www.samajalive.in
Monday, December 15, 2025
26.1 C
Bhubaneswar

ପୀତବାସ ପଣ୍ଡା ହତ୍ୟା ମାମଲା : କର୍ପୋରେଟରଙ୍କୁ ଜେରା

ବ୍ରହ୍ମପୁର : ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ହତ୍ୟା ଘଟଣାରେ ବଡ ଅପଡେଟ୍ ସାମ୍ନାକୁ ଆସିଛି। ବ୍ରହ୍ମପୁର ଏବଂ ଖଲ୍ଲିକୋଟର ୩ ଜଣ ଯୁବକଙ୍କୁ ପୁଲିସ୍‌ ଉଠାଇ ନେଇ ପଚରାଉଚରା କରୁଛି। ଜଣେ କର୍ପୋରେଟରଙ୍କୁ ମଧ୍ୟ ଥାନାରେ ପଚରାଉଚରା କରାଯାଉଥିବା ସୂଚନା ମିଳିଛି। ତେବେ କର୍ପୋରେଟର ଜଣକ କିଏ ଏବଂ ଘଟଣାରେ ତାଙ୍କର କଣ ସମ୍ପୃକ୍ତି ରହିଛି। ସେ ନେଇ କୌଣସି ସୂଚନା ମିଳିପାରିନାହିଁ। ସହରର ବିଭିନ୍ନ ସ୍ଥାନରେ ଲାଗିଥିବା ସିସି ଟିଭି କୁ ଯାଞ୍ଚ କରାଯାଉଛି। ଗତ ଦୁଇ ଦିନ ଭିତରେ ଦୁଇଟି ଟିମ୍ ବ୍ରହ୍ମପୁର, କବିସୂର୍ଯ୍ୟନଗର, ପୋଲସରା ଏବଂ ପାଟପୁର ଥାନା ଅଞ୍ଚଳରେ ଚଢାଉ କରୁଥିଲା। ଏକାଧିକ କାର ଓ ବାଇକ ଚାଳକଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି। କିଛି ସ୍ଥାନରେ ପୁଲିସ ଚଢଉ କରି ସନ୍ଦିଗ୍ଧଙ୍କୁ ଉଠାଇ ଆଣିଛି। ହେଲେ ପୀତବାସଙ୍କୁ କିଏ ହତ୍ୟା କଲା ତାହା ଏ ଯାଏଁ ସାମ୍ନାକୁ ଆସିପାରିନି।
ପୂର୍ବରୁ ପୁଲିସ ଜଣେ ଯବାନଙ୍କ ସମେତ ଆଉ କିଛି ଯୁବକଙ୍କୁ ଡାକି ପଚରାଉଚରା କରିଥିଲା। ଏହାପୂର୍ବରୁ ବାଲି ବ୍ୟବସାୟ ଏବଂ ଅନ୍ୟାନ୍ୟ ପେଷାରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କୁ ଡାକି ପଚରାଉଚରା ପରେ ଛାଡି ଦେଇଛି ପୁଲିସ। ପୀତବାସ ଜଣେ ଆଇନଜୀବୀ ସହ ରାଜନେତା ହୋଇଥିବାରୁ ବିଭିନ୍ନ କାମରେ ସେ ଜଡିତ ଥିଲେ। ସେ ଦେଢବର୍ଷ ତଳେ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ। ନିକଟରେ ପୀତବାସଙ୍କ ପାଇଁ କିଛି ମାଫିଆ ସମସ୍ୟାରେ ପଡିଥିଲେ ବୋଲି ମଧ୍ୟ ଆଲୋଚନା ହେଉଛି। ପୀତବାସଙ୍କୁ ହତ୍ୟା କରିଥିବା ସୁପାରି କିଲର କିଏ, ସେମାନଙ୍କୁ କିଏ ସୁପାରି ଦେଇଥିଲା, ହତ୍ୟା ପାଇଁ କିଏ ଷଡଯନ୍ତ୍ର ରଚିଥିଲା ତାହା ଜାଣିବାକୁ ପୁଲିସ ଦିନରାତି ଏକ କରିଦେଇଛି। ପୁଲିସକୁ କିଛି ସୁରାକ ମିଳିଥିବା ନିର୍ଭରଯାଗ୍ୟ ସୂତ୍ରରୁ ସୂଚନା ମିଳିିଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories