www.samajalive.in
Friday, December 12, 2025
26.1 C
Bhubaneswar

ସିଏଏ ପାକିସ୍ତାନର ଦଳିତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ : ଜେ.ପି. ନଡ୍ଡା

ଭୁବନେଶ୍ବର : ବିଜେପି ଜାତୀୟ ସଭାପତି ଜେ.ପି. ନଡ୍ଡା କହିଛନ୍ତି, ଯେଉଁ ଦଳିତ ନେତାମାନେ ନାଗରିକ ସଂଶୋଧନ ଆଇନ୍‍କୁ ବିରୋଧ କରୁଛନ୍ତି ଏହା ପାକିସ୍ତାନର ଦଳିତମାନଙ୍କର ହିତ ପାଇଁ ଉଦ୍ଦିଷ୍ଟ ବୋଲି ସେମାନେ ଜାଣିପାରୁ ନାହାନ୍ତି। ଏହି ନୂଆ ଆଇନ୍‍ ଦ୍ୱାରା ସେହିଭଳି ଦଳିତ ସମ୍ପ୍ରଦାୟର ଶତକଡ଼ା ୮୦ଭାଗ ଲୋକଙ୍କୁ ଭାରତର ନାଗରିକତା ମିଳିବ ବୋଲି ସେ କହିଛନ୍ତି । ସେହି ଲୋକମାନେ ପଡ଼ୋଶୀ ଦେଶଗୁଡ଼ିକରେ ଧର୍ମ ଭିତ୍ତିରେ ଅତ୍ୟାଚାରର ଶିକାର ହୋଇ ଆସୁଥିଲେ।

ଆଗ୍ରାଠାରେ ଏକ ର‍୍ୟାଲିରେ ଉଦ୍‍ବୋଧନ ଦେଇ ନାଗରିକତା ସଂଶୋଧନ ଆଇନ୍‍କୁ ନେଇ ଭୁଲ ଧାରଣା ସୃଷ୍ଟି ହୋଇଥିବାର ସେ କହିଛନ୍ତି । ବିଜେପି ଜାତୀୟ ସଭାପତି ଭାବେ ନିର୍ବାଚିତ ହେବା ପରେ ଏହା ହେଉଛି ତାଙ୍କର ପ୍ରଥମ ର‍୍ୟାଲି। ଶ୍ରୀ ନଡ୍ଡା କହିଛନ୍ତି, ସେହି ଦଳିତ ନେତାମାନେ ଓ କଂଗ୍ରେସ ପାର୍ଟି ନାଗରିକତା ସଂଶୋଧନ ଆଇନ୍‍ ବିଷୟରେ
କିଛି ଜାଣି ନାହାନ୍ତି ଓ ସେମାନେ କେବଳ ଲୋକମାନଙ୍କୁ ବିଭ୍ରାନ୍ତ କରୁଛନ୍ତି। ର‍୍ୟାଲିରେ ଉଦ୍‍ବୋଧନ ଦେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ନାମରେ ଯେଉଁମାନେ ହିଂସାକାଣ୍ଡରେ ଲିପ୍ତ ହେଉଛନ୍ତି ରାଜ୍ୟ ପ୍ରଶାସନ ପକ୍ଷରୁ ସେମାନଙ୍କ ବିରୁଦ୍ଧରେ ଆଇନ ଅନୁସାରେ ପଦକ୍ଷେପ ନିଆଯିବ ।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories