www.samajalive.in
Friday, December 5, 2025
20.1 C
Bhubaneswar

ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ପରିବର୍ତ୍ତନ ଆଣିପାରିଛି ସ୍ମାର୍ଟ ବୋର୍ଡର ଉପଯୋଗ

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ଉପଦେଷ୍ଟା ଅନୁଭବ ପଟ୍ଟନାୟକ ଆଜି ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲାର ବିଭିନ୍ନ ଅନୁଷ୍ଠାନ ଏବଂ କାର୍ୟ୍ୟାଳୟ ବୁଲି ଇଣ୍ଟରନେଟ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ନେଇ ତଦାରଖ କରିଛନ୍ତି।
ପ୍ରଥମେ ଶ୍ରୀ ପଟ୍ଟନାୟକ ବାଲେଶ୍ୱର ଜିଲା ରେମୁଣା ବ୍ଲକ ଅନ୍ତର୍ଗତ ବରୁଣସିଂ ପଞ୍ଚାୟତ କାର୍ୟ୍ୟାଳୟ ଠାରେ ପହଞ୍ଚି ସେଠାକାର ଇଣ୍ଟରନେଟ ସେବା ଏବଂ କମ୍ପ୍ୟୁଟରର ଉପଯୋଗ କିଭଳି ହେଉଛି ତାହା ଦେଖିଵା ସହ ରାଜ୍ୟ ସରକାରଙ୍କ ଦ୍ୱାରା ଉପଲବ୍ଧ ସୁବିଧା ଗୁଡିକର ସଦୁପଯୋଗ ପାଇଁ ସରପଞ୍ଚ, ସମିତିସଭ୍ୟା ଏବଂ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ସେ ମୋ ସେବା କେନ୍ଦ୍ର ଯାଇ ଲୋକଙ୍କୁ ମିଳୁଥିବା ସେବା ଏବଂ ଇଣ୍ଟରନେଟ ଯୋଗାଯୋଗ ବ୍ୟବସ୍ଥା ବିଷୟରେ ଆଲୋଚନା କରିଥିଲେ।

ଏହାପରେ ନୀଳଗିରି ରୋଡ ୫-ଟି ସ୍କୁଲ ପରିଦର୍ଶନରେ ଯାଇ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ଆଦିକୁ ବୁଲି ଦେଖିବା ସହ ସ୍ମାର୍ଟ ବୋର୍ଡର ଉପଯୋଗ ଛାତ୍ରଛାତ୍ରୀଙ୍କ ଶିକ୍ଷା ଗ୍ରହଣରେ ପରିବର୍ତ୍ତନ ଆଣିପାରିଛି ବୋଲି କହିଥିଲେ। ଏହା ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ୟତ ଗଢିବାରେ ସହାୟକ ହୋଇପାରିଛି ବୋଲି କହିଥିଲେ।

- Advertisement -

ଏହାପରେ ନୂଆଗାଁ, ରଣସାହି ପଞ୍ଚାୟତ ସହ ରେମୁଣା ଓ ସଦର ବ୍ଲକ ଯାଇ ସମସ୍ତ ଇ ସେବାର ବହୁଳ ଉପଯୋଗ ତଥା ଜନସାଧାରଣଙ୍କୁ ସମସ୍ତ ସୁବିଧା ଯୋଗାଇବା ନେଇ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଏହି ଗସ୍ତ ଅବସରରେ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡା, ବାଲେଶ୍ୱର ବ୍ଲକ ଅଧକ୍ଷ, ଜିଲା ଡିଇଜିଏମ, ଜିଲା ଶିକ୍ଷା ଅଧିକାରୀ, ବ୍ଲକ ପ୍ରଶାସନ ଅଧିକାରୀ, ସ୍ଥାନୀୟ ସରପଞ୍ଚ ଉପସ୍ଥିତ ଥିଲେ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories