www.samajalive.in
Friday, December 5, 2025
20.1 C
Bhubaneswar

ପୂର୍ବତନ ବିଧାୟକଙ୍କ ତାଗିଦ୍‌ ପରେ ପିପିଲି ବଜାର ମଧ୍ୟ ଦେଇ ଚାଲିଲା ଯାତ୍ରୀବାହୀ ବସ୍‌‌

ପିପିଲି: ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟଙ୍କ ତାଗିଦ୍‌ ପ​‌ରେ ପିପିଲି ବଜାର ମଧ୍ୟ ଦେଇ ଚାଲିଲା ଯାତ୍ରୀବାହୀ ବସ୍‌‌। ସାଧାରଣ ଲୋକଙ୍କର ସମସ୍ୟାର ସମାଧାନ ପାଇଁ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠୀର ସାମନ୍ତରାୟ ଶୁକ୍ରବାର ରାସ୍ତାକୁ ଓହ୍ଲାଇଥିଲେ। ଟୋଲପ୍ଲାଜା ନିକଟ ପିପିଲିର ପ୍ରବେଶପଥଠାରେ ଦୀର୍ଘ ୬ଘଣ୍ଟା କାଳ ଠିଆ ହୋଇ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀବାହୀ ବସ୍‌‌କୁ ପିପିଲି ବଜାର ମଧ୍ୟ ଦେଇ ଯିବାକୁ ସେ ତାଗିଦ କରିଥିଲେ। ଫଳରେ ଶୁକ୍ରବାର ଦିନତମାମ ସମସ୍ତ ଯାତ୍ରୀବାହୀ ବସ୍‌ ପିପିଲି ବଜାର ମଧ୍ୟ ଦେଇ ଚଳାଚଳ କରିଥିବା ପରିଲକ୍ଷିତ ହୋଇଛି। ଯୁଧିଷ୍ଠୀରଙ୍କ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ପିପିଲିଠାରେ ବାଇପାସ୍‌‌ ରାସ୍ତା ନିର୍ମାଣ ହେବା ପରଠାରୁ ଅଧିକାଂଶ ଯାତ୍ରୀବାହୀ ବସ୍‌‌ ନିୟମ ଖିଲାପ କରି ପିପିଲି ବଜାର ମଧ୍ୟଦେଇ ଯାଉନଥିବାରୁ ଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗ କରୁଥିଲେ। ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ପିପିଲି ବଜାର ଦେଇ ସମସ୍ତ ଯାତ୍ରୀବାହୀ ବସ୍‌‌ ଚଳାଚଳ କରିବାକୁ ଦୀର୍ଘ ୭ବର୍ଷ ଧରି ଦାବୀ ହୋଇଆସୁଥିଲା।

ଶ୍ରୀ ସାମନ୍ତରାୟ ଶୁକ୍ରବାର ସକାଳ ୭ଟାରେ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ପ୍ରବେଶ ପଥଠାରେ ପହଞ୍ଚିବା ପରେ ସେଠାରେ ତାଙ୍କ କର୍ମୀ ଓ ସମର୍ଥକଙ୍କ ବେଶ୍‌‌ ଭିଡ଼ ଲାଗିଥିଲା। ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ନେତା ରମେଶ ପଣ୍ଡା, ଅଲ୍ଲୀ ବାବୁଲା, ବରିଷ୍ଠ ନେତା ଅବଦୁଲ ଆହ୍ଲାବକ୍ସ ଖାଁ ଓ ବରିଷ୍ଠ ନାଗରିକ ସନାତନ ସେଠୀଙ୍କ ସମେତ ନିଜର କର୍ମୀ ଓ ସମର୍ଥକଙ୍କ ସହ ଶ୍ରୀ ସାମନ୍ତରାୟ ଜାତୀୟ ରାଜପଥର ପିପିଲି ବାଇପାସ ରାସ୍ତାରେ ଯାଉଥିବା ସମସ୍ତ ଯାତ୍ରୀବାହୀ ବସ୍‌‌କୁ ଅଟକାଇ ପିପିଲି ବଜାର ମଧ୍ୟ ଦେଇ ଯିବାକୁ ଗାଡିର କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ତାଗିଦ କରିଥିଲେ। ଫଳରେ ଭୁବନେଶ୍ୱର ଦିଗରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବସ୍‌‌ ଓ ସିଟି ବସ୍‌‌ଗୁଡିକ ପିପିଲି ବଜାର ମଧ୍ୟ ଦେଇ ଚଳାଚଳ କରିଥିଲା। ଗୋଟିଏ ଘରୋଇ ଯାତ୍ରୀବାହୀ ବସ୍‌‌ ସେଠାରେ ଜଣେ କଲେଜ ଛାତ୍ରୀ ଓ ବୟସ୍କ ବ୍ୟକ୍ତିଙ୍କୁ ଗାଡିରୁ ଓହ୍ଲାଇ ଦେଇ ବାଇପାସ ରାସ୍ତାରେ ଯିବାକୁ ଉଦ୍ୟମ କରୁଥିବା ବେଳେ ଶ୍ରୀସାମନ୍ତରାୟ ଉକ୍ତ ଗାଡିର କଣ୍ଡକ୍ଟର ଉପରେ ବିରକ୍ତ ହୋଇଥିଲେ। ଉକ୍ତ ଛାତ୍ରୀ ଓ ବୟସ୍କ ବ୍ୟକ୍ତିଙ୍କୁ ପୁନର୍ବାର ବସ୍‌‌ରେ ବସାଇ ଗାଡିଟି ପିପିଲି ବଜାର ମଧ୍ୟ ଦେଇ ଯାଇଥିଲା। ପୁରୀ ଦିଗରୁ ଭୁବନେଶ୍ୱର ଅଭିମୁଖେ ବାଇପାସ ରାସ୍ତାରେ ଆସୁଥିବା ଯାତ୍ରୀବାହୀ ବସ୍‌‌ ଗୁଡିକୁ ଅଟକାଇ ଶ୍ରୀସାମନ୍ତରାୟ ତାଗିଦ କରିଥିଲେ। ଆଗକୁ ସେମାନେ ପିପିଲି ବଜାର ଦେଇ ଯିବେ ବୋଲି ପ୍ରତିଶୃତି ଦେଇଥିଲେ।

- Advertisement -

ଏନେଇ ଶ୍ରୀସାମନ୍ତରାୟଙ୍କୁ ପଚାରିବାରେ ସେ କହିଥିଲେ ଯେ, କିଛି ବର୍ଷ ହେଲା ବିଭିନ୍ନ ସରକାରୀ ଓ ବେସରକାରୀ ବସ୍‌‌ ଗୁଡିକ ପିପିଲି ବାଇପାସ ରାସ୍ତାରେ ଚଳାଚଳ କରୁଛି। ଫଳରେ ବସ୍‌‌ରେ ଯାତ୍ରା କରୁଥିବା ଛାତ୍ରଛାତ୍ରୀ, ବୟସ୍କବ୍ୟକ୍ତି, ରୋଗୀ ଓ ମହିଳାମାନେ ନାନା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ବସ୍‌‌ ଗୁଡିକ ସେମାନଙ୍କୁ ବାଇପାସ ରାସ୍ତାରେ ଓହ୍ଲାଇ ଦେବା ଫଳରେ ସେମାନଙ୍କୁ ୨ରୁ ୩ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡୁଛି। ବସ୍‌‌ ମାଲିକ ଓ କର୍ମଚାରୀମାନେ ଭାବୁଛନ୍ତି ସତେକି ପିପିଲିରେ କେହି ନେତା ନାହାନ୍ତି। ମୋ ଶରୀର ଅସୁସ୍ଥ ସତ୍ତ୍ବେ ମୁଁ ଲୋକଙ୍କ ଦୁଃଖ ଓ ସମସ୍ୟାକୁ ଦେଖି ବାଧ୍ୟ ହେଲି ରାସ୍ତାକୁ ଓହ୍ଲାଇବା ପାଇଁ। ଆଜି ସମସ୍ତ ବସ୍‌‌ ପିପିଲି ବଜାର ଦେଇ ଚଳାଚଳ କରିଛି ଓ ସବୁଦିନ ଚଳାଚଳ କରିବ ବୋଲି ଗାଡିର ଡ୍ରାଇଭର ଓ କଣ୍ଡକ୍ଟର ପ୍ରତିଶୃତି ଦେଇଛନ୍ତି। ଏଥିରେ ଖିଲାପ ହେଲେ ମୁଁ ଆଗକୁ ପୁଣି ପଦକ୍ଷେପ ନେବି। ମୋର ଏହି ଅଭିଯାନ ଜାରି ରହିବ ବୋଲି ଶ୍ରୀସାମନ୍ତରାୟ ଗଣମାଧ୍ୟମକୁ କହିଥିଲେ। ଶ୍ରୀସାମନ୍ତରାୟଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି।
ଏଠାରେ ସୂଚନା ଥାଉକି, ଯାତ୍ରୀମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ନଦେଇ ଅଧିକାଂଶ ଯାତ୍ରୀବାହୀ ବସ୍‌‌ ଓ ସିଟି ବସ୍‌‌ ଗୁଡିକ ବାଇପାସ୍‌‌ ରାସ୍ତା ଦେଇ ଚଳାଚଳ କରିବା ଫଳରେ କଟକ, ଭୁବନେଶ୍ୱର, ପୁରୀ, ନିମାପଡ଼ା, କୋଣାର୍କ, କାକଟପୁର ଓ ଅସ୍ତରଙ୍ଗ ଆଦି ଅଞ୍ଚଳକୁ ଯିବା ଲାଗି ପିପିଲି ଅଞ୍ଚଳର ସ୍କୁଲ, କଲେଜର ଛାତ୍ରଛାତ୍ରୀଙ୍କ ସମେତ ସରକାରୀ କର୍ମଚାରୀ, ଶ୍ରମିକ, ରୋଗୀ, ଶିଶୁ, ବୟସ୍କ ବ୍ୟକ୍ତି ଓ ମହିଳାମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories