www.samajalive.in
Saturday, December 6, 2025
16.1 C
Bhubaneswar

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମ ଦିବସ ; ସାଂସଦ ଓ ବିଧାୟକଙ୍କ ବିଭିନ୍ନ ସେବାକାର୍ଯ୍ୟ

ପିପିଲି : ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ବିଜେପି ପକ୍ଷରୁ ପିପିଲିରେ ବିଭିନ୍ନ ସେବାକାର୍ଯ୍ୟ କରାଯାଇଥିଲା। ପୁରୀ ଲୋକସଭା ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ବୁଧବାର ପୂର୍ବାହ୍ନ ୬ଟାରେ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ ଅଭିଯାନରେ ସଫେଇ କାର୍ଯ୍ୟ କରିଥିଲେ। ଉଭୟ ନେତା ହାତରେ ଝାଡୁ ଧରି ଡାକ୍ତରଖାନା ପରିସରରେ ଥିବା ଅଳିଆ ଆବର୍ଜ୍ଜନାକୁ ସଫା କରିଥିଲେ। ତାଙ୍କ ସହ ପିପିଲି ଏନ୍‍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ କାଦମ୍ବିନୀ ଜେନା, ପିପିଲି ସାଂସ୍କୃତିକ ପରିଷଦର ସାଧାରଣ ସଂପାଦକ ତଥା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର, ଉପସଭାପତି ଦୀନବନ୍ଧୁ ବେହୁରା, ପୂର୍ବତନ ପୌର ଉପାଧ୍ୟକ୍ଷ ସୁକାନ୍ତ ଭଟ୍ଟ, ଯୁବ ସମାଜସେବୀ ପ୍ରଦୀପ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ରାଜକିଶୋର ସ୍ୱାଇଁ, ଚନ୍ଦ୍ରମାଧବ ମିଶ୍ର, କାଉନସିଲର ବିଭୂତି ଭୂଷଣ ବାରିକ, ମଣ୍ଡଳ ସଭାପତି ସନ୍ତୋଷ କୁମାର ବରାଳଙ୍କ ସମେତ ବହୁ ଦଳୀୟ କର୍ମୀ, ନେତା, ବରିଷ୍ଠ ନାଗରିକ ମାନେ ଡାକ୍ତରଖାନା ପରିସରକୁ ସଫେଇ କରିଥିଲେ।

ପରେ ସ୍ଥାନୀୟ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ, ପୌରାଞ୍ଚଳ ଅନ୍ତର୍ଗତ ପିପିଲି ନୋଡାଲ ହାଇସ୍କୁଲ, ଜବାହର ବିଦ୍ୟାପୀଠ, ପିପିଲି ମିଶନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଦୁର୍ଗାଦାଶପୁର ପଞ୍ଚାୟତର କାଜିପାଟଣା ଉନ୍ନିତ ମଧ୍ୟ ଇଂରାଜୀ ବିଦ୍ୟାଳୟ, ଚନ୍ଦ୍ରାଦେଇପୁର ପଞ୍ଚାୟତ ଅନ୍ତର୍ଗତ କମାକନ୍ତିଆ ବିଦ୍ୟାଳୟ, ଜଶୁଆପୁର ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦ ସାଗର ଅମୃତ ସରୋବର ଆଦି ସ୍ଥାନରେ “ଏକ୍‍ ପେଡ୍‍ ମା’ କେ ନାମ୍‍ ୨.୦’ ଅଭିଯାନରେ ବ୍ୟାପକ ଚାରାରୋପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ପିପିଲି ବିଇଓ ପୀତବାସ ସେଠୀଙ୍କ ସମେତ ସ୍ଥାନୀୟ ବିଜେପିର କାର୍ଯ୍ୟକର୍ତ୍ତା ଓ ଜନପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏଥିସହ ପିପିଲି ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟରେ “ଏକ୍‍ ପେଡ୍‍ ମା’ କେ ନାମ୍‍ ୨.୦’ ଅଭିଯାନରେ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଚାରାରୋପଣ କରିଥିଲେ ।

ଅକ୍ଟୋବରରେ ଏହି ୪ ରାଶିଙ୍କୁ କୋଟିପତି କରିବ ବୁଧଙ୍କ ଖାସ୍‌ ଚଳନ : ଧନ ଠାରୁ ଆରମ୍ଭ କରି ସୁନାରେ ଭର୍ତ୍ତି ହେବ ଆଲମିରା..

- Advertisement -

 

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories