ଜନସ୍ୱାର୍ଥର ରକ୍ଷକ ଥିଲେ ସୁଦର୍ଶନ

ଆପଣଙ୍କ ଖବର ପରିବାର ପକ୍ଷରୁ ରାଜ୍ୟସ୍ତରୀୟ ସ୍ମୃତି ସଭା

ପିପିଲି : ସମାଜ ସୁଧାରକ, ସଂଗଠକ, ବରିଷ୍ଠ ରାଜନେତା ତଥା ସମାଜବାଦୀ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଜଣେ ଜନସ୍ୱାର୍ଥର ରକ୍ଷକ ଥିଲେ ବୋଲି ବିଶିଷ୍ଠ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଆପଣଙ୍କ ଖବର ପରିବାର ପକ୍ଷରୁ ସ୍ଥାନୀୟ ଖଣ୍ଡିଆଗିରି ସ୍ଥିତ ମାଣିକ ଗାର୍ଡେନ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସ୍ମୃତି ସଭାରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ।
ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଆପଣଙ୍କ ଖବର ପରିବାରର ସଭାପତି ଦୀନବନ୍ଧୁ ବେହୁରା ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ। ଓଡିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ସଭାପତି ସଂଗ୍ରାମ କେଶରୀ ପାଇକରାୟ, ବିଶ୍ୱମୁକ୍ତି ପବ୍ଲିକେଶନର ସଂପାଦକ ପ୍ରଫେସର ଶଶାଙ୍କ ଚୁଡ଼ାମଣି, ପିପିଲି ସାଂସ୍କୃତିିକ ପରିଷଦର ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ମହାପାତ୍ର, ସମାଜସେବୀ ଅନୁପ ପରିଡ଼ା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ଗଙ୍ଗାଧର ସେଠୀ, ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ ପରିଡ଼ା, କଂଗ୍ରେସ ନେତ୍ରୀ ନିରୁପମା ପାତ୍ର, ଆପଣଙ୍କ ଖବର ପରିବାର ଉପସଭାପତି ବିରଜା ପ୍ରସାଦ ପଟ୍ଟନାୟକ, ବିଜେଡି ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ, ପିପିଲି ବ୍ଲକ ଆତ୍ମା କମିଟି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ଧଳ, ସମାଜସେବୀ ଆର୍ତ୍ତବନ୍ଧୁ ସାମନ୍ତରାୟ, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ରାମଚନ୍ଦ୍ର ମହାପାତ୍ର, ବିଜେପି ନେତା ପ୍ରଦୀପ ସାହୁ, ପିପିଲି ଡେଲାଙ୍ଗ ଜନକଲ୍ୟାଣ ମଞ୍ଚର ଆବାହକ ଯୁବନେତା ରାଧାମୋହନ, ଉପଦେଷ୍ଠା ଜନ୍ମେଜୟ ଜେନା, ବିଜେଡ଼ି ଯୁବ ନେତା ମନୋଜ କୁମାର ଦାଶ, ଯୁବ ସମାଜସେବୀ ଜିତେନ୍ଦ୍ର ପ୍ରଧାନ, ଅଜୟ କୁମାର ପଣ୍ଡା, ସିପିଆଇ(ଏମ୍‌‌ଏଲ୍‌‌) ନେତା ସର୍ବେଶ୍ୱର ଭାରତୀ, ଅବସରପ୍ରାପ୍ତ ଶିକ୍ଷକ ଚରଣ ନାୟକ, ଯୁବ ସମାଜସେବୀ ସନ୍ତୋଷ ସେନାପତି, ରଶ୍ମି ରଞ୍ଜନ ପ୍ରଧାନ, ନାରୀନେତ୍ରୀ ସୁଦେଷ୍ଣା ମିଶ୍ର, ଶିକ୍ଷାବିତ୍‌‌ ସନ୍ତୋଷ କୁମାର ମିଶ୍ର, ଅଭୟ ଚରଣ ସାହୁ, ନିରଞ୍ଜନ ସାମନ୍ତରାୟ, ପବିତ୍ର ପରିଡ଼ା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିବା ସହ ସେ ଜଣେ ସାଲିସ ବିହୀନ ମଣିଷ ଥିଲେ ବୋଲି ପ୍ରକାଶ କରିଥିଲେ। ଶେଷରେ ପିପିଲି ମହୋତ୍ସବ କମିଟିର ସଭାପତି ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଆପଣଙ୍କ ଖବର ପରିବାରର ସହସମ୍ପାଦକ ଦିବାକର ଷଡଙ୍ଗୀ ଓ ପ୍ରଦୀପ ବଢେଇ ପରିଚାଳନା କରିଥିଲେ।

Comments are closed.