www.samajalive.in
Tuesday, December 9, 2025
19.1 C
Bhubaneswar

ଲକ୍ଷ୍ମୀନୃସିଂହଙ୍କ ମନ୍ଦିରରୁ ୧୫ଟି ଅଷ୍ଟ ଧାତୁ ମୂର୍ତ୍ତୀ ଚୋରି

ପିପିଲି: ପୁରୀ ଜିଲା ପିପିଲି ଥାନା ଅନ୍ତର୍ଗତ ନୂଆଶାସନ ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଲକ୍ଷ୍ମୀନୃସିଂହଙ୍କ ମନ୍ଦିର ରୁ ୧୫ଟି ଅଷ୍ଟଧାତୁ ମୂର୍ତ୍ତୀ ଚୋରି ହୋଇଛି। ମନ୍ଦିର ବାହାରେ ୨ଜଣ ପୁଲିସ କର୍ମଚାରୀ ମନ୍ଦିରକୁ ଜଗି ଶୋଇଥିବା ବେଳେ ଗୁରୁବାର ବିଳମ୍ବିତ ରାତ୍ରୀରେ ଦୁର୍ବୁତ୍ତ ମାନେ ଏହି ମୂର୍ତ୍ତୀ ଚୋରି କରିବା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସ୍ରୁଷ୍ଟି କରିଛି। ମନ୍ଦିର ପଛପାଖ ପାଚେରୀ ଡେଇଁ ଦୁର୍ବୁତ୍ତ ମାନେ ମନ୍ଦିର ଭିତରେ ପଶି ଚନ୍ଦ୍ରଶେଖର, ମଦନମୋହନ, ଶ୍ରୀଦୁର୍ଗାଙ୍କ ସମେତ ଠାକୁରଙ୍କର ଚଳନ୍ତି ପ୍ରତିମାକୁ ଚୋରି କରି ନେଇଛନ୍ତି l ମନ୍ଦିର ମଧ୍ୟରେ ଥିବା ହୁଣ୍ଡି କୁ ଭାଙ୍ଗି ତାମଧ୍ୟରେ ଥିବା ଟଙ୍କା ମଧ୍ୟ ଲୁଟି ନେଇଛନ୍ତି। ଏହାକୁ ନେଇ ନୂଆଶାସନ ଗ୍ରାମରେ ଆଲୋଡନ ସ୍ରୁଷ୍ଟି ହୋଇଥିବା ବେଳେ ଲୋକେ ପୁଲିସ ର ଢ଼ିଲା ସୁରକ୍ଷା ବ୍ୟବସ୍ଥାକୁ ଏଥିପାଇଁ ଦାୟି କରିଛନ୍ତି।

Hot this week

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

Related Articles

Popular Categories