www.samajalive.in
Sunday, December 7, 2025
18.1 C
Bhubaneswar

ଭୁଷୁଡୁଛି କଂଗ୍ରେସ ଦୁର୍ଗ : ବିଜେପିରେ ମିଶିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରନ ରେଡ୍ଡୀ 

ନୂଆଦିଲ୍ଲୀ : ଦେଶରେ ଧିରେ ଧିରେ କଂଗ୍ରେସର ଦୁର୍ଗ ଭୁଷୁଡିବାରେ ଲାଗିଛି । ଦଳର ବରିଷ୍ଠ ନେତା ଓ ସେମାନଙ୍କ ପୁଅଝିଅ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଉଛନ୍ତି । ଯାହା ଅନ୍ୟ ଅର୍ଥରେ କଂଗ୍ରେସକୁ ଦୁର୍ବଳ କରୁଥିବା ବେଳେ ବିଜେପିକୁ ଶକ୍ତିଶାଳୀ କରୁଛି।

ବରିଷ୍ଠ  କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି ଗୁରୁବାର ବିଜେପିରେ ଯୋଗ ଦେବା ପରେ ଶୁକ୍ରବାର ବରିଷ୍ଠ  କଂଗ୍ରେସ ନେତା ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ  କିରନ କୁମାର ରେଡ୍ଡୀ  ବିଜେପିରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀରେ ପାର୍ଟି ମୁଖ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଶ୍ରୀ ରେଡ୍ଡୀ ବିଜେପିରେ ସାମିଲ ହୋଇଛନ୍ତି।

- Advertisement -

ଶ୍ରୀ ରେଡ୍ଡୀଙ୍କୁ ଦଳକୁ ସ୍ୱାଗତ କରି ପ୍ରହ୍ଲାଦ ଯୋଶୀ କହିଛନ୍ତି ଯେ ଶ୍ରୀ ରେଡ୍ଡୀଙ୍କ ଯୋଗଦାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶରେ ଦୁର୍ନୀତି ବିରୋଧରେ ଲଢେଇକୁ ଦୃଢ କରିବ। ଶ୍ରୀ ରେଡ୍ଡୀଙ୍କ ନେତୃତ୍ୱରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ କିଛି ଦୁର୍ନୀତି ବିରୋଧୀ କାର୍ଯ୍ୟକଳାପ ଚାଲିଥିବା ସେ କହିଛନ୍ତି।

ଦଳରେ ଯୋଗଦେବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରେଡ୍ଡୀ, ବିଜେପି ସଭାପତି ଜେପି ନାଡ୍ଡାଙ୍କୁ ଧନ୍ୟବାଦ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି।  କଂଗ୍ରେସ ଦଳ ସହିତ ତାଙ୍କ ପରିବାରର ପ୍ରାୟ ୬୦ ବର୍ଷର ସମ୍ପର୍କ ଥିଲା ଏବଂ ସେ ସେ କଂଗ୍ରେସ ଛାଡିବେ ବୋଲି କଦାପି କଳ୍ପନା କରି ନଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁର୍ନୀତି ନିବାରଣ ଅଭିଯାନରେ ସେ ବହୁତ ଉତ୍ସାହିତ ଅଛନ୍ତି ବୋଲି ଶ୍ରୀ ରେଡ୍ଡୀ କହିଛନ୍ତି। ଦେଶର ବିକାଶ ପାଇଁ ବିଜେପି ସରକାରଙ୍କର ଏକ ସ୍ପଷ୍ଟ ଆଭିମୁଖ୍ୟ ରହିଛି ବୋଲି ଶ୍ରୀ ରେଡ୍ଡୀ ମତ ବ୍ୟକ୍ତ କରିଛନ୍ତି।

ଆନ୍ଧ୍ରପ୍ରଦେଶର ବିଭାଜନ କରାଯାଇ ତେଲେଙ୍ଗାନା ରାଜ୍ୟ ଗଠନ ସମୟରେ ତତ୍କାଳୀନ ୟୁପିଏ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଏନ କିରନ କୁମାର ରେଡ୍ଡୀ ୨୦୧୪ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ । ସେ ନିଜର ଏକ ଆଞ୍ଚଳିକ ଦଳ ଗଠନ କରିଥିଲେ ଏବଂ ୨୦୧୪ ନିର୍ବାଚନରେ କେତେକ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ମଧ୍ୟ ଦେଇଥିଲେ। ୨୦୧୮ ଜୁଲାଇରେ ସେ ପୁନର୍ବାର କଂଗ୍ରେସକୁ ଫେରିଥିଲେ। କଂଗ୍ରେସରେ ଯୋଗ ଦେବା ସତ୍ତ୍ବେ ମଧ୍ୟ ସେ ରାଜନୀତିରେ ନିଷ୍କ୍ରିୟ ରହିଥିଲେ।

ଗତ ମାସରେ କିରନ ରେଡ୍ଡୀ କଂଗ୍ରେସ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଶ୍ରୀ ରେଡ୍ଡୀ ଅବିଭକ୍ତ ଆନ୍ଧ୍ରପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଥିଲେ । ୨୦୧୦ ନଭେମ୍ବର ୨୫ରୁ ୨୦୧୪ ମାର୍ଚ୍ଚ ୧ ପର୍ଯ୍ୟନ୍ତ ସେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଥିଲେ। ୨୦୧୪ ଜୁନ୍ ୨ରେ ଆନ୍ଧ୍ରପ୍ରଦେଶର ବିଭାଜନ କରାଯାଇ ତେଲଙ୍ଗାନା ରାଜ୍ୟ ଗଠନ ହୋଇଥିଲା ।  କିରନ ରେଡ୍ଡୀଙ୍କ ପିତା ଅମରନାଥ ରେଡ୍ଡୀ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓଙ୍କ ସରକାରରେ ମନ୍ତ୍ରୀ ଥିଲେ। କିରନ ରେଡ୍ଡୀ ବାଲ୍ମିକୀପୁରମ ଆସନରୁ ବିଧାନସଭାକୁ ୧୯୮୯, ୧୯୯୯ ଓ ୨୦୦୪ରେ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ପିଲେରୁ ଆସନରୁ ବିଜୟୀ ହୋଇଥିଲେ। ଶ୍ରୀ ରେଡ୍ଡୀ ଆନ୍ଧ୍ରପ୍ରଦେଶର ୧୩ ତମ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories