www.samajalive.in
Friday, December 12, 2025
26.1 C
Bhubaneswar

ବିପୁଳ ପରିମାଣର ଭାଙ୍ଗ ଓ ଗଞ୍ଜେଇ ଜବତ, ଜଣେ ଗିରଫ

ପିପିଲି : ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ଗୁଡିଆ ପୋଖରୀ ବଜାରରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ଉପରେ ପୁରୀ ସ୍ପେଶାଲ ସ୍କ୍ୱାର୍ଡ ଓ ପିପିଲି ପୁଲିସ ମିଳିତ ଭାବେ ଗୁରୁବାର ଅପରାହ୍ନରେ ଚଢାଉ କରି ସେଠାରୁ ୨୫ କ୍ୱିଣ୍ଟାଲ ଭାଙ୍ଗ ଓ ୫୫ କେଜି ଗଞ୍ଜେଇ ଜବତ କରିଥିବା ସୂଚନା ମିଳିଛି। ବେଆଇନ ଭାବେ ଗଞ୍ଜେଇ ବିକ୍ରିି କରିବା ଓ ଲାଇସେନ୍ସ ପରିମାଣ ଅର୍ଥାତ ଧାର୍ଯ୍ୟ ପରିମାଣରୁ ଅଧିକ ପରିମାଣରେ ଭାଙ୍ଗ ରଖିବା ଅଭିଯୋଗରେ ପୁଲିସ ଦୋକାନର ମାଲିକ ପ୍ରଦୀପ୍ତ କୁମାର ଉପାଧ୍ୟାୟକୁ ଗିରଫ କରିଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ପୁରୀ ଜିଲାରେ ବେଆଇନ ନିଶା କାରବାରକୁ ରୋକିବା ଓ ଅପରାଧ ନିୟନ୍ତ୍ରଣ ପାଇଁ ଏସ୍‍ପି ଡ଼ଃ ଉମାଶଙ୍କର ଦାଶ ଏକ ସ୍ପେଶାଲ ସ୍କ୍ୱାର୍ଡ ଗଠନ କରିଛନ୍ତି। ଗୁଡିଆପୋଖରୀ ବଜାର ଅଞ୍ଚଳରେ ବ୍ୟାପକ ଚୋରା ନିଶା କାରବାର ଚାଲୁଥିବା ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଏସ୍‍ପି ଡ଼ଃ ଦାଶଙ୍କ ନିର୍ଦ୍ଦେଶରେ ଆଜି ସ୍ପେଶାଲ ସ୍କ୍ୱାର୍ଡ ଓ ପିପିଲି ଆଇଆଇସି ଶରତ କୁମାର ସାହୁ ମିଳିତ ଭାବେ ଗୁଡିଆପୋଖରୀ ବଜାରରେ ଥିବା ଏକ ଭାଙ୍ଗ ଦୋକାନ ଉପରେ ଚଢାଉ କରିଥିଲେ। ଉକ୍ତ ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନରେ ଧାର୍ଯ୍ୟ ପରିମାଣ ଠାରୁ ବହୁ ଅଧିକ ପରିମାଣରେ ଭାଙ୍ଗ ବସ୍ତା ଓ ଗଞ୍ଜେଇ ଥିବା ଦେଖି ପୁଲିସ ଚକିତ ହୋଇପଡିଥିଲା। ସେଠାରୁ ୨୫କ୍ୱିଣ୍ଟାଲ ଭାଙ୍ଗ ବସ୍ତା ସମେତ ୫୫ କେଜି ଗଞ୍ଜେଇ ଜବତ କରାଯାଇଥିବା ବେଳେ ଦୋକାନର ମାଲିକ ପ୍ରଦୀପ୍ତ କୁମାର ଉପାଧ୍ୟାୟକୁ ପୁଲିସ ଗିରଫ କରିଥିଲା। ଗିରଫ ପ୍ରଦୀପ୍ତଙ୍କ ଘର ନିକଟବର୍ତ୍ତୀ ସଙ୍ଗୁଳାଇଶାସନ ଗ୍ରାମରେ ହୋଇଥିବା ସୂଚନା ମିଳିଛି। ଏନେଇ ପିପିଲି ପୁଲିସରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି। ବେଆଇନ ଭାବେ ଗଞ୍ଜେଇ କେଉଁ ଠାରୁ ଆସୁଥିଲା ଓ କେଉଁ କେଉଁ ଅଞ୍ଚଳକୁ ଚାଲାଣ ହେଉଛି ସେନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories