www.samajalive.in
Wednesday, December 10, 2025
23.1 C
Bhubaneswar

ଫୁଲବାଣୀରେ ବିଜେପିର ମିଶ୍ରଣ ପର୍ବ, ଟିକେଶ୍ବର କହଁରଙ୍କ ନେତୃତ୍ବରେ ଯୋଗଦେଲେ ୨୦୦ କର୍ମୀ

ଫୁଲବାଣୀ : ଶନିବାର କେନ୍ଦ୍ର ଜଳସମ୍ପଦ  ମନ୍ତ୍ରୀ ବିଶେସ୍ଵର ଟୁଡୁଙ୍କ ଉପସ୍ଥିତିରେ ଫୁଲବାଣୀ ସଭାଗୃହ ଠାରେ ଅୟୋଜିତ ମିଶ୍ରଣ ପର୍ବରେ ଦୁଇଶହ ରୁ ଉର୍ଦ୍ଧ କର୍ମୀ ବିଜେପିରେ ସାମିଲ ହୋଇଛନ୍ତି । ବିଜେପିର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ସମସ୍ତେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ଏ ସବୁ କର୍ମୀ ଫିରିଙ୍ଗିଆ ବ୍ଲକ ଅଞ୍ଚଳର ବୋଲି ଜଣାପଡିଛି। ଫିରିଙ୍ଗିଆ ବ୍ଲକର ଜଣାଶୁଣା ନେତା ଟିକେଶ୍ବର କହଁରଙ୍କ ନେତୃତ୍ୱରେ କର୍ମୀମାନେ ବିଜେପିରେ ସାମିଲ ହୋଇଥିଲେ। ଏହି ଅବସରରେ ଅୟୋଜିତ ସଭାରେ କେନ୍ଦ୍ରମନ୍ତ୍ରୀ ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମସ୍ତ୍ କର୍ମୀ ଓ ନେତା ଏକ ମନ ଓ ଏକ ପ୍ରାଣ ହୋଇ ନିଷ୍ଠା ଓ ଆନ୍ତରିକତାର ସହ ତୃଣ ମୂଳ ସ୍ତରରୁ ବିଜେପିର ସଂଗଠନକୁ ସୁଦୃଢ କରିବା ପାଇଁ ପରାମର୍ଶ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ସୁକାନ୍ତ ପାଣିଗ୍ରାହୀ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ, ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତି, କାର୍ଯ୍ୟକାରୀ ସଦସ୍ୟ ଲିଙ୍ଗରାଜ କହଁର, ବିଜେପି ନେତା ତପନ ପାଢି, ସଂସାଦ କ୍ଷେତ୍ର୍ ସଂଯୋଜକ ତଥା ବିଜେପି ନେତା ରମେଶ ମହାନ୍ତି, ମାନ ଗୋବିନ୍ଦ ପ୍ରଧାନ, ଦେବେନ୍ଦ୍ର କୁଦେଇ ପ୍ରମୁଖ ଯୋଗଦେଇ ଆଗାମୀ ନିର୍ବାଚନରେ ବିଜେପି ଯେପରି ଭଲ ପ୍ରଦର୍ଶନ କରିବ ସେଥିପାଇଁ ଏବେଠାରୁ ଆନ୍ତରିକତା ର ସହ କାର୍ଯ୍ୟ କରିବାକୁ କହିଥିଲେ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories