ସଜନାଗଡ଼ ବନରକ୍ଷୀ ଜୟଦେବ ମଲିକ ଏହା ଦେଖି ଆଡ୍ଡା କରିଥିବା ଦୁର୍ବୃତ୍ତଙ୍କୁ ଗୋଡ଼ାଇଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିଲେ ହେଁ ଫୋନରେ ବିଭାଗ ଓ ଅଞ୍ଚଳବାସୀଙ୍କୁ ଖବର ଜଣାଇବାରୁ ସେହି ସ୍ଥାନକୁ ବନପାଳ ଦେବରାଜ ରାଉତ ସଦଳବଳେ ପହଞ୍ଚିଥିଲେ । ସେହିପରି ଅଞ୍ଚଳବାସୀ ମଧ୍ୟ ଉକ୍ତ ସ୍ଥାନକୁ ମାଡ଼ି ଆସୁଥିବା ଦେଖି ଏହି ଦୁର୍ବୃତ୍ତମାନେ ଅନ୍ଧାରର ସୁଯୋଗରେ ଖସି ପଳାଇଥିଲେ । ରାତି ସାଢ଼େ ୧୨ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ୫ଟି ଯାତ୍ରୀବାହୀ ବସ ଅଟକି ରହିଥିଲା।

ତେବେ ବନବିଭାଗ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା କୁହାଯାଉଛି । ସୂଚନା ଯେ, ପ୍ରାୟ ୧୨/୧୫ବର୍ଷ ପୂର୍ବରୁ ଏହି ସ୍ଥାନରେ ଏକ ଯାତ୍ରୀବାହୀ ବସରେ ବଡ଼ ଧରଣର ଡକାୟିତି ହୋଇଥିଲେ । ଯେଉଁଥିପାଇଁ ଦିନରେ ବି ତିନିକୋଶିଆ ଜଙ୍ଗଲ ନାଁ ଶୁଣିଲେ ପଥଚାରୀ ଭୟଭୀତ ହୋଇ ଉଠନ୍ତି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories