www.samajalive.in
Friday, December 12, 2025
27.1 C
Bhubaneswar

ଜୟସିଂହଙ୍କ ଭଳି ମହିଳା ଏଭଳି ହତ୍ୟାକାରୀ ଓ ରାକ୍ଷସଙ୍କୁ ଜନ୍ମ ଦିଅନ୍ତି – କଙ୍ଗନା

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ ଦେଇଥିବା ମନ୍ତବ୍ୟକୁ ଅଭିନେତ୍ରୀ କଙ୍ଗନା ରାଣାବତ ସଠିକ ସମାଲୋଚନା କରିଥିବା ନିର୍ଭୟାଙ୍କ ମା’ ଆଶା ଦେବୀ କହିଛନ୍ତି। ଇନ୍ଦିରା ଜୟସିଂହ କହିଥିଲେ ଯେ ୨୦୧୨ରେ ଗଣଦୁଷ୍କର୍ମ ଶିକାର ହୋଇ ମୃତ୍ୟୁବରଣ କରିଥିବା ନିର୍ଭୟାଙ୍କ ମା’ ଆଶା ଦେବୀ ଅଭିଯୁକ୍ତଙ୍କୁ କ୍ଷମା କରିଦେବା ଉଚିତ। ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଆଶା ଦେବୀ କହିଛନ୍ତି,”ମୁଁ କଙ୍ଗନା ରାଣାବତଙ୍କ ମନ୍ତବ୍ୟ ସହ ଏକମତ। ମୁଁ ତାଙ୍କୁ ଧନ୍ୟବାଦ ଦେବାକୁ ଚାହେଁ। ମୁଁ ଜଣେ ମା। ମୋ ଝିଅ ମରିବାର ୭ ବର୍ଷ ହେଲାଣି ଓ ମୁଁ ନ୍ୟାୟ ଚାହେଁ।”

ଜୟସିଂହ ମାନବାଧିକାର ଆଳରେ ବ୍ୟବସାୟ ଚଳେଇଥିବା ଏବଂ ଅପରାଧୀଙ୍କୁ ସମର୍ଥନ କରୁଥିବା କହିଛନ୍ତି। ସେ କହିଛନ୍ତି ଯେ ଜୟସିଂହଙ୍କ ମନ୍ତବ୍ୟ ମହିଳା ଏବଂ ଝିଅମାନଙ୍କ ପ୍ରତି ଘଟୁଥିବା ଅତ୍ୟାଚାର ପ୍ରତି ଉପହାସ। ତେବେ କଙ୍ଗନା ରାଣାବତ କହିଛନ୍ତି, ଇନ୍ଦିରା ଜୟସିଂହକୁ ନିର୍ଭୟା ଦୁଷ୍କର୍ମକାରୀଙ୍କ ସହ ୪ ଦିନ ଜେଲରେ ରଖାଯିବା ଆବଶ୍ୟକ। ଅଭିଯୁକ୍ତଙ୍କୁ ସର୍ବସାଧାରଣରେ ଫାଶୀ ଦେଲେ ଉଦାହରଣ ସୃଷ୍ଟି ହେଵ ବୋଲି ସେ କହିଛନ୍ତି। ଜୟସିଂହଙ୍କ ଭଳି ମହିଳା ଏଭଳି ହତ୍ୟାକାରୀ ଓ ରାକ୍ଷସଙ୍କୁ ଜନ୍ମ ଦିଅନ୍ତି ବୋଲି କଙ୍ଗନା କହିଛନ୍ତି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories