www.samajalive.in
Saturday, December 6, 2025
15.1 C
Bhubaneswar

ପିପିଲିର ୨୩ନଂ ଜୋନ୍‍ ରେ ବିଜେଡି ବିଜୟୀ

ପିପିଲି :ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପିପିଲି ବ୍ଲକର ୨୩ନଂ ଜିଲା ପରିଷଦ ଆସନରେ ବିଜୁ ଜନତା ଦଳର ପ୍ରାର୍ଥୀ ସୁଶାନ୍ତ କୁମାର ମଲ୍ଲିକ ୪ହଜାର ୩୦୩ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଥିବା ସୂଚନା ମିଳିଛି। ଏହି ଆସନରେ ଶ୍ରୀମଲ୍ଲିକଙ୍କ ସମେତ ବିଜେପି ଦଳର ପ୍ରାର୍ଥୀ ସୁରେନ୍ଦ୍ର ବେହେରା, ଜାତୀୟ କଂଗ୍ରେସ ଦଳର ପ୍ରାର୍ଥୀ ରମେଶ କୁମାର ବେହେରା ଓ ଆମ୍‍ ଆଦମି ପାର୍ଟିର ପ୍ରାର୍ଥୀ କବି ବେହେରା ପ୍ରତିଦ୍ୱନ୍ଦିତା କରୁଥିଲେ। ଏହି ଆସନ ଅଧିନରେ ଥିବା କୁଳଶିଖରପାଟଣା, ଜଗନ୍ନାଥପୁର, ଦାଣ୍ଡମୁକୁନ୍ଦପୁର, ଦୁର୍ଗାଦାଶପୁର, ନୂଆଶାସନ, ମଙ୍ଗଳପୁର, ସଁପୁର ଓ ହାଟସାହି ପଞ୍ଚାୟତର ଭୋଟ୍‍ ଫଳାଫଳ ଅନୁଯାଇ ବିଜେପି ସମର୍ଥିତ ୪ ଜଣ ପ୍ରାର୍ଥୀ ସମିତିସଭ୍ୟ ଆସନରେ ଓ ୫ଜଣ ପ୍ରାର୍ଥୀ ସରପଞ୍ଚ ଆସନରେ ବିଜୟୀ ହୋଇଥିବା ବେଳେ ବିଜେଡି ସମର୍ଥିତ ୪ଜଣ ପ୍ରାର୍ଥୀ ସମିତିସଭ୍ୟ ଆସନରେ ଓ ୩ଜଣ ପ୍ରାର୍ଥୀ ସରପଞ୍ଚ ଆସନରେ ବିଜୟୀ ହୋଇଥିବା ସୂଚନା ମିଳିଛି। ସୋମବାର ଅନ୍ତିମ ପର୍ଯ୍ୟାୟରେ ଏହି ବ୍ଳକର ୨୪ନଂ ଜିଲା ପରିଷଦ ଜୋନ୍‍ ଅନ୍ତର୍ଗତ ୮ଟି ପଞ୍ଚାୟତର ୱାର୍ଡ ସଭ୍ୟ, ସରପଞ୍ଚ, ସମିତିସଭ୍ୟ ଓ ଜିଲା ପରିଷଦ ଆସନର ଭୋଟ୍‍ ଗଣତି ଚାଲିଛି। ରିପୋର୍ଟ ଲେଖାହେବା ସୁଦ୍ଧା ବିଜେପିର ଜିଲା ପରିଷଦ ପ୍ରାର୍ଥୀ ଅକ୍ଷୟ କୁମାର ବେହେରା ଓ ବିଜେଡିର ଜିଲା ପରିଷଦ ପ୍ରାର୍ଥୀ ଧରଣୀଧର ସାହୁଙ୍କ ମଧ୍ୟରେ ଭୋଟ୍‍ ବ୍ୟବଧାନ ଖୁବ୍‍ କମ୍‍ ରହିଥିବା ସୂଚନା ମିଳିଛି। ତେବେ ଭୋଟ୍‍ ଗଣତି ସରିବାକୁ ବିଳମ୍ବିତ ରାତି ହେବାର ଅନୁମାନ କରାଯାଉଛି। ପିପିଲି ବ୍ଳକର ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମିତା ନାଥ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ତହସିଲଦାର ସପନ କୁମାର ନନ୍ଦ, ପିପିଲି ଥାନାଧିକାରୀ ଅଭିମନ୍ୟୁ ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ କଡା ପୁଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବ୍ଲକ କାର୍ଯ୍ୟାଳୟ ବାହାରେ ବିଭିନ୍ନ ଦଳର କର୍ମୀ ଓ ସମର୍ଥକଙ୍କ ଭିଡ ଲାଗିଥିବା ପରିଲକ୍ଷିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories