www.samajalive.in
Friday, December 12, 2025
19.1 C
Bhubaneswar

ଶୁକ୍ରବାର ରାଶିଫଳ (୨୪.୦୧.୨୦୨୦)

ମେଷ: ଅଶ୍ବନୀ ଓ କୃର୍ତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ଦେବ ଦର୍ଶନର ସୁଯୋଗ ମିଳିବ। କର୍ମତତ୍ପରତା ପ୍ରକାଶ ପାଇବ। ମାନ୍ୟତା ପ୍ରାପ୍ତ ହେବେ। ଉନ୍ନତି ମାର୍ଗରେ ଆଗକୁ ବଢ଼ିପାରନ୍ତି। ସଦ୍‌ଭାବନାର ସହ ପଡ଼ୋଶୀଙ୍କ ସହ ଚଳିବେ। ଦ୍ବିଜା ନକ୍ଷତ୍ରର ସାମାନ୍ୟ ଶୁଭ।

ବୃଷ: ଜନ ସଂପର୍କ ବୃଦ୍ଧି ପାଇବ। ଦ୍ବିଜା ଓ ମୃଗଶିରା ନକ୍ଷତ୍ରର କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। କର୍ମତତ୍ପର ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ରୋହିଣୀ ନକ୍ଷତ୍ରର ସାମାନ୍ୟ ଫଳ। 

- Advertisement -

ମିଥୁନ: ଆର୍ଦ୍ରା ନକ୍ଷତ୍ର ଓ ମୃଗଶିରା ନକ୍ଷତ୍ର ଜାତବ୍ୟକ୍ତି ବହୁ ଶୁଭଫଳ ପାଇବେ। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବର ହୋଇପାରନ୍ତି। ସ୍ତ୍ରୀ ଧନ ହେତୁ ସୁଖଭୋଗ କରିବେ। ପୁର୍ନବସୁ ନକ୍ଷତ୍ରର ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ପୀଡ଼ିତ ହେବେ।

କର୍କଟ: ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତିଙ୍କର ବନ୍ଧୁ ମିଳନ ଘଟି ବିଶେଷ ଉପକୃତ ହୋଇପାରନ୍ତି। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କୀର୍ତ୍ତିମାନ୍‌ ହୋଇପାରନ୍ତି। ପ୍ରସନ୍ନ ଚିତ୍ତ ଓ ଶ୍ରେଷ୍ଠ ସମ୍ମାନଯୁକ୍ତ ହୋଇପାରନ୍ତି। ପୁର୍ନବସୁ ନକ୍ଷତ୍ରର ସାମାନ୍ୟ ଫଳ।

ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଅପହରଣ ହୋଇଥିବା ଧନ ବଳ ପ୍ରୟୋଗ କରି ହସ୍ତଗତ କରିପାରନ୍ତି। ଘାତଚନ୍ଦ୍ର ଭୋଗ ହେତୁ ସାମାନ୍ୟ କ୍ଳେଶ ଭୋଗ କରିବେ। ପୂର୍ବା ଫାଲ୍‌ଗୁନୀ ନକ୍ଷତ୍ର ଜାତବ୍ୟକ୍ତ ସାମାନ୍ୟ କ୍ଳେଶ ଅନୁଭବ କରିପାରନ୍ତି। 

କନ୍ୟା: ଉତ୍ତରା ଫାଲ୍‌ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଧୀର-ସ୍ଥିର ଭାବେ କାର୍ଯ୍ୟ ସଂପାଦନ କରିପାରନ୍ତି। ପରଚର୍ଚ୍ଚାରେ ଲିପ୍ତ ହୋଇପାରନ୍ତି। ଉପୁଜି ଥିବା ସମସ୍ୟାର ସୁସମାଧାନ କରିବାରେ ସିଦ୍ଧହସ୍ତ ହେବେ। ବ୍ୟବସାୟ ଓ ଅନ୍ୟାନ୍ୟ ଦିଗରୁ ବହୁ ଧନ ପାଇପାରନ୍ତି।

ତୁଳା: ଚିତ୍ରା ଓ ସ୍ୱାତୀ ନକ୍ଷତ୍ର ଜାତବ୍ୟକ୍ତି ସୁଯୋଗକୁ ହାତଛଡ଼ା କରିବେ ନାହିଁ। ମନୋବଳ ଦୃଢ଼ ରହିବ। ଲୋକପ୍ରିୟତା ଅର୍ଜନ କରିବେ। ଦୂରଯାତ୍ରା ଶୁଭପ୍ରଦ ହେବ। କୃଷିକ୍ଷେତ୍ର ଲାଭଦାୟକ ହେବ। ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭଫଳ ଆସିପାରେ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଉନ୍ନତି ପଥରେ ଆଗକୁ ମାଡ଼ି ଚାଲିବେ। ଆଶାବାଦୀ ହୋଇପାରନ୍ତି। ପାରିବାରିକ ସ୍ତରରେ ସୁଖ-ସମୃଦ୍ଧିର ମୂଳଦୁଆ ପଡ଼ିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଯଶସ୍ୱୀ ହୋଇପାରନ୍ତି। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭଫଳ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି କର୍ତ୍ତବ୍ୟ ଭାଜନ ହେବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଧନାଗମ ହେବ। କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ। ପୂର୍ବାଷାଢ଼ା ନକ୍ଷତ୍ରର ସାମାନ୍ୟ ଫଳ।

ମକର: ଧନିଷ୍ଠା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତବ୍ୟକ୍ତି ଶୁଭକର୍ମରେ ଅଧିକ ବ୍ୟୟ କରିପାରନ୍ତି। ପ୍ରତାରିତ ହେବାର ସମ୍ଭାବନା ଅଛି। ଦୃଢ଼ ସଂକଳ୍ପ ନେଇ କାର୍ଯ୍ୟ କରିପାରନ୍ତି। ସୁପରାମର୍ଶ ପାଇ ଆଗକୁ ବଢ଼ି ଚାଲିବେ। ଉଚ୍ଚସମ୍ମାନ ଲାଭ କରିବେ। ଶ୍ରବଣା ନକ୍ଷତ୍ରର ସାମାନ୍ୟ ଫଳ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତବ୍ୟକ୍ତି ସମ୍ମାନିତ ହେବା ସହିତ ବ୍ୟୟର ସମ୍ମୁଖୀନ ହେବେ। କଷ୍ଟ ସହିଲେ ବି ଆୟ ଆଶାନୁ ରୂପ ହେବ। ଦେବଦର୍ଶନର ସୁଯୋଗ ଅଛି। ମଧୁରଭାଷାରେ ଅଧସ୍ତନଙ୍କ ପ୍ରିୟ ପାତ୍ର ହେବେ। ଧନିଷ୍ଠା ଓ ପୂର୍ବ ଭାଦ୍ରପଦ ନକ୍ଷତ୍ରୟର ସାମାନ୍ୟ ଶୁଭଫଳ।

ମୀନ: ଉତ୍ତର ଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ଯାହା ଭାବିଲେ ସେପରି ଶୁଭଫଳ ପ୍ରାପ୍ତ ହେବ। ଶ୍ରମ ସାର୍ଥକ ହେବ। ଆତ୍ମ ସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସ୍ଥିତି ଅନୁଭବ ରହିବାରେ ରେବତୀ ପୂର୍ବ ଭାଦ୍ରପଦର ସାମାନ୍ୟ ଶୁଭଫଳ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories