www.samajalive.in
Tuesday, December 9, 2025
15.1 C
Bhubaneswar

 ନୂଆ ଓ ଯୁବ ଓଡିଶା କାର୍ଯ୍ୟକ୍ରମର ସମୀକ୍ଷା କଲେ ଉଚ୍ଚ ଶିକ୍ଷା ବିଭାଗର ସହ ନିର୍ଦେଶିକା ମମତା ପଣ୍ଡା 

କଣ୍ଟାବାଞ୍ଜି : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜିକୁ ଆଜି ଉଚ୍ଚ ଶିକ୍ଷା ବିଭାଗର ସହ ନିର୍ଦେଶିକା ମମତା ପଣ୍ଡା ପରିଦର୍ଶନ କରି ଉଚ୍ଚ ଶିକ୍ଷା ବିଭାଗ ଓ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ତରଫରୁ ପରିଚାଳିତ ହୋଇଥିବା ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ। ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଓ କର୍ମଚାରୀମାନଙ୍କ ଉପସ୍ଥିତରେ ସାଂସ୍କୃତିକ ବିଭାଗ, ସାମାଜିକ ବିଭାଗ ଓ ସାମାଜିକ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ସହ ଏହା କେବେ ଓ କେମିତି ଭାବେ ଆୟୋଜିତ ହୋଇଥିଲା ସେ ବିଷୟରେ ସମୀକ୍ଷା କରିଥିଲେ।
ମହାବିଦ୍ୟାଳୟ ର ଅଧକ୍ଷ୍ୟ ରାଜେନ୍ଦ୍ର ପୁରୋହିତ ଓ ନୋଡାଲ ଅଫିସର ଯୁଧିଷ୍ଠିର ବେହେରାଙ୍କୁ ବିଭିନ୍ନ ବିଷୟରେ ପଚାରି ବୁଝି ସରକାର ଦ୍ୱାରା ଦିଆଯାଇଥିବା ପାଣ୍ଠିର ସମ୍ପାଦନା ଓ ଉପଯୋଗ ଠିକ ଭାବେ ହେଇଛି ନା ନାହିଁ ସମୀକ୍ଷା କରିଥିଲେ। ଏତଦବ୍ୟତୀତ ବିଭିନ୍ନ ନଥିପତ୍ର ଯାଞ୍ଚ କରିବା ସହିତ ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଗତ ତିନି ବର୍ଷରେ ପ୍ରଦାନ କରାଯାଇଥିବା ପୋଷ୍ଟ ମାଟ୍ରିକ ବୃତ୍ତି ବିଷୟରେ ମଧ୍ୟ ସମୀକ୍ଷା କରି ରିପୋର୍ଟ ମଧ୍ୟ ନେଇଥିଲେ। ତାଙ୍କର ପରିଦର୍ଶନ ସମୟରେ ମହାବିଦ୍ୟାଳୟ ର ଗ୍ରନ୍ଥାଗାର, ଶ୍ରେଣୀଗୃହ, ଛାତ୍ରୀ ଓ କର୍ମଚାରୀ ଶୌଚାଳୟକୁ ବୁଲି ଦେଖିବା ସହିତ ୫-ଟି ଅନ୍ତର୍ଗତ ଦିଆଯାଇଥିବା ୫୦ଲକ୍ଷ ଟଙ୍କାର ମହାବିଦ୍ୟାଳୟର ଉନ୍ନତିକରଣର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories