www.samajalive.in
Wednesday, December 10, 2025
16.1 C
Bhubaneswar

‘ପିପିଲି ସାଂସ୍କୃତିକ ପରିଷଦ’ର ବାର୍ଷିକ ବୈଠକ

ପିପିଲି :ଅଗ୍ରଣୀ ନାଗରିକ ସଂଗଠନ ‘ପିପିଲି ସାଂସ୍କୃତିକ ପରିଷଦ’ର ବାର୍ଷିକ ବୈଠକ ଅବସରରେ ନୂତନ ବର୍ଷ ୨୦୨୪ର କ୍ୟାଲେଣ୍ଡର ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ ପରିଷଦର ଉପଦେଷ୍ଠା ଲେଫ୍‍ନାଣ୍ଟ ଜେନେରାଲ ନାରାୟଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଜଇସପାଟଣା ସ୍ଥିତ ପରିଷଦର ମୁଖ୍ୟ କାର୍ଯ୍ୟାଳୟ ଠାରେ ଶନିବାର ଅନୁଷ୍ଠିତ ସଭାରେ ଅତିଥି ଭାବେ ଭୁବନେଶ୍ୱର ସ୍ଥିତ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନ (ଆଇଆଇଡବ୍ଲ୍ୟୁଏମ୍‍)ର ପ୍ରଧାନ ବୈଜ୍ଞାନିକ ପ୍ରଭାକର ନନ୍ଦ, ପ୍ରଧାନ ବୈଜ୍ଞାନିକ ପ୍ରମୋଦ କିଶୋର ପଣ୍ଡା, ପାହାଳ ରସଗୋଲା ଉଦ୍ୟୋଗୀ ଓ ପ୍ରସ୍ତୁତକାରୀ ସମିତିର ସଭାପତି ଅକ୍ଷୟ କୁମାର ଲେଙ୍କା, ବରିଷ୍ଠ ସମାଜସେବୀ ପଦ୍ମନାଭ ପ୍ରଧାନ, ଯୁବ ସମାଜସେବୀ ପ୍ରକାଶ ଚନ୍ଦ୍ର ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ ପିପିଲିର ସଂସ୍କୃତି, ପରମ୍ପରାକୁ ରକ୍ଷା କରିବା ସହ ଜାତୀୟତାବୋଧକୁ ପ୍ରଚାର ପ୍ରସାର କରିବା ଦିଗରେ ପିପିଲି ସାଂସ୍କୃତିକ ପରିଷଦର ଉଦ୍ୟମକୁ ଭୂୟସି ପ୍ରଶଂସା କରିଥିଲେ।

ଏହି ଅବସରରେ ପରିଷଦ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ନୂତନବର୍ଷ ୨୦୨୪ର କ୍ୟାଲେଣ୍ଡରକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପରିଷଦର ସଂପାଦକ ତଥା ଭାରତୀୟ ବାୟୁସେନାର ଅବସରପ୍ରାପ୍ତ ଅଧିକାରୀ ରମେଶ ଚନ୍ଦ୍ର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ଅବସରରେ ଆଗାମୀ ଦିନରେ ପରିଷଦ ପକ୍ଷରୁ ‘ଇତିହାସ ପୃଷ୍ଠାରେ ପିପିଲି’ ପୁସ୍ତକର ଦ୍ୱିତୀୟ ସଂସ୍କରଣକୁ ମୁଦ୍ରଣ କରାଯିବା ସହ ପୂର୍ବପରି ସମଗ୍ର ରାଜ୍ୟରେ ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦେଇଥିଲେ। ପରିଷଦର ସହସଂପାଦକ ଦୀନବନ୍ଧୁ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସୁଦର୍ଶନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଷଦର ସାଂଗଠନିକ ସଂପାଦକ ଶିକ୍ଷାବିତ୍‍ ହେମନ୍ତ କୁମାର ପ୍ରଧାନ ସଭାକୁ ପରିଚାଳନା କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ କମିଟିର ସଂପାଦକ ତଥା ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ପରିଷଦ ପକ୍ଷରୁ ଏକ ପୁସ୍ତକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ବରିଷ୍ଠ ସଦସ୍ୟ ଜଗଦିଶ ସାହୁ, ସଦାଶିବ ବାରିକ, ଅନ୍ତର୍ଯ୍ୟାମୀ ମହାପାତ୍ର, ସୁଶାନ୍ତ କୁମାର ସାହୁ ପ୍ରମୁଖ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ଫଟୋ ଆଟାଚ୍‍ ଅଛି।

Hot this week

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

Related Articles

Popular Categories