www.samajalive.in
Saturday, December 6, 2025
26.1 C
Bhubaneswar

ମୋଦୀଙ୍କୁ ଜନ୍ମଦିନ ଭେଟି: ରାଜ୍ୟରେ ୭୫ଲକ୍ଷ ଚାରା ରୋପଣ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଜି ୭୫ତମ ଜନ୍ମଦିବସ ଏବଂ ଏକ ପେଡ୍‍ ମା’ କେ ନାମ ଦ୍ୱିତୀୟ ସଂସ୍କରଣ ଅଭିଯାନ ଅନ୍ତର୍ଗତ ସାରା ରାଜ୍ୟର କୋଣ ଅନୁକୋଣରେ ବୁଧବାର ରେକର୍ଡ ସଂଖ୍ୟକ ୭୫ଲକ୍ଷ ଚାରା ରୋପଣ କରାଯାଇ ଓଡ଼ିଶାକୁ ସବୁଜ-ସୁନ୍ଦର କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ।

- Advertisement -

ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକାମ୍ର ମହାବିଦ୍ୟାଳୟ ଠାରେ ଏକ ପେଡ୍‍ ମା କେ ନାମ୍‍ କାର୍ଯ୍ୟକ୍ରମରେ ସାମିଲ ହୋଇ ବୃକ୍ଷରୋପଣ କରିଥିଲେ । ଏହାସହିତ ରାଜ୍ୟର ବିଭିନ୍ନ ପୁଲିସ କାର୍ଯ୍ୟାଳୟରେ ଚାରା ରୋପଣ କରାଯାଇଥିବା ବେଳେ ବିଭିନ୍ନ କଲେଜ ଓ ସରକାରୀ ଅଫିସରେ ମାଙ୍କ ନାମରେ ଏକ ଗଛ ଲଗାଯାଇଛି । ପିପିଲି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପୁରୀ ସାଂସଦ ଡାକ୍ତର ସମ୍ବିତ ପାତ୍ର ଓ ପିପିଲି ବିଧାୟକ ଆଶ୍ରିତ ପଟନାୟକ ସଫେଇ କରିବା ସହ ସ୍ଥାନୀୟ ବିଇଓ କାର‌୍ୟ୍ୟାଳୟ, ପିପିଲି ନୋଡାଲ ହାଇସ୍କୁଲ, ମିଶନ ଏମଇ ସ୍କୁଲ, ଜବାହାର ବିଦ୍ୟାପୀଠ ପରିସରରେ ଚାରା ରୋପଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଙ୍ଗଳବାର ଲୋକସେବା ଭବନରେ ଅନୁଷ୍ଠିତ ହୋଇଥିଲା ।

Hot this week

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

Related Articles

Popular Categories