www.samajalive.in
Sunday, December 14, 2025
26.1 C
Bhubaneswar

ବର୍ଷାରେ ଭୁଶୁଡ଼ିଲା ବାଘଲଟି କେନାଲ ଗାର୍ଡ ୱ।ଲ

ପାତ୍ରପୁର: ଗୁଲାବ ବର୍ଷାରେ ବାଘଲଟି ଜଳସେଚନ ଯୋଜନାର ଡାହାଣ ପାର୍ଶ୍ୱ ପଥର ଘାଇ ନିକଟରେ କେନାଲ ଗାର୍ଡ ୱ।ଲ ଭୁଶୁଡି ପଡିଛି। କେନାଲପଥର ପଥରାଘାଇ ପାର୍ଶ୍ୱରେ ପ୍ରାୟ ତିରିଶି ମିଟର ଗାଡ ୱ।ଲ ଗତକାଲି ରାତି ବର୍ଷାରେ ଭୁଶୁଡି ପଡିଛି। ବାଘଲଟି ଡାହାଣ ପାର୍ଶ୍ୱ କେନାଲର ଚାବି ଭବେ ପରିଚିତ ଏହି ସ୍ଥାନଦେଇ ୨୦୦୬ ପରେ କେନାଲ ଖୋଲା କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସ୍ଥାନଟି ପାହାଡ଼ ଇଲାକା ହୋଇଥିବା ବେଳେ ୧୩୦ ଫୁଟ ଗଭୀର ଖୋଲି କେନାଲ କନିରିଡ। ଅଞ୍ଚଳକୁ ଯାଇଥିଲା। ଏହା ପରେ କେନାଲ ପଥରେ ୨୦୦୮/୨୦୦୯ ସାଲରେ ଏହି ଗାର୍ଡ ୱ।ଲ ନିର୍ମାଣ ହୋଇଥିଲା।

ତେବେ କେନାଲ ଶଯ୍ୟାରୁ ପଥର ବାହାରିବା ସହ କାର୍ଯ୍ୟ ବିଳମ୍ବ ଘଟିବା ଫଳରେ ତଳ ଅଂଶକୁ ପାଣି ଯିବା ଅସୁବିଧା ସୃଷ୍ଟି ହୋଇଥିଲା। ଏହାକୁ ଦେଖି ଚାଷୀ ବାରମ୍ବାର ଆନ୍ଦୋଳନ କରିଥିଲେ। ଏହା ପରେ ଜଳସେଚନ ବିଭଗର ଉଦ୍ୟମ ଫଳରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ୨୦୧୬ ରେ ପ୍ରଥମଥର ପାଇଁ ଏହି କେନାରେ ତଳ ଅଂଶକୁ ପାଣି ଯାଇଥିଲା। ତେବେ ଗତକାଲିର ବର୍ଷା ଫଳରେ ବାରବର୍ଷ ପୂର୍ବେ ନିର୍ମାଣ ଗାର୍ଡ ୱ।ଲ ଭୁଶୁଡି ପଡିଥିବା ଜଣାଯାଇଛି। ତୁରନ୍ତ ବିଭ।ଗ ଏହି ଭଙ୍ଗା ସ୍ଥାନ ସଫା କରି ପାଣି ଯିବା ବ୍ୟବସ୍ଥା କରିବା ପାଇଁଚାଷୀ ମହଲରୁ ଦାବୀ ହେଉଛି।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories