www.samajalive.in
Tuesday, December 9, 2025
16.1 C
Bhubaneswar

ଭରତ ପ୍ରଧାନ: ରାଜମିସ୍ତ୍ରିର ପୁଅ ଖୋଖୋ ତାରକା

କଟକ : ପୁରୀ ଜିଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଭରତ କୁମାର ପ୍ରଧାନ ଅଲ୍‌ଟିମେଟ୍‌ ଖୋଖୋ -୨ରେ ଗୁଜରାଟ ଜ୍ୟାଣ୍ଟ୍‌ସ ପକ୍ଷରୁ ଖେଳୁଛନ୍ତି। ପ୍ରଥମ ସଂସ୍କରଣରେ ରାଜସ୍ଥାନ ୱାରିୟର୍ସ ପକ୍ଷରୁ ଖେଳିଥିବା ଭରତ ଦ୍ବିତୀୟ ସଂସ୍କରଣରେ ୧ ଲକ୍ଷ ୫୦ ହଜାର ଟଙ୍କାରେ ଗୁଜରାଟ ଜ୍ୟାଣ୍ଟ୍‌ସରେ ସାମିଲ ହୋଇଛନ୍ତି। ଭରତ ୨୦୧୪ରୁ ଓଡ଼ିଶା ସିନିୟର ପୁରୁଷ ଦଳ ପକ୍ଷରୁ ଜାତୀୟ ପ୍ରତିଯୋଗିତାରେ ଅଲରାଉଣ୍ଡର ଭାବେ ଖେଳି ଆସୁଛନ୍ତି।

୨୦୧୮ରେ ନେପାଳ ବିପକ୍ଷ ଖୋଖୋ ଟେଷ୍ଟ ସିରିଜ ଲାଗି ଭାରତୀୟ ଦଳରେ ସ୍ଥାନ ପାଇଥିଲେ। ଭରତ କୁହନ୍ତି, ପିତା ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରନ୍ତି। ଆର୍ଥିକ ଅବସ୍ଥା ଭଲ ନଥିଲେ ମଧ୍ୟ ଖେଳଠାରୁ ଦୂରେଇ ଯାଇନଥିଲି। ଖୋଖୋକୁ କ୍ୟାରିୟର କରିବା ପ​‌ରେ ଚିନ୍ତିତ ଥିଲି। ଏବେ ଅଲ୍‌ଟିମେଟ୍‌ ଖୋଖୋ ଆସିବା ପରେ ଉକ୍ତ ଚିନ୍ତା ଦୂର ହୋଇଛି। ୨୦୨୨ରେ ଅଲ୍‌ଟିମେଟ୍‌ ଖୋଖୋରେ ରାଜସ୍ଥାନ ୱାରିୟର୍ସ ପକ୍ଷରୁ ଖେଳିଥିଲି। ଚଳିତ ଥର ଗୁଜରାଟ ଜ୍ୟାଣ୍ଟ୍‌ସ ପକ୍ଷରୁ ଖେଳୁଛି ବୋଲି ଭରତ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories