www.samajalive.in
Monday, December 15, 2025
26.1 C
Bhubaneswar

ପିପିଲିଗୁଡ଼ାରେ ବିଦ୍ୟୁତ୍ ସବ୍ ଷ୍ଟେସନ ଉଦଘାଟିତ

ପିପିଲିଗୁଡ଼ା: ରାୟଗଡ଼ା ଜିଲ୍ଲା ସଦର ବ୍ଲକ ପିପିଲିଗୁଡାଠାରେ ଆଜି ୩୩/୧୧ କେଭି ବିଦ୍ୟୁତ ସବଷ୍ଟେସନ ଉଦଘାଟିତ ହୋଇଯାଇଛି। ସାଢ଼େ ୮ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସବ୍ ଷ୍ଟେସନ ଦ୍ବାରା ୯ ପଞ୍ଚାୟତରେ ଲାଗି ରହିଥିବା ବିଦ୍ୟୁତ୍ ଓ ଲୋ ଭୋଲଟାଜ୍ ସମସ୍ୟା ଦୂର ହେବ। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସମ୍ମାନିତ ଅତିଥି ଭାବେ ରାଜ୍ୟସଭା ସାଂସଦ ଏନ୍. ଭାସ୍କର ରାଓ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ସୁଧୀର ଦାସ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାଧର ପୁଆଲା ଯୋଗଦେଇ ସବ୍ ଷ୍ଟେସନର ଉଦଘାଟନ କରିଥିଲେ।

ଏଥି ସହ ୯ ପଞ୍ଚାୟତର ସରପଞ୍ଚ, ସମିତସଭ୍ୟ ଉତ୍ସବରେ ଉପସ୍ଥିତ ଥିଲେ। ପୂର୍ବରୁ ଏହି ଅଞ୍ଚଳ ପାଇଁ ସ୍ବତନ୍ତ୍ର ସବ୍ ଷ୍ଟେସନ ନଥିବାରୁ ବର୍ଷା, ପବନ ହେବା କ୍ଷଣି ବିଦ୍ୟୁତକାଟ ହେଉଥିଲା। ଥରେ ବିଦ୍ୟୁତ୍ ଗଲେ ପୁଣି ସଂଯୋଗ ହେବା ପାଇଁ ଘଣ୍ଟା ଘଣ୍ଟା ଏପରିକି ଦିନ ମଧ୍ୟ ବିତି ଯାଉଥିଲା। ଫଳରେ ଏହି ଅଞ୍ଚଳବାସୀ ଓ ଛାତ୍ରଛାତ୍ରୀଙ୍କ ପାଇଁ ଡିବିରି ଆଲୁଅ ହିଁ ସାହା ଭରସା ପାଲଟିଥିଲା। ଆଜି ସବ୍ ଷ୍ଟେସନ ଉଦଘାଟିତ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିରେ ଲହରୀ ଖେଳି ଯାଇଛି। ଅନ୍ୟମାନଙ୍କ ମଧ୍ୟରେ ଉଦଘାଟନୀ ଉତ୍ସବରେ ବିଦ୍ୟୁତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ନିହାର ରଞ୍ଜନ ପ୍ରଧାନ, ନିର୍ବାହୀ ଯନ୍ତ୍ରୀ ନାରାୟଣ ନାୟକ, ଏସ୍ଡ଼ିଓ ଦେବାଶିଷ ପଣ୍ଡା ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଏହି ସବ୍ ଷ୍ଟେସନ ଦ୍ବାରା ୯ଟି ପଞ୍ଚାୟତର ୬୨ ଖଣ୍ଡ ଗ୍ରାମବାସୀ ଉପକୃତ ହେବେ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories