www.samajalive.in
Sunday, December 7, 2025
23.1 C
Bhubaneswar

ଏସଇଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀଙ୍କ ପକ୍ଷରୁ ୭ଦଫା ଦାବି ନେଇ ବିଡ଼ିଓଙ୍କୁ ଦାବିପତ୍ର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଏସଇଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡ଼ିଓ ସୁଧାକର ରଇତଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏସଇଏମ ଓ ଜଳଯୋଗାଣ କର୍ମଚାରୀ ଜିଲା ସଭାପତି ରାମ କୃଷ୍ଣ ପଣ୍ଡାଙ୍କ ନିର୍ଦେଶକ୍ରମେ ବ୍ଲକ ସଭାପତି ଇଶ୍ଵର ମୁଣ୍ଡଛେନାଙ୍କ ନେତୃତ୍ୱରେ ବ୍ଲକର ୫୨ ଜଣ କର୍ମୀ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଛନ୍ତି । ଦାବିଗୁଡିକ ହେଲା ଏସଇଏମ ପଦ ଉଚ୍ଛେଦ କରି ଗ୍ରାମ୍ୟ ଜଳଯୋଗାଣ କର୍ମଚାରୀ ମାନ୍ୟତା ପ୍ରଦାନ, ସମାନ କାମକୁ ସମାନ ଦରମା ଦିଆଯାଉ, ୫ ବର୍ଷ ବୟସ କୋହଳ କରାଯାଉ, ୧୦ ବର୍ଷର ଏରିୟର କରାଯାଉ, ଗ୍ରାମପଞ୍ଚାୟତରୁ ଦରମା ବନ୍ଦ କରି ଆମକୁ ଡିପାର୍ଟମେଣ୍ଟରୁ ଦରମା ଦିଆଯାଉ, ଉକ୍ତ ପରିବାରରୁ ଜଣକୁ ସେହି ସଂସ୍ଥାରେ ନିଯୁକ୍ତି ଦିଆଯାଉ, କାର୍ଯ୍ୟ କରୁଥିବା ସମୟରେ କୌଣସି କର୍ମଚାରୀ ଦୁର୍ଘଟଣାରେ ମୃତ୍ୟୁବରଣ କଲେ ୨୦ ଲକ୍ଷ ଟଙ୍କା କ୍ଷତି ପୁରାଣ ଦେବା ପାଇଁ ଦାବି ପତ୍ରରେ ଉଲ୍ଲେଖ ରହିଛି ।

ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ଚଳିତ ମାସ ୨୧ ତାରିଖ ସୁଦ୍ଧା ଦାବି ପୂରଣ କରା ନ ଗଲେ ୨୨ ତାରିଖଠାରୁ ଏସଇଏମ ଓ ପମ୍ପଚାଳକ ଗଣ ଧାରଣାରେ ଯୋଗ ଦେବେ ବୋଲି ଇଶ୍ୱର ମୁଣ୍ଡଛେନା, କାସିପତି ବାଗ, ଅଜିତ ନାୟକ, ଏ ସମ୍ବୁ ଲିଙ୍ଗମ, ମଧୁସୂଦନ କାଣ୍ଡ ପ୍ରମୁଖ କହିଛନ୍ତି । ଜିଲାରେ ମଧ୍ୟ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜଳଯୋଗାଣ ବନ୍ଦ ହୋଇଯିବ । ସାଧାରଣ ଜନତା ପାନୀୟ ଜଳ ପାଇବାରୁ ବଞ୍ଚିତ ହେବେ ବୋଲି କହିଛନ୍ତି ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories